ପୁଣି ହେବ ଗୋଲମାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡର ସବୁଠାରୁ ସଫଳ ଆକ୍ଟର-ଡିରେକ୍ଟର ଯୋଡ଼ିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଅଜୟ ଦେବ୍‌ଗନ ଏବଂ ରୋହିତ୍‌ ସେଟ୍ଟୀ । ‘ସିମ୍ବା’ରେ କେମିଓକୁ ମିଶାଇ ଦୁହେଁ ଏପର୍ଯ୍ୟନ୍ତ ୧୧ଟି ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଆସନ୍ତା ବର୍ଷ ରିଲିଜ୍‌ ହେବାକୁଥିବା ରୋହିତ୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀରେ ମଧ୍ୟ ଅଜୟ କେମିଓ କରୁଛନ୍ତି । ଏଥିରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଆକ୍ଟର-ଡିରେକ୍ଟର ଯୋଡ଼ିଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର କେବଳ ଏତିକିରେ ସୀମିତ ହୋଇନାହିଁ । ସୂଚନା ମୁତାବକ, ଖୁବ୍‌ଶୀଘ୍ର ‘ଗୋଲମାଲ’ ଏବଂ ‘ସିଙ୍ଘମ୍‌’ର ଆଗାମୀ ପାର୍ଟ ଦେଖିବାକୁ ପାଇପାରିବେ ଦର୍ଶକ । ସୂଚନାଯୋଗ୍ୟ ଯେ, ‘ସୂର୍ଯ୍ୟବଂଶୀ’ର ସୁଟିଂ ପରେ ପରେ ରୋହିତ୍‌ ସେଟ୍ଟୀ ‘ଗୋଲମାଲ-୫’ ପାଇଁ କାମ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଥିଲା । ତେବେ ଏହି ଫିଲ୍ମର ସୁଟିଂ ଏଇ ନିକଟରେ ଶେଷ ହୋଇଥିବା ଜଣାପଡ଼ିଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏନେଇ ସୋଶିଆଲ ମିଡିଆରେ ସୂଚନା ମଧ୍ୟ ଦେଇଛନ୍ତି ।
ଫିଲ୍ମ ‘ଗୋଲମାଲ-୫’ପାଇଁ ରୋହିତ୍‌ଙ୍କୁ ଏକ ମନଲାଖି କାହାଣୀ ମଧ୍ୟ ମିଳିସାରିଥିବା ରୋହିତ୍‌ କହିଛନ୍ତି । ‘ଗୋଲମାଲ ଏଗେନ୍‌’ ଏକ ହରର୍‌ କମେଡି ଫିଲ୍ମ ଥିଲା ବେଳେ ଏହାର ଆଗାମୀ ପାର୍ଟ ଦର୍ଶକଙ୍କ ମନକୁ କିଭଳି ଛୁଇଁପାରିବ ସେଭଳି ଷ୍ଟୋରୀ ଖୋଜୁଥିଲେ ରୋହିତ୍‌ । ରିପୋର୍ଟ ଅନୁସାରେ, ଫିଲ୍ମଟିର କାହାଣୀ ଫାଇନାଲ ହେବା ପରେ ମେକର୍ସଙ୍କୁ ଡାଇଲଗ୍‌ ଏବଂ ସ୍କ୍ରୀନ୍‌ ପ୍ଲେ ଉପରେ କାମ କରୁଛନ୍ତି । ‘ସୂର୍ଯ୍ୟବଂଶୀ’ ଶେଷ ହେବା ପରେ ରୋହିତ୍‌ ସେଟ୍ଟୀ ‘ଗୋଲମାଲ-୫’ର ସୁଟିଂ ଆରମ୍ଭ କରିବେ । ଅଜୟ ଦେବ୍‌ଗନ୍‌ଙ୍କ ବ୍ୟତୀତ ଏଥିରେ ଅର୍ଶଦ ୱାରସୀ, କୁନାଲ ଖେମୁ, ତୁଷାର କପୁର, ଶ୍ରେୟସ୍‌ ତଲପଡେ ଏବଂ ପୂର୍ବ ଭଳି ଅନ୍ୟ ଆକ୍ଟରମାନେ ନିଜ ନିଜର ଭୂମିକା ତୁଲାଇବେ । ତେବେ ଚଳିତ ବର୍ଷ ଫିଲ୍ମରେ ନୂଆ ଚରିତ୍ରମାନଙ୍କର ଏଣ୍ଟ୍ରି ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ବର୍ଷ ଫିମେଲ ଲିଡ୍‌ ପାଇଁ ଅଭିନେତ୍ରୀଙ୍କ ସନ୍ଧାନ କରାଯିବ ବୋଲି ଶୁଣିବାକୁ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*