ପ୍ରତିବନ୍ଧକ ହଟିବା ପରେ ୟେସ୍‌ ବ୍ୟାଙ୍କର ସେବା ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ସନ୍ଧ୍ୟାରୁ ୟେସ୍‌ ବ୍ୟାଙ୍କ ଉପରେ ଲାଗିଥିବା ସମସ୍ତ କଟକଣାକୁ ହଟାଇ ନେଇଛି । ଫଳରେ ବ୍ୟାଙ୍କ ତାର ସମସ୍ତ ଗ୍ରାହକମାନଙ୍କ ପାଇଁ ପୁଣି ଥରେ ସେବା ସୁବିଧା ଆରମ୍ଭ କରିଛି । ଗତ ୫ତାରିଖରେ ଆର୍ଥିକ ସଙ୍କଟଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା ଆରବିଆଇ । ଗତ ସପ୍ତାହରେ ସରକାର ବ୍ୟାଙ୍କର ପୁର୍ନଗଠନ ଯୋଜନାକୁ ମଞ୍ଜୁର କରିଥିଲେ ।
ୟେସ୍‌ ବ୍ୟାଙ୍କ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ଯେ,ଆମେ ବୁଧବାର ସନ୍ଧ୍ୟା ୬ଟା ପରଠାରୁ ଆମର ସମସ୍ତ ବ୍ୟାଙ୍କିଂ ସେବାକୁ ଆରମ୍ଭ କରିଛୁ । ଗୁରୁବାର ଠାରୁ ଦେଶରେ ଥିବା ସମସ୍ତ ୧୧୩୨ଶାଖା କାର୍ଯ୍ୟ କରିବ ଏବଂ ଏଠାରେ ଗ୍ରାହକମାନଙ୍କୁ ସବୁ ପ୍ରକାରର ସେବା ସୁବିଧା ଉପଲବ୍ଧ ହେବ । ଗ୍ରାହକମାନେ ଆମର ସେବାର ଲାଭ ଉଠାଇପାରିବେ । ଦୀର୍ଘ ସମୟ ଧରି ଗ୍ରାହକମାନେ ଆମ ଉପରେ ଭରସା ଓ ବିଶ୍ୱାସ ରଖିଥିବା, ସହଯୋଗ କରିଥିବାରୁ ଆମେ ଧନ୍ୟବାଦ ଦେଇଛୁ । ଏହି କ୍ରମରେ ୨୧ତାରିଖ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କର ଶାଖା ୧ଘଣ୍ଟା ପୂର୍ବରୁ ଖୋଲିବ । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ସମୟ ଆଉ ୧ଘଣ୍ଟା ବୃଦ୍ଧି କରାଯାଇଛି ।
ରାଣାଙ୍କ ଉପରେ ଇଡିର ଦ୍ୱିତୀୟ ମାମଲା ଦାଏର
ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ୟେସ୍‌ ବ୍ୟାଙ୍କର ପ୍ରମୋଟର ରାଣା କାପୁର ଏବଂ ପତ୍ନୀ ବିନ୍ଦୁ କାପୁରଙ୍କ ବିରୋଧରେ ମନି ଲନ୍ଦି୍ରଂର ନୂଆ ମାମଲା ଦାଏର କରିଛି । ଏକ ରିଅଲିଟି ଫାର୍ମରୁ ୩୦୭କୋଟି ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏହି ମାମଲା ଦାଏର ହୋଇଛି । ଯାଞ୍ଚ ଏଜେନ୍ସୀର ସୂଚନାନୁସାରେ ରାଣା କାପୁର ଏବଂ ବିନ୍ଦୁ ଦିଲ୍ଲୀର ଲୁଟିୟନ୍ସ ଅଞ୍ଚଳରେ ଏକ ରିଅଲିଟି ଫାର୍ମ ଠାରୁ ବଜାରର ଅଧା ମୂଲ୍ୟରେ ଏକ ବଙ୍ଗଳା କ୍ରୟ କରିଥିଲେ । ଏହାର ବଦଳରେ ଉକ୍ତ ଫାର୍ମକୁ ୟେସ୍‌ ବ୍ୟାଙ୍କ ଠାରୁ ୧୯୦୦କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଥିଲା । ଏଥିପାଇଁ ଲାଞ୍ଚ ମଧ୍ୟ ନିଆଯାଇଥିଲା । ଅନ୍ୟପଟେ ଏହି ଋଣ ଦେଇ ମଧ୍ୟ ରାଣା କାପୁର ଋଣ ଆଦାୟ ଉପରେ ଗୁରୁତ୍ୱ ଦେଇ ନଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*