ପୋଷାକ ବିତରଣ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଆସିକା

ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ପାନ୍ଦିଆପଥର ଜୟଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାୟାମନୁ ପନ୍ଦାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବଡଖୋଲି ସିଆରସିସି ଶୁଭେନ୍ଦୁ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି.ଶଙ୍କର ରାଓ ଦୋରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୧୪୨ ଜଣ ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ କରାଯାଇଥିଲା । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୦୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କାର୍ଯ୍ୟକ୍ରମରେ ୭୯ ଜଣ ଅଭିଭାବକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସରିତା ଦୋରା, ଏମ୍‌ ରଶ୍ମିତା ଦୋରା, ରଶ୍ମିତା ସାହୁ, ଶୁଭ୍ରାଶୁଂ ରଥ, ସରୋଜ କୁମାର ନାୟକ, ହରେନ୍ଦ୍ର ରେଡି ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହ ଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*