ପୁନେ ଟେଷ୍ଟ : ପୂଜାରା ଓ ବିରାଟଙ୍କ ଚମକ ମୟଙ୍କଙ୍କ ୧୦୮ : ଭାରତ ୨୭୩/୩

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପୁନେ

ବିଶାଖାପାଟଣାରେ ଯେଉଁଠି ଶେଷ କରିଥିଲେ ସେଇଠୁ ଚମକ୍ରାର ଫର୍ମ ପୁଣି ଥରେ ଆରମ୍ଭ କରି ଭାରତୀୟ ଆଗ ଧାଡିର ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫି୍ରକାର ବୋଲିଂର ଦୃଢ ପ୍ରତିରୋଧ କରିବା ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଦଳକୁ ମଜଭୁତ ସ୍ଥିତି ପ୍ରଦାନ କରିଛନ୍ତି । ଓପନର ମୟଙ୍କ ଅଗ୍ରୱାଲ ତାଙ୍କ ବଢିଆ ଫର୍ମର ପୁଣି ଏକ ପ୍ରମାଣ ପ୍ରଦାନ କରି ଶତକ ଅର୍ଜନ କରିବା ଫଳରେ ଗୁରୁବାର ମ୍ୟାଚ୍‌ର ପ୍ରଥମ ଦିନ ଆଲୋକ ଅଭାବରୁ ନିର୍ଦ୍ଧାରିତ ସମୟ ଆଗରୁ ଷ୍ଟମ୍ପ ଅପସାରଣ ହେଲା ବେଳକୁ ଭାରତ ନିଜ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୨୭୩ ରନ୍‌ କରିନେଇଥିଲା । ୮୬ତମ ଓଭରରେ ଖେଳକୁ ବନ୍ଦ ରଖାଯାଇଥିଲା । ସେତେବେଳେ ଅଧିନାୟକ ବିରାଟ କୋହଲି ୧୦୫ ବଲରୁ ୬୩ ଏବଂ ରାହାଣେ ୭୦ ବଲରୁ ୧୮ ରନ୍‌ କରି ବ୍ୟାଟିଂ କରୁଥିଲେ ।
ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବିଶାଖାପାଟଣାରେ ୨୧୫ ରନ୍‌ କରିଥିବା ଅଗ୍ରୱାଲ ଏଠାରେ ମଧ୍ୟ ଆକର୍ଷଣୀୟ ଭାବରେ ବ୍ୟାଟିଂ କରିଥିଲେ । ପ୍ରାରମ୍ଭିକ ସମୟରେ କିଛିଟା ଅଡୁଆରେ ପଡିଥିଲେ ମଧ୍ୟ ସମୟ ବିତାଇବା ସହ ତାଙ୍କ ଖେଳ ସହଜ ହୋଇଯାଇଥିଲା । ୨୮ବର୍ଷିୟ ମୟଙ୍କ ୧୯୫ ବଲରୁ ୧୦୮ ରନ୍‌ ସ୍କୋର କରି ଦଳକୁ ବଢିଆ ଆରମ୍ଭ ପ୍ରଦାନ କରିଛନ୍ତି । ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନ ପ୍ରଥମ ଟେଷ୍ଟର ଆରମ୍ଭ ଭଳି ହୋଇଥିଲା । ନିଜ ଶକ୍ତିଶାଳୀ ବ୍ୟାଟିଂକୁ ଆଧାର କରି ଦକ୍ଷିଣ ଆଫି୍ରକାକୁ ବ୍ୟାଟ୍‌ ଆଉଟ୍‌ କରିବାର ଚେଷ୍ଟା ଏଠାରେ ମଧ୍ୟ କରିଛି ଭାରତୀୟ ଦଳ । ୫୮ ରନ୍‌ କରିଥିବା ଚେତେଶ୍ୱର ପୂଜାରାଙ୍କ ସହ ୧୩୮ ରନ୍‌ ଦ୍ୱିତୀୟ ୱିକେଟ ପାଇଁ ଯୋଡି ଅଗ୍ରୱାଲ ଭଲ ଆରମ୍ଭ ପ୍ରଦାନ କରିଥିଲେ । ଗତ ମ୍ୟାଚ୍‌ରେ ଉଭୟ ଇନିଂସରେ ଶତକ ଅର୍ଜନ କରିଥିବା ରୋହିତ ଶର୍ମା ୧୪ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ପୂଜାରା ଓ ଅଗ୍ରୱାଲଙ୍କ ଯୋଡି ଭାରତର ଅଧିକ କ୍ଷତି ହେବାକୁ ଦେଇନଥିଲା । ଦିନର ଶେଷ ଦୁଇଘଣ୍ଟାରେ ଭାରତୀୟ ଅଧିନାୟକ ଆରମ୍ଭ କରିଦେଇଥିଲେ ଜମାଣିଆ ଖେଳିବା । ସେ ଅବିଭକ୍ତ ୪ର୍ଥ ୱିକେଟ ପାଇଁ ଯୋଡିସାରିଲେଣି ୭୫ରନ୍‌ । ଦକ୍ଷିଣ ଆଫି୍ରକା ପକ୍ଷରୁ ଭାରତର ତିନୋଟି ଯାକ ୱିକେଟ ଦଖଲ କରିବାର ସୌଭାଗ୍ୟ ହାସଲ କରିଛନ୍ତି ରାବାଡା । ସେ ୪୮ ରନ୍‌ ଦେଇ ପାଇଛନ୍ତି ତିନି ସଫଳତା ।

ଆଇପିଏଲକୁ ଶ୍ରେୟ ଦେଲେ କପିଲ

ବର୍ତ୍ତମାନ ଭାରତୀୟ କି୍ରକେଟ ଦଳରେ କେବଳ ଭଲ ମାନର ଏକାଧିକ ବ୍ୟାଟ୍ସ ମ୍ୟାନ୍‌ ନାହାଁନ୍ତି ଏକାଧିକ ବୋଲର ମଧ୍ୟ ରହିଛନ୍ତି । ବିଶେଷ କରି ପେସ୍‌ ବାହିନୀ ଭାରତୀୟ ଦଳର ଖୁବ୍‌ ଭଲ ରହିଛି । ଏହାର ଶ୍ରେୟ ଆଇପିଏଲ୍‌କୁ ପ୍ରଦାନ କରିଛନ୍ତି ବିଖ୍ୟାତ କି୍ରକେଟର କପିଲ ଦେବ । ଗତ ୪ ରୁ ୫ ବର୍ଷ ଭିତରେ ଏକାଧିକ କ୍ୱାଲିଟି ପେସ୍‌ ବୋଲର ବାହାରି ଭାରତୀୟ କି୍ରକେଟର ଚେହେରା ହିଁ ବଦଳାଇ ଦେଇଛନ୍ତି ବୋଲି କହିଛନ୍ତି କପିଲ । ଭାରତର ଯୁବ ପେସ୍‌ ବୋଲରମାନଙ୍କୁ ବିଶ୍ୱସ୍ତରୀୟ ଖେଳାଳିମାନଙ୍କ ସହ ଖେଳିବାର ସୁଯୋଗ ପ୍ରଦାନ କରି ଆଇପିଏଲ୍‌ ଆମ ପେସ୍‌ ବାହିନୀକୁ ସୁଦୃଢ କରିଛି ବୋଲି କପିଲ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*