ପୂର୍ବତନ ଟେଷ୍ଟ ଖେଳାଳି ରାଓଜୀଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ପୂର୍ବତନ ଭାରତୀୟ କି୍ରକେଟର ସଦାଶିବ ରାଓଜୀ ପାଟିଲ ଯିଏ ଗୋଟିଏ ଟେଷ୍ଟ ମ୍ୟାଚ ଦେଶ ପକ୍ଷରୁ ଖେଳିଥିଲେ ତାଙ୍କର ପରଲୋକ ହୋଇଯାଇଛି ମଙ୍ଗଳବାର । କେହ୍ଲାପୁରସ୍ଥିତ ନିଜ ଘରେ ୮୬ବର୍ଷ ବୟସରେ ତାଙ୍କର ମୃତୁ୍ୟ ଘଟିଛି । ସେ ପତ୍ନୀ ଓ ୨ ଝିଅଙ୍କୁ ଛାଡି ଯାଇଛନ୍ତି । ମଙ୍ଗଳବାର ଭୋର ସମୟରେ ନିଦ୍ରାଥିବା ଅବସ୍ଥାରେ ହିଁ ତାଙ୍କ ପରଲୋକ କୋହ୍ଲାପୁରର ରୁଇକାର କଲୋନୀ ଘରେ ହୋଇଛି ବୋଲି ମିଡିଆକର୍ମୀଙ୍କୁ ବତାଇଛନ୍ତି କୋହ୍ଲାପୁର ଜିଲା କି୍ରକେଟ ସଂଘ ଅଧିକାରୀ ରମେଶ କଦମ୍‌ । ନିଜ ଖେଳ ଜୀବନରେ ଜଣେ ପେସ ବୋଲିଂ ଅଲରାଉନ୍ଦର ଭାବରେ ସଫଳତା ପାଇଥିବା ସଦାଶିବ ରାଓଜୀ ପାଟିଲ ୧୯୫୫ ମସିହାରେ ନୁ୍ୟଜିଲାନ୍ଦ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ । ପରେ ଆଉ କୌଣସି ଟେଷ୍ଟ ଖେଳିବାର ସେ ପାଇନଥିଲେ ସୁଯୋଗ । ୧୯୫୨ରୁ ୧୯୬୪ ମଧ୍ୟରେ ମହାରାଷ୍ଟ୍ର ପକ୍ଷରୁ ସେ ୩୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୮୩ ୱିକେଟ ନେବା ସହ ୮୬୬ରନ୍‌ ସ୍କୋର କରିଥିଲେ । ସେ ମହାରାଷ୍ଟ୍ର ରଣଜୀ ଦଳର ବି ନେତୃତ୍ୱ ନେଇଥିଲେ ଅନେକ ମ୍ୟାଚରେ । ତାଙ୍କ ବିୟୋଗରେ ବିସିସିଆଇ ସହ ବହୁ ପୂର୍ବତନ କି୍ରକେଟର ଶୋକ ସନ୍ତପ୍ତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*