ପୁରୀ ରେଳ ପୋଡ଼ି ମାମଲା ସୁବାସଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ପୁରୀ

ବହୁଚର୍ଚ୍ଚିତ ପୁରୀ ରେଳ ପୋଡ଼ି ମାମଲାରେ ରାୟ ଶୁକ୍ରବାର ପ୍ରକାଶ ପାଇଛି । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ୫ ବର୍ଷ ଜେଲ୍‌ଦନ୍ଦ ସହ ୭୫ହଜାର ୫୦୦ ଟଙ୍କା ଜରିମାନା ନିଦେ୍ର୍ଦଶ ଦେଇଛନ୍ତି ପୁରୀ ଅତିରିକ୍ତ ସେସନ୍‌ ଜଜ୍‌ ତଥା ସିଜିଏମ୍‌ ଡ. ଇନ୍ଦୁ ଶର୍ମା ।
୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ଷ୍ଟେସନ୍‌ର ୨, ୩ ଏବଂ ୬ ନମ୍ବର ପ୍ଳାଟଫର୍ମରେ ଥିବା ଟ୍ରେନ୍‌ରେ ନିଅାଁ ଲଗାଇ ଦେଇଥିଲା ଅଭିଯୁକ୍ତ ସୁବାସ । ଏହା ପରଦିନ ସନେ୍ଦହଜନକ ଅବସ୍ଥାରେ ପ୍ଳାଟ୍‌ଫର୍ମରେ ବୁଲିବା ସମୟରେ ସୁବାସଙ୍କୁ ଗିରଫ କରିଥିଲା ଜିଆର୍‌ପି ପୁଲିସ୍‌ । ତାଙ୍କ ନିକଟରୁ ଛୁରୀ, ବ୍ଲେଡ୍‌ ଓ ଡିଆସିଲି ଜବତ ହୋଇଥିଲା ।ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ସନେ୍ଦହ କରାଯାଇ ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା । ହେଲେ ପରେ ଏହା ଆତଙ୍କବାଦୀ କାର୍ଯ୍ୟ ପରିସର ନଥିବାରୁ ଏନ୍‌ଆଇଏ ମାମଲାରୁ ଓହରିଥିଲା । ୪୦ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଇନ୍ଦୁ ଶର୍ମା ଶୁକ୍ରବାର ଏହି ଦନ୍ଦାଦେଶ କରିଛନ୍ତି । ଜରିମାନା ଅନାଦେୟ ପାଇଁ ଆଉ ୧୦ମାସ ଜେଲ୍‌ଦନ୍ଦ ଭୋଗିବାର ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲା ଜିଆର୍‌ପି ହାତକୁ ଆସିବା ପରଠାରୁ ଜେଲ୍‌ରେ ଅଛନ୍ତି ରାମଚନ୍ଦ୍ରନ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*