ପୁଲିସ ଭ୍ୟାନ-ଟ୍ରକ ମୁହାଁମୁହିଁ : ୨ ଯବାନ ମୃତ, ୨୬ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଝାରସୁଗୁଡା
ଶୁକ୍ରବାର ଭୋର ପ୍ରାୟ ୬ଟା୩୦ ମିନିଟ ସମୟରେ ବେଲପାହାଡ଼ର ୪୯ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଏକ ପୁଲିସ ଭ୍ୟାନକୁ ଏକ ଟ୍ରକ ସମ୍ମୁଖ ପଟରୁ ସିଧାସଳଖ ଧକ୍କା ଦେଇଛି । ଘଟଣା ସ୍ଥଳରେ ଦୁଇଜଣ ଯବାନଙ୍କ ମୃତୁ୍ୟ ହୋଇଛି । ୨୬ ଜଣ ଗୁରୁତର ଅବସ୍ଥାରେ ବୁର୍ଲା ମେଡ୍ିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ ରହିଛି । ସକାଳ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବନହରପାଲି ସ୍ଥିତ ଓପିଜିସିର ଦ୍ୱିତୀୟ ଏବଂ ତୃତୀୟ ୟୁନିଟର ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା । ଏହାର ସୁରକ୍ଷା ବ୍ୟବସ୍ଥା ପାଇଁ ଓଏସଏପି ଯବାନ ମାନେ ପୁଲିସ ଭ୍ୟାନରେ ଯାଉଥିଲେ । ସକାଳ ୬ଟା ୩୦ ବେଳକୁ ବେଲପାହାଡ ଓଭରବ୍ରିଜ୍ ନିକଟରେ ବିପରୀତ ଦିଗରରୁ ଏକ କୋଇଲା ବୋଝେଇ ଟ୍ରକ ପୁିଲିସ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ବସିଥିବା (ଝାରସୁଗୁଡା ୨ୟ ସଶସ୍ତ୍ର ବାଟାଲିୟନରେ ପ୍ରଶିକ୍ଷଣ ନେଉଥିବା ଯବାନ) ୩୩ ଜଣ ଆହତ ହୋଇଥିଲେ । ୧୭ ଜଣ ଭ୍ୟାନ ବାହାରକୁ ଛିଟିକି ପଡିଥିଲେ । କେତେକ ଭ୍ୟାନ୍ ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମନ୍ଦଳିଆ ଡାକ୍ତର ଖାନା ଓ ଟିଆରଏଲ ଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ । ଘଟଣାସ୍ଥଳରେ ୨ଜଣ ଯବାନ ଶଙ୍କର ପରସାଦ ପନ୍ଥ ଓ ପ୍ରଶାନ୍ତ ବେହେରାଙ୍କ ପା୍ରଣ ବାୟୂ ଉଡିଯାଇଥିଲା । ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ସୂଚନା ପାଇ ପୁଲିସ ବିଭାଗ ଓ ପ୍ରଶାସନ ସମେତ ୨ୟ ସଶସ୍ତ୍ର ବାହିନୀର ଅଧିକାର ମାନେ ପହଂଚିଥିଲେ । ଗୁରୁତର ସମସ୍ତ ୨୬ ଜଣଙ୍କୁ ବୁର୍ଲା ମେଡିକାଲ ପଠାଇଥିଲେ । ୭ ଟିଆରଏଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତର ଆହତ ଜୟସିଂ ଶାନ୍ତା, ରାଜେଶ ଜେନା, ରାକେଶ କୁମାର ପ୍ରଧାନ, ସତ୍ୟନାରାୟଣ ପରିଡ଼ା ଏବଂ ବିପ୍ରବର ସାହୁଙ୍କୁ ପର୍ଯ୍ୟାୟ କ୍ରମେ ଭିମସାରର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନଙ୍କ ମଧ୍ୟରେ ତାପସ ରଞ୍ଜନ ପଟେଲ, ଆଶିଷ ମୁଦୁଲି, ନରେନ୍ଦ୍ର ବେହେରା, ବିପ୍ରବର ସାହୁ, ସୁରେନ ଓରାମ, ସନ୍ତୋଷ ସୁବୁଦ୍ଧି, ମିଥୁନ ବାଗ୍, ରାଜେଶ ଶବର, ଅର୍ଜୁନ କୁମାର ନୱାର, ରେଜୁ ବିଶ୍ୱାଲ, ସୁବ୍ରତ କୁମାର ସାହୁ, ମହେଶ ମଲ୍ଲୀକ, ଲେନିନ ପ୍ରଧାନ, ଜିତେନ୍ଦ୍ର ବରାଳ, ରାକେଶ ପ୍ରଧାନ, ଯଦୁମଣୀ ମହନ୍ତ, ଅଜୟ ଏକ୍କା, କରବ ବରିନା, ମିନିକେତନ ଜେନା, ମୋଶେଷ ମଲ୍ଲୀକ, ତପନ କୁମାର ରାୟ, ଶିଶିର ଭୋଈ, ଜିତେନ୍ଦ୍ର ବେହେରା ପ୍ରମୁଖ ଭିମସାରର ଆଶୁଚିକିତ୍ସା ବିଭାଗ ଏବଂ ଟ୍ରୋମା କେୟାର ୟୁନିଟରେ ଚିକିତ୍ସାଧୀନ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*