ପୁଣି ରାଜଧାନୀ ମୁହାଁ ଜଙ୍ଗଲୀ ହାତୀ ଲୋକେ ଆତଙ୍କିତ,ନାକେଦମ ବନ ବିଭାଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଜଙ୍ଗଲ ଛାଡି ଏବେ ସହରମୁହାଁ ହାତୀ । କେତେବେଳେ ଚନ୍ଦକା ଜଙ୍ଗଲରୁ ଖନ୍ଦଗିରି, ବରମୁନ୍ଦା, ଘାଟିକିଆରେ ଆସି ଆତଙ୍କ କରି ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେଣି ତ ଆଉ କେତେବେଳେ ଇନ୍‌ଫୋସିଟି ଥାନା ଚୁନକୋଳ ବସ୍ତିରେ ଆତଙ୍କ କଲେଣି । ଜଙ୍ଗଲୀ ହାତୀର ଆତକଙ୍କୁ ନେଇ ଏବେ ରାଜଧାନୀବାସୀ ଆତଙ୍କିତ ହୋଇପଡିଛନ୍ତି । ଆଜି ସକାଳୁ ସକାଳୁ ଦୁଇଟି ହାତୀ ଇନଫୋସିଟି ଥାନା ଚୁନକୋଳି ବସ୍ତି ଅଂଚଳରେ ପଶି ଆତଙ୍କିତ କରିଛନ୍ତିି । ଗୋଟିଏ ହାତୀ ଜଙ୍ଗଲକୁ ଚାଲିଯାଇଥିବାବେଳେ ଆଉ ଗୋଟିଏ ଦନ୍ତା ଅଂଚଳରେ ଆତଙ୍କ ଖେଳାଇଦେଇଛି । ହାତୀଟି ବ୍ୟାପକ କ୍ଷୟକ୍ଷତି କରିବା ସହ ବାଟବଣା ହୋଇ ଲୋକମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛି । ସକାଳୁ ମର୍ଣ୍ଣିୱାର୍କରେ ଯାଉଥିବା ଦୁଇ ଯୁବକଙ୍କ ଗାଡିକୁ ହାତୀ ଭାଙ୍ଗି ଦେବା ସହ ଦୁଇ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଅଂଚଳରେ ପାଚେରି ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛି । ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ଟିମ ସାଇରନ ବଜାଇ ହାତୀକୁ ଘଉଡାଇବା ଉଦ୍ୟମ ଜାରି ରଖିଛି । ସେହିଭଳି ଖୋର୍ଦ୍ଧା ବନଖନ୍ଦ ଅଞ୍ଚଳରୁ ଆସିଥିବା ୪ଟି ହାତୀ ତମାନେ୍ଦା ଓ ମେଣ୍ଢାଶାଳ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ପରେ ୪ଟି ହାତୀ ଚନ୍ଦକା ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି । ଏହି ହାତୀଙ୍କୁ ଜଙ୍ଗଲ ଭିତରକୁ ଘୋଉଡ଼ାଇବା ପାଇଁ ବନ ବିଭାଗ ଓ ଚନ୍ଦକା ଥାନା ପୁଲିସକୁ ପ୍ରାୟ ୮ ଘଣ୍ଟା ନାକେଦମ ହେବାକୁ ପଡ଼ିଛି । ଏହି ୪ ଜଣିଆ ହାତୀପଲରୁ ଏକ ମାଈ ହାତୀ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦେଖାଯାଇଛି । ଏହି ହାତୀପଲ ଖାଦ୍ୟ ସଂଗ୍ରହରେ ସହରମୁହା ହୋଇଥିବା ବନ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ବନଖନ୍ଦରେ ୧୨ଟି ହାତୀପଲ ରହିଥିବା ବେଳେ ଏହି ପଲ ୨ ଭାଗ ହୋଇପଡ଼ିଛନ୍ତି । ଫଳରେ ଏକ ହାତୀପଲ ତମାନେ୍ଦା, ମେଣ୍ଢାଶାଳ, ଚନ୍ଦକା ଜଙ୍ଗଲରେ ରହିଥିବା ବେଳେ ଆଉ ଏକ ପଲ ଇନଫୋସିଟି ମୁନ୍ଦିଆ ଅଞ୍ଚଳ ଜଙ୍ଗଲ ଭିତରେ ରହିଛନ୍ତି । ଖବର ପାଇ ବନ ବିଭାଗ ଟିମ ପହଚିଂ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ହାତୀଟି ବସ୍ତି ଅଂଚଳରେ ବୁଲୁଛି । ଫଳରେ ଲୋକେ ଜୀବନ ବିକଳରେ ଅଂଚଳଛାଡି ଅନ୍ୟାନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । ବନ ବିଭାଗ ଟିମ ସାଇରନ ବଜାଇ ହାତୀକୁ ଘଉଡାଇବା ଉଦ୍ୟମ ଜାରି ରଖିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ହାତୀମାନେ ଏବେ ରାଜଧାନୀ ମୁହାଁ ହୋଇଥିବାରୁ ସହରବାସୀ ଏବେ ଭୟଭିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ସେମାନେ ଫେରିଯାଇ ପୁଣି ସହରମୁହାଁ ହେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*