ପ୍ରଚାରରୁ ସିଦ୍ଧୁ ଦୂରରେ କ୍ୟାପ୍‌ଟେନ୍‌ କହିଲେ ତାଙ୍କ ଇଚ୍ଛା ଯାହା କରିବେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଲୁଧିଆନା
ପଞ୍ଜାବରେ ହେଉଥିବା ଉପନିର୍ବାଚନ ପ୍ରଚାର ଅଭିଯାନରୁ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଦୂରେଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ଦଳର ନିୟମକୁ ପାଳନ କରିବା ଦରକାର ବୋଲି ପରାମର୍ଶ ଦେଇଥିଲା ବେଳେ କହିଥିଲେ ଯେ, ତାଙ୍କର ଯାହା ଇଚ୍ଛା ସେ ତାହା କରନ୍ତୁ ।
ଉପନିର୍ବାଚନ ପାଇଁ ଲୁଧିଆନାରେ ଏକ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ କ୍ୟାପ୍‌ଟେନ୍‌ । ଏହାପରେ ସେ ସିଦ୍ଧୁଙ୍କୁ ନେଇ ଏକ ପ୍ରଶ୍ନୋତ୍ତରରେ କହିଥିଲେ ଯେ, ଦଳ ତାଙ୍କୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ମାତ୍ର ସେ ତାହା ପାଳନ କଲେ ନାହିଁ । ତାଙ୍କର ଯାହା ଇଚ୍ଛା ସେ କରନ୍ତୁ, ଏଥିରେ ଆମର କିଛି କହିବାର ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*