ପ୍ରତିଶୋଧ ପରାୟଣତା ହେଲେ ଦିଆଯାଇ ପାରିବ ନାହିଁ ନ୍ୟାୟ : ପ୍ରଧାନ ବିଚାରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଯୋଧପୁର

ହାଇଦ୍ରାବାଦ ପଶୁ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ମାମଲାରେ ଶନିବାର ବଡ଼ ବୟାନ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ଚିଫ୍‌ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ । ନ୍ୟାୟ ନାମରେ କରାଯାଇଥିବା ହତ୍ୟାକୁ ଚିଫ୍‌ ଜଷ୍ଟିସ୍‌ ବୋବ୍‌ଡେ କଡ଼ା ସମାଲୋଚନା କରି କହିଛନ୍ତି ଯେ, ତରବରରେ କୌଣସି ନ୍ୟାୟ କରାଯିବା ଅନୁଚିତ୍‌ । ଯଦି ପ୍ରତିଶୋଧର ଭାବନାରେ ଏଭଳି ପଦକ୍ଷେପ ନିଆଯାଏ, ତେବେ ତାହା ନ୍ୟାୟ ନୁହେଁ । ଏପରି ସ୍ଥିତିରେ ନ୍ୟାୟ ଏହାର ସ୍ୱରୂପ ହରାଇଥାଏ ।
ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏସଏ ବୋବଡେ ଶନିବାର ରାଜସ୍ଥାନ ହାଇକୋର୍ଟର ନୂତନ ଭବନର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି । “ମୋ ମତରେ ତ୍ୱରିତ ନ୍ୟାୟ ନେବା ଅନୁଚିତ୍‌ । ଯଦି ନ୍ୟାୟ ପ୍ରତିଶୋଧ ପରାୟଣ ହୋଇ ନିଆଯାଏ, ତେବେ ଏହା ନ୍ୟାୟ ହୋଇପାରିବ ନାହିଁ” ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଜେଆଇଙ୍କ ସମେତ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନ ବିଚାରପତି ଜୋର୍‌ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ଏଥିରେ କୌଣସି ସନେ୍ଦହ ନାହିଁ ଯେ ଆମର ବିଚାର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି । ସେହିପରି ମାମଲାର ବିଚାର ହେବା ପାଇଁ ଏତେ ସମୟ କାହିିଁକି ଲାଗୁଛି, ତାହା ଉପରେ ଚିନ୍ତା ମଧ୍ୟ କରାଯିବା ଦରକାର । ଟେକନିକ ସାହାଯ୍ୟରେ ଅବା ଅନ୍ୟ କୌଣସି ନୂଆ ଉପାୟ ଅବଲମ୍ବନ କରି ବିଚାର ପ୍ରକ୍ରିୟାରେ ଶୀଘ୍ରତା ଅଣାଯାଇପାରେ । ଏହା ଦ୍ୱାରା ଅଦାଲତଙ୍କ ସମୟ ମଧ୍ୟ ବଞ୍ଚôବ ବୋଲି ସିଜେଆଇ କହିଥିଲେ ।
ହାଇଦ୍ରାବାଦର ଜଣେ ପଶୁ ଚିକିତ୍ସିକ ଯୁବତୀଙ୍କୁ ସାମୁହିକ ଦୁଷ୍କର୍ମ ପରେ ହତ୍ୟା କରିଦିଆଯାଇଥିଲା । ଏହି ହତ୍ୟାକାନ୍ଦରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଶୁକ୍ରବାର ଏକ ଏନ୍‌କାଉଣ୍ଟରରେ ମାରି ଦେଇଥିଲା । ରିପୋର୍ଟ ମୁତାବକ, ତେଲେଙ୍ଗାନା ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ହାଇଦ୍ରାବାଦରୁ ପ୍ରାୟ ୫୦ କିଲୋମିଟର ଦୂର ଶାଦନଗର ନିକଟ ଚଟନପଲ୍ଲୀଠାରେ ୪ ଅଭିଯୁକ୍ତଙ୍କୁ ନିଆଯାଇଥିଲା ବେଳେ ପୁଲିସ୍‌ଠାରୁ ଏହି ଅଭିଯୁକ୍ତମାନେ ହତିଆର ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଏହି ସମୟରେ ପୁଲିସ୍‌ର ପାଲଟା କାର୍ଯ୍ୟନୁଷ୍ଠାନରେ ଚାରି ଅଭିଯୁକ୍ତଙ୍କ ମୃତୁ୍ୟ ହୋଇଥିଲା । ହେଲେ ତେଲେଙ୍ଗାନା ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ଦେଉଛନ୍ତି । ବହୁ ଲୋକ ଏହାକୁ ସ୍ୱାଗତ କରୁଥିବାବେଳେ ଅନେକ ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରୁଛନ୍ତି । ଆରୋପୀଙ୍କ ମଧ୍ୟ କୋର୍ଟ ସମାନାରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବାର ଉଚିତ୍‌ ଥିଲା ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*