ପୁଲକିତ୍‌ ଆଉ ମୁଁ ଏକାଠି ଭଲ ଦେଖାଯାଉ: କୃତି ଖର୍‌ବନ୍ଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କୃତି ଖର୍‌ବନ୍ଦା ଏବଂ ପୁଲ୍‌କିତ୍‌ ସମ୍ରାଟଙ୍କୁ ନେଇ ଇନ୍ଦଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚା ହେଉଛି । ପାର୍ଟି ହେଉ ଅବା ଫିଲ୍ମ ସୁଟିଂ ସେଟ୍‌ରେ ଦୁହିଁଙ୍କ ମଧ୍ୟରେ ଥିବା ଘନିଷ୍ଠତାରୁ ପରଖି ହେଉଛି ଯେ, ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଠାରୁ କିଛି ଅଧିକ ରହିଛି ବୋଲି । ଫିଲ୍ମକୁ ନନେଇ ବରଂ ପ୍ରେମ ସମ୍ପର୍କକୁ ନେଇ ଉଭୟେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ନେଇ କେବେ ହେଲେ ମିଡିଆ ଆଗରେ ପ୍ରତିକ୍ରିୟା ଦେଇନାହାନ୍ତି । ତେବେ କୃତି ଏଇ ନିକଟରେ ପୁଲିକିତ୍‌ଙ୍କୁ ନେଇ ଏକ ରୋଚକ କଥା କହିଛନ୍ତି । ପୁଲ୍‌କିତଙ୍କ ସହ ତାଙ୍କ ଯୋଡ଼ି ଭଲ ଦେଖାଯାଉଥିବା ସେ କହିଛନ୍ତି । ରିପୋର୍ଟ ମୁତାବକ, ଏକ ଇଣ୍ଟରଭୁ୍ୟ ସମୟରେ ଏହି ଖୁଲାସା ନିଜେ କୃତି କରିଛିନ୍ତି । ରିପୋର୍ଟର ତାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଯେ, ମୁଁ ଏ ପ୍ରଶ୍ନର ଉତ୍ତରରେ ହଁ କହୁନାହିଁ କି ନାଁ ମଧ୍ୟ କହୁନାହିଁ । ଏହାପରେ ସେ ସ୍ମିତ ହାସ୍ୟଟିଏ ଦେଇଥିଲେ ।
କୃତି ଏବଂ ପୁଲ୍‌କିତ୍‌ଙ୍କୁ ପ୍ରଥମେ ‘ବୀରେ କି ୱେଡିଂ’ରେ ଏକାଠି ଦେଖିବାକୁ ମିଳିଥିଲା । ଏହାପରେ ଦୁହିଁଙ୍କୁ ଅନୀସ୍‌ ବାଜ୍‌ମୀଙ୍କ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିବେ । ଏହି ଫିଲ୍ମରେ ଅନୀଲ କପୁର, ଜନ୍‌ ଆବ୍ରାହମ୍‌, ଅରର୍ଶଦ ୱାରର୍ଶୀ, ଇଲିଆନା ଡି’କ୍ରୁଜ୍‌, ଉର୍ବଶୀ ରୌତେଲା ଏବଂ ସୌରଭ୍‌ ଶୁକ୍ଳାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ୨୨ ନଭେମ୍ବର ୨୦୧୯ରେ ରିଲିଜ୍‌ ହେବାକୁଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*