ପୂର୍ଣ୍ଣାଙ୍ଗ କାଳିଆ ତାଲିକା କାହିଁ, ୧୭୦ କୋଟି ଫେରି ପାଇଲେଣି କି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନଭେମ୍ବରରେ ଦ୍ୱିତୀୟ କିସ୍ତିର କାଳିଆ ଟଙ୍କା ବାଣ୍ଟିବାକୁ ନବୀନ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏହି ଘୋଷଣା ନୂଆ ଆଗ୍ରହ ସୃଷ୍ଟି କରିବା ପରିବର୍ତ୍ତେ ସାନି ବିବାଦର ସୂତ୍ରପାତ ଘଟାଇଛି । ଏପର୍ଯ୍ୟନ୍ତ ସରକାର ଲାଭାର୍ଥୀଙ୍କ ତାଲିକା ପ୍ରକାଶ କରିନାହାନ୍ତି । ଯେଉଁମାନଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି, ସେମାନଙ୍କ ଠାରୁ ଟଙ୍କା ଆଦାୟ ହୋଇନାହିଁ । ଅଥଚ ଦ୍ୱିତୀୟ କିସ୍ତିର ଟଙ୍କା ଦେବା ପାଇଁ ବାହାରିଛନ୍ତି ସରକାର । ଦୁଇ ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି ।
ନିର୍ବାଚନ ପୂର୍ବରୁ କାଳିଆକୁ ନେଇ ବଡ଼ ଦମ୍ଭ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ମୋଦୀ ସରକାର କାଳିଆ ଟଙ୍କା ଅଟକାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ମଧ୍ୟ ହୋଇଥିଲା ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଥିଲେ ଯେ, ଯେଉଁଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ସେହିଦିନ ଦ୍ୱିତୀୟ କିସ୍ତିର ଟଙ୍କା ଦିଆଯିବ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ମେ’ ୨୮ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ । ମଝିରେ ୫ମାସ ଚାଲିଗଲା । ନିଜ ପ୍ରତିଶ୍ରୁତି ମୁତାବକ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ବଣ୍ଟାଯାଇ ନଥିଲା । କିନ୍ତୁ ତା’ରି ଭିତରେ ଆସିଥିଲା ଯୋଗ୍ୟ ଅଯୋଗ୍ୟ ବିବାଦ ।
ପିଏମ୍‌ କିଷାନ୍‌ ନିଧି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ରାଜ୍ୟଗୁଡ଼ିକୁ ଚାଷୀ ତାଲିକା ପଠାଇବାକୁ କୁହାଯାଇଥିଲା । ଏହା ନବୀନ ସରକାରଙ୍କୁ ଅଡ଼ୁଆ ଭିତରକୁ ଠେଲି ଦେଇଥିଲା । ବାରମ୍ବାର କେନ୍ଦ୍ର ତାଲିକା ପଠାଇବା ସକାଶେ ରାଜ୍ୟକୁ ତାଗିଦ୍‌ କରିବା କାରଣରୁ କାଳିଆ ତାଲିକାରୁ ଅଯୋଗ୍ୟଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ରାଜ୍ୟ ସରକାର । ଅଗଷ୍ଟ ମାସରେ ଛଣାଛଣି ପଦକ୍ଷେପ ପରେ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ତାଲିକାରୁ ବାଦ୍‌ ପଡ଼ିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଗଲା । ଏମାନଙ୍କ ଭିତରେ କୁଆଡ଼େ ୨୦ହଜାର ସରକାରୀ କର୍ମଚାରୀ ଥିଲେ । ତେବେ ଏହି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି କହିଥିଲେ ସରକାର ।
ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତିରେ ୫୧ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା । ଅନେକ ଚାଷୀ ମଧ୍ୟ ଦ୍ୱିତୀୟ କିସ୍ତିର ଟଙ୍କା ପାଇଥିଲେ । ପ୍ରଥମ କିସ୍ତିରେ ଯୋଗ୍ୟ ଅଯୋଗ୍ୟ ସମସ୍ତେ ଟଙ୍କା ପାଇସାରିଥିଲେ । କିନ୍ତୁ ସେପ୍ଟେମ୍ବର ୩ଲକ୍ଷ ୪୧ହଜାର ଅଯୋଗ୍ୟଙ୍କୁ କାଳିକା ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ସରକାରଙ୍କ ସ୍ପଷ୍ଟୀକରଣ ପରେ ଅବଶିଷ୍ଟ ଯୋଗ୍ୟ ଚାଷୀଙ୍କ ତାଲିକା ଏଯାବତ୍‌ ସରକାର ପ୍ରକାଶ କରିନାହାଁନ୍ତି । ପୂର୍ବ ସନେ୍ଦହ ଆହୁରି ଦୃଢ଼ୀଭୂତ ହେଉଛି ଯେ, ଏହି କଥିତ ଯୋଗ୍ୟଙ୍କ ଭିତରେ ଆହୁରି ବହୁ ଅଯୋଗ୍ୟ ବି ଅଛନ୍ତି । ଥରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବା ପରେ ସାନି ବିବାଦ ମୁନ୍ଦ ଟେକିବା ଥୟ ।

ଅଯୋଗ୍ୟଙ୍କ ପାଇଁ ଯେଉଁ ୧୭୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି, ତାହାକୁ କେମିତି ଫେରିପାଇବେ, ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଆଉ ଦେଉ ନାହାନ୍ତି ସରକାର । ପ୍ରଥମତଃ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇନାହିଁ । ଦ୍ୱିତୀୟରେ ଅପବ୍ୟୟ ହୋଇଥିବା ୧୭୦ କୋଟି ଟଙ୍କା ରାଜକୋଷକୁ ଫେରି ନାହିଁ । ଏବେ ଦ୍ୱିତୀୟ କିସ୍ତିର କାଳିଆ ଟଙ୍କା ଦେବା ପାଇଁ ବାହାରିଛନ୍ତି ସରକାର । ସ୍ୱାଭାବିକ ଭାବେ ବିରୋଧୀ ଦଳ ଉଠାଇଛନ୍ତି ପ୍ରଶ୍ନ ।
ଭାଜପାର ତିନିଟି ପ୍ରଶ୍ନ
ଦ୍ୱିତୀୟ କିସ୍ତିର କାଳିଆ ଟଙ୍କା ଦିଆଯିବ ବୋଲି ସରକାରଙ୍କ ଘୋଷଣା ପରେ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ତିନିଟି ପ୍ରଶ୍ନ ପଚାରିଛନ୍ତି ଭାଜପା ଉପସଭାପତି ସମୀର ମହାନ୍ତି । ଏହା ସହିତ ସେ ଗୋଟିଏ ଦାବି ମଧ୍ୟ ରଖିଛନ୍ତି । ସମୀର ପଚାରିଛନ୍ତି ଯେ, ମେ’ ୨୯ ତାରିଖ ଦିନ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍‌ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାଳିଆ ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ ବୋଲି କହିଥିଲେ । କିନ୍ତୁ କାହିଁକି ସରକାର ଅଟକି ରହିଲେ ୫୧ଲକ୍ଷରେ?
ଯେଉଁ ୨୪ ଲକ୍ଷ ଚାଷୀ କାଳିଆ ଯୋଜନାରୁ ବଞ୍ଚôତ ହୋଇଛନ୍ତି, ସେମାନଙ୍କୁ କେବେ କରାଯିବ ସାମିଲ?
ପିଏମ୍‌ କିଷାନ୍‌ ନିଧି ଯୋଜନାରେ କେନ୍ଦ୍ର ସରକାରଙ୍କୁ ଚାଷୀ ତାଲିକା କାହିଁକି ଦେଉନାହାନ୍ତି ସରକାର? ଓଡ଼ିଶାର ଚାଷୀଙ୍କୁ କାହିଁକି ସେମାନଙ୍କ ହକ୍‌ରୁ ବଞ୍ଚôତ କରାଯାଉଛି?
କାଳିଆ ଯୋଜନାରେ ତୁରନ୍ତ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛନ୍ତି ସମୀର । ସେ କହିଛନ୍ତି, ସମୁଦାୟ କେତେ ଜଣ ଚାଷୀ ଆବେଦନ କରିଥିଲେ, କେଉଁ ଆଧାରରେ ଯୋଗ୍ୟ ଅଯୋଗ୍ୟ ବଛା ହେଲେ, କେତେ ଚାଷୀଙ୍କୁ ଅର୍ଥ ଦେଲେ ଏବଂ ଆଗାମୀ ଦିନରେ କେତେଜଣ ପାଇବେ, ସେ ବିଷୟ ଶ୍ୱେତପତ୍ରରେ ସ୍ପଷ୍ଟ କରନ୍ତୁ ସରକାର ।
ମୁଁ ବଞ୍ଚôଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ । କିନ୍ତୁ ସାଢ଼େ ୩ଲକ୍ଷ ଅଯୋଗ୍ୟ ଚାଷୀଙ୍କୁ ଟଙ୍କା ଦେଲେ । ନିଜ ପ୍ରତିଶ୍ରୁତି ମୁତାବକ ମେ’ ମାସରେ ଦ୍ୱିତୀୟ କିସ୍ତି ଟଙ୍କା ଦେଇପାରିଲେ ନାହିଁ । ୨୪ ଲକ୍ଷ ନୂଆ ଚାଷୀଙ୍କୁ କାଳିଆ ତାଲିକାରେ ଅନ୍ତର୍ଭୁକ୍ତ କରାଇ ପାରିଲେ ନାହିଁ । ପ୍ରକୃତ ଚାଷୀ ଟଙ୍କା ନପାଇ ଅଯୋଗ୍ୟମାନେ ରାଜକୋଷରୁ ଟଙ୍କା ନେଇଛନ୍ତି । କେନ୍ଦ୍ର ସରକାର କିଷାନ ନିଧି ଯୋଜନାରେ ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ହଜାର ଟଙ୍କା ଦେବା ପାଇଁ ଯୋଜନା ରଖିଥିବା ବେଳେ ରାଜ୍ୟ ମାତ୍ର ୨୨ଲକ୍ଷ ଚାଷୀଙ୍କ ତାଲିକା ଦେଇଛି । ତେଣୁ ସନେ୍ଦହ ବଢ଼ୁଛି ଯେ, ପ୍ରକୃତରେ ଓଡ଼ିଶାରେ କାଳିଆ ନାଁରେ ଯେଉଁମାନେ ଟଙ୍କା ପାଇଛନ୍ତି, ସେମାନେ ପ୍ରକୃତ ଚାଷୀ ନୁହଁନ୍ତି । ତେବେ ସରକାର ଭାଜପାର ଦାବି ମୁତାବକ ଶ୍ୱେତପତ୍ର ଜାରି କରପାରିବେ କି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*