ପୂର୍ବତନ ମନ୍ତ୍ରୀ ଭାଗବତଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଅରବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ ହୋଇଛି । ଶନିବାର ବିଳମ୍ବିତ ରାତିରେ ୯୨ବର୍ଷ ବୟସରେ ରାଜଧାନୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାଗବତ । କଂଗ୍ରେସର ଜଣେ ତୁଙ୍ଗ ନେତା ଭାବେ ସେ ନିଜକୁ ପ୍ରତିଷ୍ଠିତ କରାଇ କେନ୍ଦ୍ରାପଡ଼ା ଆସନରୁ ବାରମ୍ବାର ନିର୍ବାଚିତ ହୋଇ ଆସୁଥିଲେ । କଂଗ୍ରେସ ମନ୍ତ୍ରୀମନ୍ଦଳରେ ବିଭିନ୍ନ ବିଭାଗର ଦାୟିତ୍ୱ ନେଇ ନିଷ୍ଠାର ସହ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ଶେଷ ଦର୍ଶନ ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଜୟ ମହାପାତ୍ର, ସୁରେଶ କୁମାର ରାଉତରାୟ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବିଜଦ ନେତା ରବି ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ହୋଇଥିଲେ । ମରଶରୀରରେ ପୁଷ୍ପମାଲ୍ୟ ଦେବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଭାଗବତ ବାବୁ ଜଣେ ବାଗ୍ମି ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଲୋକଙ୍କୁ ସେବା ଦେଇଥିଲେ । ତାଙ୍କ ବିୟୋଗ ରାଜ୍ୟ ବିଧାନସଭା ପାଇଁ ଏକ ବଡ଼ ଦୁଃଖଦ ଘଟଣା କହି ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କଠାରେ ବାଚସ୍ପତି ପ୍ରାର୍ଥନା ଜଣାଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭାଗବତଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି କଂଗ୍ରେସ ଜଣେ ବଡ଼ ନେତାଙ୍କୁ ହରାଇଲା ବୋଲି କହିଥିଲେ । ଭାଜପା ନେତା ବିଜୟ ମହାପାତ୍ର କହିଥିଲେ ଯେ, ଭାଗବତ ବାବୁଙ୍କୁ କେନ୍ଦ୍ରାପଡ଼ାର ଦରଦୀ ବନ୍ଧୁ ବୋଲି ବିଚାର କରାଯାଏ । ତାଙ୍କର ରାଜନୈତିକ କାର୍ଯ୍ୟକାଳରେ ଅଞ୍ଚଳ ପାଇଁ ତାଙ୍କର ଉତ୍ସର୍ଗୀକୃତ ଅବଦାନ ସ୍ମରଣୀୟ ରହିବ । ଭାଗବତ ମହାନ୍ତିଙ୍କ ବିୟୋଗ କେନ୍ଦ୍ରାପଡ଼ା ପାଇଁ ଦୁଃଖଦ ଖବର ଦେଇଛି । ଦଳ ମତରୁ ଊଦ୍ଧ୍ୱର୍ରେ ରହି ଲୋକଙ୍କ ପାଇଁ ସେ କାର୍ଯ୍ୟ କରୁଥିଲେ ବୋଲି ଏବେ ବି ସ୍ମରଣୀୟ । ତାଙ୍କ ବିୟୋଗ କେନ୍ଦ୍ରାପଡ଼ା ପାଇଁ ଅପୂରଣୀୟ କ୍ଷତି ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*