ପୁଣି ହରର୍ କମେଡିରେ ରାଜକୁମାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଗତବର୍ଷ ରିଲିଜ ହୋଇଥିବା ରାଜ କୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’କୁ ଦଶର୍କ ଖୁବ ପସନ୍ଦ କରିବା ପରେ ଏବେ ଆଉ ଏକ ନୂଆ ହରର୍ କମେଡି ସିନେମାରେ ସେ ଅଭିନୟ କରିବାକୁ ଯାଉଛନ୍ତି । ଏହି ସିନେମାର ନାମ ରୁହ୍‌-ଅଫଜା ବୋଲି ସ୍ଥିର ହୋଇଛି । ପ୍ରଯୋଜକ ଦିନେଶ ବିଜନ ଓ ଫୁକ୍‌ରେ ଫିଲ୍ମର ନିଦେ୍ର୍ଦଶକ ମ୍ରିଗଦୀପ ସିଂ ଲାମ୍ବା ମିଶି ଏହି ଫିଲ୍ମର ପ୍ରଯୋଜନା କରିବେ ।
ଏହି ଦୁଇଜଣ ପ୍ରଥମ ଥର ଏକା ସହିତ କାମ କରୁଛନ୍ତି । ଫିଲ୍ମର ନିଦେ୍ର୍ଦଶକ, ମୁଖ୍ୟ ଅଭିନେତ୍ରୀ ଓ ବାକି କଳାକାରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବଛା ହୋଇନାହାଁନ୍ତି, କିନ୍ତୁ ବହୁତ ଶୀଘ୍ର ଅନ୍ୟ କଳାକାରଙ୍କ ବିଷୟରେ ଘୋଷଣା କରାଯିବ । ଏହି ସିନେମାରେ ରାଜକୁମାର ରାଓଙ୍କ ବ୍ୟତୀତ ଫୁକ୍‌ରେ ଫେମ ବରୁଣ ଶର୍ମା ମଧ୍ୟ ଦେଖିବାକୁ ମିଳିବ । ଫୁକ୍‌ରେ ସିନେମାରେ ବରୁଣ ଶର୍ମାଙ୍କ ଚୁଚା ଭୂମିକାରେ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ଏହି ସିନେମାରେ ରାଜକୁମାର ରାଓଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଆସିବେ, ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ରାଜକୁମାରଙ୍କ ଦ୍ୱିତୀୟ ହରର ସନେମା ହେବ । ଏହି ସିନେମା ବ୍ୟତୀତ ରାଜକୁମାର ରାଓ ଦିନେଶ ବିଜନଙ୍କ ସହିତ ‘ମେଡ ଇନ ଚାଇନା’ରେ ମଧ୍ୟ କାମ କରୁଛନ୍ତି । ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହିତ ମୌନୀ ରୟଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*