ପୁରସ୍କାର ବିତରଣୀ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ସୁକିନ୍ଦା

ଡୁବୁରୀ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲରେ ଶିଶୁ ଦିବସ ଓ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ଅଧ୍ୟକ୍ଷ ଲେଷ୍ଟର ଏଭରସନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାମାଜିକ କର୍ମୀ ଗଣେଶ ଚନ୍ଦ୍ର ଦାସ ଓ ସାହିତି୍ୟକ ଶରତ ରାୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଦିବସର ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନର୍ସରୀ କେଜି ପିଲାମାନଙ୍କ ମଧ୍ୟରେ ଫେସନ ଡ୍ରେସ ପ୍ରତିଯୋଗିତା ଆୟୋଜିତ ହୋଇଥିଲ । ଫେସନ ଡ୍ରେସ ପ୍ରତିଯୋଗିତାର ବିଚାରକ ଭାବେ ସାମ୍ବାଦିକ ସଞ୍ଜୀବ ମହାନ୍ତ ଯୋଗ ଦେଇଥିଲେ । ତା’ଛଡା ବକ୍ତୃତା, ଚିତ୍ରାଙ୍କନ, ହସ୍ତାକ୍ଷର ଓ ଅନ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*