ପେଟ ପୋଷିବା ପାଇଁ ଭିକ୍ଷା ବୃତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ରସୁଲପୁର

ପେଟ ପାଇଁ ଭିକ୍ଷା ବୃତ୍ତି ଘଟଣା ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ବୋଲି କୁହାଯାଉଛି । ବାର ଦୁଆର ବୁଲିବା ବେଳେ କୋମଳମତି ଶିଶୁକନ୍ୟା ଅନ୍ଧୁଣି ଜେଜେ ମା’ର ଆଶାବାଡି ସାଜିଛି । ଅନ୍ଧୁଣି ବୁଢି ରୋଗାଗ୍ରସ୍ତ ପୁଅ ଓ ତାର ୪ ପ୍ରାଣୀ ପରିବାରକୁ ବଞ୍ଚାଇବାର ଶେଷ ପ୍ରୟାସକୁ ବି ହାତଛଡା କରିନାହିଁ । ସମସ୍ୟା ସମାଧାନର ଏକ ମାତ୍ର ବାଟ ଭିକ୍ଷାବୃତ୍ତି ବୋଲି ମନେ କରି ସାଆନ୍ତ ମା, ନାତୁଣି ବାରଦୁଆର ବୁଲି ଭିକ ମାଗୁଛନ୍ତି । ଏଭଳି ସ୍ଥିତି ଯାଜପୁର ବ୍ଲକ ଝାଡପଡା ପଞ୍ଚାୟତ କାକୁଡିକୁଦ ଗ୍ରାମର ସଞ୍ଜିତ ମଲିକଙ୍କ ପରିବାର କ୍ଷେତ୍ରରେ ଦେଖିବାକୁ ମିଳିଛି । ଖବର ପ୍ରସାରଣ ସାଙ୍ଗକୁ ଗରିବ ପରିବାରକୁ ସହାୟତାର ହାତ ବଢାଇଛି ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ । ୟୁନିଅନ ପକ୍ଷରୁ ସାଧାରଣ ସମ୍ପାଦକ ରଞ୍ଜିତ ରାଉତଙ୍କ ନେତୃତ୍ୱରେ ବରୀ ବ୍ଲକ ଆବାହକ ବିଶ୍ୱଭୂଷଣ ଜେନା, ରସୁଲପୁର ବ୍ଲକ ଆବାହକ ଜଗମୋହନ ରାଉତ, ସଦସ୍ୟ ବିଶ୍ୱଜିତ ନାୟକ, ଶରତ ଦାସ, ବାପୁଜୀ ଜେନା ପ୍ରମୁଖ ଅସହାୟ ପରିବାର ନିକଟରେ ପହଞ୍ଚô ଶୁଖିଲା ଖାଦ୍ୟ ସାମଗ୍ରୀ, ମହିଳାମାନଙ୍କ ପାଇଁ ଶାଢି, ପିଲାମାନଙ୍କୁ ପୋଷାକ, ପନିପରିବା, ବିଛଣା ପାଇଁ ମଶିଣା ଆଦି ସାମଗ୍ରୀ ପ୍ରଦାନ କରିଥିଲେ । ନାରୀନେତ୍ରୀ ଶ୍ରୀମତୀ ମନ୍ଦଳ ପରିବାରର ମହିଳା ସଦସ୍ୟଙ୍କୁ ରୋଜଗାରକ୍ଷମ କରିବାକୁ ନେଇ ପଦକ୍ଷେପ ନିଆଯିବାକୁ ଗୁରୁତ୍ୱ ଦେଇଛନ୍ତି । ଘଟଣାରୁ ଜଣାଯାଏ ଭୂମିହୀନ ସ୍ୱର୍ଗତ ଫକୀର ମଳିକଙ୍କ ସାନପୁଅ ସଂଜିତ(୪୫) ପକ୍ଷାଘାତ ରୋଗରେ ଆକ୍ରାନ୍ତ । ସେ କାମ ଧନ୍ଦା କରି ପାରୁନଥିବାରୁ ତା’ର ଅନ୍ଧୁଣି ବିଧବା ମା’ ମାତାଜୀ ମଳିକ ଓ ସାନ ଝିଅ ଭିକ୍ଷାବୃତ୍ତି କରି ପରିବାର ଚଳାଉଛନ୍ତି । ସଞ୍ଜିତକୁ ଖାଦ୍ୟ ସୁରକ୍ଷା ଆଇନ ସହାୟତାରେ ୨୦ କିଲୋ ଚାଉଳ ବଦଳରେ ୧୫ କିଲୋ ମିଳୁଛି । ସାନ ଝିଅର ଆଧାର କାର୍ଡ ନଥିବାରୁ ତାର ଚାଉଳ ମିଳିବା ବନ୍ଦ ହୋଇଯାଇଛି । ସଂଜିତ ରୋଗରେ ପୀଡ଼ିତ ହେବା ପରଠାରୁ ପରିବାର ସମ୍ବଳ କହିଲେ ଚାଉଳ ଗନ୍ଦାକ ମାତ୍ର । ଫଳରେ ବାଧ୍ୟ ହୋଇ ଏହି ପରିବାର ଭିକ୍ଷାବୃତ୍ତି ପନ୍ଥାକୁ ଆପଣେଇଛି ବୋଲି ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*