ପୁରୁଣା ବସ୍‌ଷ୍ଟାଣ୍ଡ ରୁ ରାତ୍ରୀକାଳୀନ ବସ୍ ସେବା ପୁନଃ ଚାଲୁ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କରଞ୍ଜିଆ

କରଞ୍ଜିଆ ଏନଏସି କାର୍ଯ୍ୟାଳୟ ସଂଲଗ୍ନ ପୁରୁଣା ବସ୍ଷ୍ଟାନ୍ଦରେ ରାତ୍ରୀକାଳୀନ ବସ୍ ସେବାକୁ ଚାଲୁ କରିବା ସହ ଯାତ୍ରୀମାନଙ୍କ ନିରାପତ୍ତା ସମ୍ବନ୍ଧରେ ଜନଶୁଣାଣି କରୁଥିବା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି ।
ନୂତନ ବସ୍ଷ୍ଟାନ୍ଦ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାପାଳ ସୁରେଶ କୁମାର ବଶିଷ୍ଠ ଏବଂ ଏସ୍‌ପି ଦୟାଲ ଗାଙ୍ଗୱାରଙ୍କ ନିଦେ୍ର୍ଦଶକ୍ରମେ ଦିନବେଳା କୌଣସି ବସ୍ ସହର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଥିବାବେଳେ ସନ୍ଧ୍ୟାରୁ ତହିଁ ପରଦିନ ସକାଳ ପର୍ଯ୍ୟନ୍ତ ପୁରୁଣା ବସ୍ଷ୍ଟାନ୍ଦକୁ ଯାତ୍ରୀବାହୀ ବସ୍ଗୁଡିକ ଯିବା ଆସିବା କରୁଥିଲେ । ଫଳରେ ରାତି ସମୟରେ ଭୁବନେଶ୍ୱର ରାଉରକେଲା ଏବଂ ଅନ୍ୟ ଦୁର ସ୍ଥାନକୁ ଯାଉଥିବା ଯାତ୍ରୀଗଣ ନିଜକୁ ସୁରକ୍ଷିତ ମଣୁଥିଲେ । ମାତ୍ର ୨/୩ ମାସ ପୂର୍ବେ କେତେକ ଲୋକ ରାସ୍ତା ଜାମ ହେଉଥିବାକୁ ଆଳ କରି ଏବଂ ସହରବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରି ରାତ୍ରୀକାଳୀନ ବସ୍ସେବାକୁ ପୁରୁଣା ବସ୍ଷ୍ଟାନ୍ଦରୁ ନୂତନ ବସ୍ଷ୍ଟାନ୍ଦକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପଜିଲ୍ଲାପାଳ ଶରତ କୁମାର ପୁରୋହିତଙ୍କ ଉପରେ ନ୍ୟସ୍ତ କରିଥିଲେ ।
ଉପଜିଲ୍ଲାପାଳ ଏହା ଉପରେ ସମସ୍ତ ବର୍ଗର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା ନକରି ବସ୍ ମାଲିକମାନଙ୍କ ସହ ପରାମର୍ଶ କରି ସେମାନଙ୍କୁ ସୁହାଇବା ଭଳି ନିଷ୍ପତ୍ତି ପୂର୍ବକ ପୁରୁଣା ବସ୍ଷ୍ଟାନ୍ଦକୁ ରାତ୍ରୀକାଳୀନ ବସ୍ ସେବା ବନ୍ଦ କରିଥିଲେ । ସମସ୍ତ ମହଲରୁ ତୀବ୍ର ବିରୋଧ ହେବା ପରେ ଉପଜିଲ୍ଲାପାଳ ନିଜର ଅସହାୟତା ପ୍ରଦର୍ଶନ କରିବା ସହ ନିଜ ମୁନ୍ଦ ଉପରୁ ଦୋଷକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ ଉପରେ ଲଦିଥିଲେ ।
ନୂତନ ବସ୍ଷ୍ଟାନ୍ଦ ସମ୍ପୂର୍ଣ୍ଣ ଭାବେ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନପାରିବା, ରାତିରେ ମହିଳା ଯାତ୍ରୀଙ୍କ ସୁରକ୍ଷା ବନେ୍ଦାବସ୍ତ ନହେବା, ସହରର ଉପଖନ୍ଦରେ ଥିବା ନୂତନ ବସ୍ଷ୍ଟାନ୍ଦର ରାତ୍ରୀକାଳରେ ବୃଦ୍ଧ, ଶିଶୁ, ରୋଗୀ ଅଥବା ଏକୁଟିଆ ମହିଳା ସହର ମଧ୍ୟକୁ ଆସିବାବେଳେ ସେମାନଙ୍କୁ ଅତ୍ୟଧିକ ଅଟୋ ଭଡ଼ା ଦେବା ପାଇଁ ପଡ଼ୁଛି । ଏସବୁ କାରଣରୁ ରାତ୍ରୀକାଳୀନ ବସ୍ ସେବାକୁ ତୁରନ୍ତ ଚାଲୁ କରିବା ପାଇଁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*