ପ୍ରଣବଙ୍କ ସ୍ୱାସ୍ଥ୍ୟରେ ଆସୁନି ସୁଧାର ପିତାଙ୍କ ଲାଗି ଦୁଃଖଭରା ପୋଷ୍ଟ କଲେ ଶର୍ମିଷ୍ଠା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ । ଆର୍ମି ରିସର୍ଚ୍ଚ ଆନ୍ଦ ରେଫରାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିବା ଡାକ୍ତରଖାନା ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି । ସେ ଏବେ ଭେଣ୍ଟିଲେଟରରେ ଥିବାବେଳେ ହାଇମୋଡାଇନାମିକ୍‌ ଷ୍ଟେବଲ କନ୍ଦିସନ୍‌ରେ ଅଛନ୍ତି । ସୂଚନାଯୋଗ୍ୟ ଯେ,ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପ୍ରଚାର କରାଯାଇଥିଲା ।
ବାପାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଝିଅ ଶର୍ମିଷ୍ଠା ମୁଖାର୍ଜି ଟ୍ୱିଟରରେ ଏକ ଭାବପ୍ରବଣ ପୋଷ୍ଟ କରି ବାପାଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କ ଲାଗି ଯାହା ଠିକ୍‌ ଭଗବାନ ତାହା କରନ୍ତୁ । ଏଥିସହ ଜୀବନର ଚଲାପଥରେ ମୋତେ ଦୁଃଖ ଆଉ ସୁଖ ସ୍ୱୀକାର କରିବାକୁ ଶକ୍ତି ପ୍ରଦାନ କରନ୍ତୁ । ଠିକ୍‌ ଏକ ବର୍ଷ ପୂର୍ବରୁ ଅଗଷ୍ଟ ୮ ତାରିଖ ଏହି ସମୟରେ ବାପା ଦେଶର ସର୍ବୋର୍ଚ୍ଚ ସମ୍ମାନ ଭାରତରତ୍ନ ଉପାଧି ପାଇଥିବାବେଳେ ଏହା ମୋ ପାଇଁ ସବୁଠୁ ଖୁସିର ସମୟ ଥିଲା । ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୧୦ଅଗଷ୍ଟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି । ଭଗବାନଙ୍କର ଯାହା ଇଚ୍ଛା ତାହା ଆମକୁ ସ୍ୱୀକାର କରିବାକୁ ପଡ଼ିବ । ତେବେ ଶର୍ମିଷ୍ଠାଙ୍କ ଏହି ପୋଷ୍ଟ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଆଣିଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*