ପୌର କାର୍ଯ୍ୟାଳୟରେ ଜନଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ
ବ୍ୟାସନଗର

ବ୍ୟାସନଗର ପୌର କାର୍ଯ୍ୟାଳୟର ସଭାଗୃହରେ ଯାଜପୁର ଜିଲ୍ଲାପାଳଙ୍କର ଜନଶୁଣାଣି ହୋଇଥିଲା । ଏହି ଜନଶୁଣାଣିରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଅଭିଯୋଗଗୁଡିକୁ ଗୋଟି ଗୋଟି କରି ତନଖି କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଏହି ଜନଶୁଣାଣିରେ ୫୮ ଜଣ ଲୋକ ବିଭିନ୍ନ ଅଭିଯୋଗ କରିଥିଲେ । ୫ଟି ଅଭିଯୋଗ ତକ୍ରାଳୀନ ସମାଧାନ କରାଯାଇଥିଲା । ସାମୁହିକ ଭାବେ ୧, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣକୁ ଅନୁଦାନ ପ୍ରଦାନ ଓ ବ୍ୟକ୍ତିଗତ ୫୬ଟି ଅଭିଯୋଗ ମିଳିଥିଲା । ଯାଜପୁର ରୋଡ ଡାକ୍ତରଖାନାରେ ୨୪ ଘଣ୍ଟିଆ ବିଭିନ୍ନ ରକ୍ତ ପରୀକ୍ଷା ସହ ବିଭିନ୍ନ ପରୀକ୍ଷା ଯୋଗାଇଦେବା ସେବା, ରକ୍ତଭନ୍ଦାରରେ କର୍ମଚାରୀ ନିଯୁକ୍ତି କରିବା ଓ ରକ୍ତଭନ୍ଦାରକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ କ୍ଲବ୍ ଦି’ ୟୁଥ୍ ମାସ୍ର ସମ୍ପାଦକ ରାଜେଶ କୁମାର ରାଉତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସାମାଜିକ କର୍ମୀ ଭ୍ରମରବର ରାଉତଙ୍କ ନେତୃତ୍ୱରେ ଖରସ୍ରୋତା ମୁନ୍ଦମାଳ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ପ୍ରକଳ୍ପ ୨୦୧୧ ମସିହାଠାରୁ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ସମାପ୍ତ ହୋଇଥିଲେ ମଧ୍ୟ ସେଥିରୁ ସହରବାସୀ ସ୍ୱଚ୍ଛ ପାଣି ଟିକିଏ ପାଇପାରୁନାହାଁନ୍ତି ।
ଏହି ସମସ୍ୟାକୁ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ଶ୍ରୀ ରାଉତ କହିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ନହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*