ପୁରୁଣାପାଣି ପ୍ରାଥମିକ ସ୍କୁଲ,ଅବ୍ୟବସ୍ଥାରେ ଚାଲିଛି ଷାଣ୍ମାସିକ ପରୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଳକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଏନେଇ ଅଭିଭାବକ ମହଲରେ ଅଭିଯୋଗ ଓ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ପ୍ରତିକାର ହେଉନଥିବା ପରିତାପର ବିଷୟ ହୋଇଛି ।
ଏବେ ପ୍ରାଥମିକ ସ୍କୁଲ ଗୁଡିକରେ ଚାଲିଛି ଷାଣ୍ମାସିକ ପରୀକ୍ଷା । ହେଲେ ସୋମବାର ଚିତ୍ରଡ଼ା ପଞ୍ଚୟତର ପୁରୁଣାପାଣି ପ୍ରାଥମିକ ସ୍କୁଲରେ ପିଲାମାନେ ପରୀକ୍ଷା ଦେବା ଅବସ୍ଥାରେ ନଥିଲେ । ପିଲାମାନେ ଏକାଠି ହୋଇ ଯିଏ ଯେଉଁଠି ଇଚ୍ଛା ସେଠାରେ ବସିଥିଲେ । ଭାରପ୍ରାପ୍ତ ଶିକ୍ଷକ ଉମାକାନ୍ତ ମହାନ୍ତ ସ୍କୁଲରେ ଉପସ୍ଥିତ ଥିବା ବେଳେ ଅନ୍ୟଜଣେ ଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଅନୁପସ୍ଥିତ ଥିଲେ । ତାଙ୍କ ସପକ୍ଷରେ ସଫେଇଦେଇ ପ୍ରଧାନ ଶିକ୍ଷକ କହିଥିଲେ ସେ ସ୍କୁଲ କାମରେ ବ୍ଳକ ଶିକ୍ଷା ଅଫିସ ଯାଇଛନ୍ତି । ଶିକ୍ଷାଧିକାରୀ ସୁଦାମଚନ୍ଦ୍ର ଧଳ କହିଥିଲେ ଯେ ସେ ଅଫିସ ଆସି ନାହିଁନ୍ତି କି ଏସ ମୟରେ ଅଫିସ ଆସିବାର ଅନୁମତି ନାହିଁ । ସ୍କୁଲର ପ୍ରଥମରୁ ପଞ୍ଚମ ଶ୍ରଣୀ ପର୍ଯ୍ୟନ୍ତ ପିଲା ସଂଖ୍ୟା ୧୮ ଜଣ ଥିବାଭବେଳେ ପ୍ରଧାନ ଶିକ୍ଷକ କହିଲେ ଆଜିର ଉପସ୍ଥାନ ୧୫ ଜଣ । କିନ୍ତୁ ବାସ୍ତବରେ ଉପସ୍ଥିତ ଥିଲେ ୧୨ଜଣ । ପରୀକ୍ଷା ବେଳେ ମଧ୍ୟ ପିଲା ଅନୁପସ୍ଥିତ ରହିବା ସ୍କୁଲର ଅବହେଳାକୁ ପଦାରେ ପକାଇ ଦେଇଛି । ରୋଷେୟା କବିତା ମହାନ୍ତ କହିଥିଲେ ପିଲାଙ୍କ ସହ ପ୍ରଧାନ ଶିକ୍ଷକ ଓ ସେ ନିଜେ ମଧ୍ୟାହ୍ନ ଭୋଜନ ନିୟମିତ ଖାଆନ୍ତି ଯଦିବା ଏହା ନିୟମ ବହିର୍ଭୁତ । ୨ଟି ଶ୍ରେଣୀଗୃହ ଥିଲେ ମଧ୍ୟ ଗୋଟିଏରେ ପାଠପଢ଼ା, ପରୀକ୍ଷା ସବୁ ହୁଏ । ଏଥିରୁ ପ୍ରାୟ ଜଣେ ଶିକ୍ଷକ ସବୁବେଳେ ଅନୁପସ୍ଥିତ ରହୁଥିବା ପ୍ରମାଣିତ କରୁଛି । ନଳକୂଅ ୩ଟି ଥିଲେ ମଧ୍ୟ ପାଣି ବ୍ୟବହାର ଉପଯୋଗୀ ହେଉନଥିବାରୁ ବାହାରୁ ପାଣି ଆଣିବାକୁ ପଡୁଥିବା ଅଭିଯୋଗ ହେଉଛି । ରୋଷେଇ ଘରେ ପାଣି ଗଳୁଥିବା ବେଳେ ବିପଦପୂର୍ଣ୍ଣ ଘରେ ରୋଷେଇ ହେଉଛି । ପାଠପଢ଼ା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେବା ସହ ବିଶୃଙ୍ଖଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*