ପୁଣି ଯବାନ୍‌ ଭୂମିକାରେ ଭିକି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


‘ଉରୀ’ ଷ୍ଟାର ଭିକି କୌଶାଲଙ୍କୁ ପୁଣି ଥରେ ବଡ଼ ପରଦାରେ ଯବାନ୍‌ ଭୂମିକାରେ ଦେଖିବାକୁ ମିଳିବ । ଭିକି ନିଜର ଆଗାମୀ ପ୍ରୋଜେକ୍ଟରେ ଜଣେ ଭାରତୀୟ ସେନାର ଯୋଦ୍ଧା ତଥା ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ୍‌ ମାନେକ୍‌ସଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବ । ଜୁନ୍‌ ୨୭ରେ ଏହି ବାହାଦୂର ଯୋଦ୍ଧାଙ୍କ ୧୨ତମ ପୁଣ୍ୟତିଥି ଅବସରରେ ଭିକି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ ମାର୍ଶଲଙ୍କ ଭୂମିକାରେ ନିଜର ଲୁକ୍‌କୁ ମଧ୍ୟ ସେୟାର କରିଛନ୍ତି । ଭିକି ଗତବର୍ଷ ତାଙ୍କର ପୁଣ୍ୟ ତିଥି ଅବସରରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଥିଲେ । ଫିଲ୍ମର ନିଦେ୍ର୍ଦଶନା ମେଘନା ଗୁଲଜାର କରୁଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ୱ ରନି ସ୍କ୍ରୁୱାଲା କରୁଛନ୍ତି । ଭିକି ଏବଂ ମେଘନା ଏହାପୂର୍ବରୁ ଫିଲ୍ମ ‘ରାଜି’ରେ ଏକାଠି କାମ କରିଛନ୍ତି । ଏହା ବ୍ୟତୀତ ଭିକି ସହିଦ୍‌ ଉଦ୍ଧମ ସିଂଙ୍କ ବାୟୋପିକ୍‌ରେ ମଧ୍ୟ ନଜର ଆସୁଛନ୍ତି । ତେବେ ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ରିଲିଜ୍‌ କରାଯିବା ନେଇ ସୂଚନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*