ପୁଲିସ କହି କଲେ ଲୁଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଜଧାନୀରେ ମହିଳା ଜଣକ ବଡ଼ ସାହସ ଦେଖାଇ ଚେନ୍‌ ଲୁଟେରାକୁ କାବୁ କରିଥିଲା ବେଳେ ସ୍ୱରରେ କିନ୍ତୁ ଜଣେ ମହିଳା ଲୁଟେରାଙ୍କର ଶିକାର ହୋଇଛନ୍ତି । ପୁଲିସ ଅଫିସର କହି ବଡ଼ କୌଶଳ କରି ଦୁଇ ଲୁଟେରା ସେହି ମହିଳାଙ୍କ ପାଖରୁ ସେ ପିନ୍ଧିଥିବା ସୁନାଗହଣା ନେଇ ଫେରାର ହୋଇଯାଇଛନ୍ତି । ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଭାବେ କାର୍ଯ୍ୟ କରୁଥିବା ସୁନିତାମଣି ଜେନା ଶନିବାର ସୋର ମେଡିକାଲ ଛକରେ ଯାଉଥିଲା ବେଳେ ଦୁଇଜଣ ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚି ପୁଲିସ ଅଧିକାରୀ ଭାବେ ପରିଚୟ ଦେଇଥିଲେ । ବସ୍‌ଷ୍ଟାନ୍ଦ ଆଡକୁ ଯାଉଥିବା ସୁନିତାମଣିଙ୍କୁ ଲୁଟେରା ମାତିଛନ୍ତି ତେଣୁ ଗହଣାପତ୍ର ଖୋଲି ବ୍ୟାଗ୍‌ରେ ରଖ ବୋଲି ସେମାନେ କହିଥିଲେ । ପ୍ରଥମେ ସୁନିତାମଣି ସେମାନଙ୍କ କଥା ନଶୁଣି ବସ୍‌ଷ୍ଟାନ୍ଦ ଆଡ଼କୁ ଚାଲିବା ଜାରି ରଖିଥିଲେ । ହେଲେ ପରେ ସେ ଦୁଇଜଣ ତୁମର କ’ଣ ପୁଲିସର କଥା ଶୁଭୁନାହିଁ ବୋଲି ଜୋରରେ ତାଗିଦ୍‌ କରିବାରୁ ସୁନିତାମଣି ତାଙ୍କ ଗହଣାପତ୍ର ଖୋଲି ବ୍ୟାଗ୍‌ରେ ରଖିବାକୁ ଯାଉଥିଲେ । ସେ ନିଜ ଚେନ୍‌ କାଢ଼ିବା ମାତ୍ରକେ ଦୁଇ ଲୁଟେରା ତାଙ୍କ ହାତରୁ ଛଡ଼ାଇ ନେଇ ପଳାଇ ଯାଇଥିଲେ । ସୋର ପୁଲିସ ପକ୍ଷରୁ ଘଟଣାର ଛାନ୍‌ଭିନ୍‌ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*