ପ୍ରଚାର ପ୍ରସାର ନୋହିଲା,ଫାଙ୍କାରେ ଫାଙ୍କାରେ ସରିଲା ନିଯୁକ୍ତି ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଉଦଳା

ଉଦଳା ବ୍ଲକ ପରିସରରେ ଦୁଇଦିବସୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହେଲେ ଏହି ନିଯୁକ୍ତି ମେଳା ନିମନ୍ତେ ଯୋଗାଯୋଗ ଏବଂ ସୂଚନା ପ୍ରଦାନରେ ଅବହେଳା କାରଣରୁ ଜୋର ଆୟୋଜନ ହୋଇଥିବା ବେଳେ ଫାଙ୍କା ପଡିଥିଲା ମଇଦାନ । ୩୦ ତାରିଖ ସୋମବାରଠାରୁ ଉଦଳା ବ୍ଲକ ପରିସରରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳା ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କର୍ମ ନିଯୁକ୍ତି ଯୋଜନାରେ ଆୟୋଜିତ ଏହି ଶିବିରରେ ୧୧ଟି ପ୍ରକଳ୍ପ ସଂସ୍ଥା ପକ୍ଷରୁ ନୂତନ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଦସ୍ତାବିଜ୍ ଗ୍ରହଣ କରିଥିଲେ । ବାରିପଦା, ବାଲେଶ୍ୱର, ଭୁବନେଶ୍ୱର ଏବଂ କଟକରୁ ଆସିଥିବା ଏହି ୧୧ଟି ସଂସ୍ଥା ନିମନ୍ତେ ୨ଦିନରେ ମାତ୍ର ୪୫୫ ଜଣ ପ୍ରାର୍ଥୀ ମନୋନୀତ ହୋଇଥିଲେ । ତେବେ ବ୍ଲକ ଅଞ୍ଚଳରେ ପାଖାପାଖି ୨୦ ହଜାରରୁ ଅଧିକ ବେକାର ଯୁବକ ଯୁବତୀ ରହିଥିବା ବେଳେ ମାତ୍ର ୪୫୫ ଜଣ ନିଯୁକ୍ତି ମେଳାକୁ ଆସିବା ନିଶ୍ଚିତ ଭାବେ ଉକ୍ତ ନିଯୁକ୍ତି ମେଳା ଉପରେ ଏକ ବିରାଟ ପ୍ରଶ୍ନ ହୋଇ ଛିଡା ହୋଇଛି । ବ୍ଲକ ପରିସରରେ ୨ ଦିନ ଧରି ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ପ୍ରାୟ ଏକ ହଜାରରୁ ଊଦ୍ଧ୍ୱର୍ ବେକାର ଯୁବକ ଯୁବତୀ ମନୋନୀତ ହେବାର ଯୋଜନା ଥିବା ବେଳେ ମାତ୍ର ସେ ସବୁ ଫସର ଫାଟିଛି । ଯୋଗାଯୋଗ ଏବଂ ବ୍ୟାପକ ପ୍ରଚାର ପ୍ରସାର ହୋଇ ନ ଥିବାରୁ ବହୁ ବେକାର ଯୁବକ ଯୁବତୀ ଏହି ନିଯୁକ୍ତି ମେଳା ବାବଦରେ ଜାଣି ପାରି ନାହାନ୍ତି । ଯାହାଫଳରେ ଫାଙ୍କାରେ ଫାଙ୍କାରେ ଶେଷ ହୋଇଛି ଏହି ନିଯୁକ୍ତି ମେଳା । କେବଳ ସେତିକି ନୁହେଁ ଏହି ଦୁଇ ଦିବସୀୟ ନିଯୁକ୍ତି ମେଳା ବାବଦରେ ବ୍ଲକ ଅଧିନରେ ଥିବା ୧୨ଟି ପଞ୍ଚାୟତର ପ୍ରାୟ ଅଧିକାଂଶ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡସଭ୍ୟମାନେ ମଧ୍ୟ ଏହି ନିଯୁକ୍ତି ମେଳା ବାବଦରେ ଅବଗତ ହୋଇ ନ ଥିବା ଜଣାଯାଇଛି । ଏ ବାବଦରେ ବ୍ଲକ ଉପାଧ୍ୟକ୍ଷ ପରେଶ ବେହେରାଙ୍କୁ ପଚାରିବାରୁ ବ୍ଲକରେ ମନ ଇଚ୍ଛା କାର୍ଯ୍ୟ ଚାଲିଥିବା ବେଳେ ସରକାରଙ୍କର ବିଭିନ୍ନ ଯୋଜନା ବ୍ଲକ ପରିସରରେ କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏ ବାବଦରେ ସେମାନଙ୍କୁ ଅବଗତ କରାଯାଇ ନ ଥିବା ସେ କହିଥିଲେ । ତତସହିତ ପଞ୍ଚାୟତ ସମିତି ବୈଠକରେ ଏ ବାବଦରେ ବିଡିଓଙ୍କୁ କଡା ଜବାବ ମଗାଯିବ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*