ପୂର୍ବ ବୟଫେଣ୍ଡଙ୍କ ସହ ପୁଣି ନଜର ଆସିବେ ଦୀପିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡର ଅନସ୍କ୍ରିନ ହିଟ୍୍ ଯୋଡି ଏବଂ ପୂର୍ବତନ ଲଭ୍‌ବାର୍ଡ ରଣବୀର କପୁର ଓ ଦୀପିକା ପାଦୁକୋନ ବ୍ରେକଅପ ପରେ ନିଜ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି । ସାଧାରଣତଃ ବ୍ରେକଅପ ପରେ ଷ୍ଟାରମାନେ ଜଣେ ଅନ୍ୟ ଜଣଙ୍କୁ ଦେଖିବାକୁ ପସନ୍ଦ କରିନଥାନ୍ତି, କିନ୍ତୁ ରଣବୀର ଓ ଦୀପିକାଙ୍କ ବନ୍ଧୁତ୍ୱ ବ୍ରେକଅପ ପରେ ମଧ୍ୟ ଶେଷ ହୋଇନାହିଁ । ନିକଟରେ ଏହି ଦୁଇ ସେଲିବ୍ରେଟିଙ୍କୁ ଏକା ସହିତ କଫି ପିଉଥିବାର ଫଟୋ ଦେଖିବାକୁ ମିଳିଛି । ଏହି ଦୁଇଜଣଙ୍କୁ ପୁଣିଥରେ ଏକ ଆଡ୍‌ରେ ଦେଖିବାକୁ ମିଳିବ ।
କିଛି ଦିନ ତଳେ ଶୁଣିବାକୁ ମିଳିଥିଲା କି, ଦୀପିକା ଓ ରଣବୀର କପୁର ବହୁତ ଶୀଘ୍ର ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏବେ ଦୀପିକା ନିଜ ଏକ ଫଟୋ ସେୟାର କରି ଏହି କଥାକୁ ନିଶ୍ଚିତ କରିଦେଇଛନ୍ତି । ନିକଟରେ ଦୀପିକା ଓ ରଣବୀର କପୁର ଏକ ଆଡ୍‌ର ସୁଟିଂ ଶେଷ କରିଛନ୍ତି । ଏହି ଆଡର ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ ରଣବୀର କପୁର ଓ ଦୀପିକା ଏକା ସହିତ ବସି କଫି ପିଉଥିବାର ଦେଖିବାକୁ ମିଳିଛି । ବଲିଉଡରେ ବ୍ରେକଅପ ପରେ ପରସ୍ପରକୁ ଦୋଷ ଦେବା କିଛି ନୂଆ କିଥା ନୁହେଁ, କିନ୍ତୁ ଦୀପିକା ଏ ସବୁରୁ ଊଦ୍ଧ୍ୱର୍ର୍୍ୱରେ ସେ ନିଜ ପ୍ରଫେସନାଲ ଲାଇଫରେ ଏ ସବୁକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସେଥିପାଇଁ ଅନେକ ପ୍ରକାର ଅତିରଞ୍ଜିତ ଖବର ପରେ ମଧ୍ୟ ଏହି ଦୁଇ ଷ୍ଟାରଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି ।
ଏବେ ଦର୍ଶକ ରଣବୀର ସିଂହ ଓ ଦୀପିକାଙ୍କ ଯୋଡିକୁ ପସନ୍ଦ କରୁଛନ୍ତି କିନ୍ତୁ ଦିନ ଥିଲା ଦର୍ଶକ ରଣବୀର କପୁର ଓ ଦୀପିକାଙ୍କ ଯୋଡିକୁ ମଧ୍ୟ ଖୁବ ପସନ୍ଦ କରୁଥିଲେ । ଦୀପିକା ବର୍ତ୍ତମାନ ମେଘନା ଗୁଲଜାରଙ୍କ ଏସିଡ ଆକ୍ରମଣ ପୀଡିତାଙ୍କ ଉପରେ ନିର୍ମିତ ହେବାକୁ ଥିବା ସନେମାରେ ବ୍ୟସ୍ତ ଥିବା ବେଳେ ରଣବୀର କପୁର ଆୟନ ମୁଖାର୍ଜୀଙ୍କ ‘ବ୍ରହ୍ମୋସ’ରେ ବ୍ୟସ୍ତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*