ପୁଣି ଥରେ ରଣବୀରଙ୍କ ସହ ରୋମାନ୍ସ କରିବେ ପ୍ରିୟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ଗୋଟିଏ ପରେ ଗୋଟିଏ ଫିଲ୍ମର ଘୋଷଣା କରିଚାଲିଛନ୍ତି । କିଛି ଦିନ ତଳେ ସଞ୍ଜୟ ଲୀଲା ଭଂସାଲୀ ‘ଗଙ୍ଗୁବାଈ’ ଫିଲ୍ମର ଘୋଷଣା କରିଥିଲେ । ସେହିପରି ଏଇ ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟର ନାମକୁ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମର ନାମ ହେଉଛି ‘ବେଜୁ ବାୱରା’ । ଜଣେ କଳାକାରର ପ୍ରତିଶୋଧକୁ ନେଇ ଫିଲ୍ମର କାହାଣୀଟି ଆଧାରିତ । ସଞ୍ଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମଟି ୨୦୨୧ ମସିହା ଦୀପାବଳି ଅବସରରେ ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳିଛି । ଏପର୍ଯ୍ୟନ୍ତ ଫିଲ୍ମର କାଷ୍ଟିଂକୁ ନେଇ କୌଣସି ଘୋଷଣା କରାଯାଇନଥିଲେ, ହେଁ ଏଥିରେ ରଣବୀର ସିଂଙ୍କୁ ମୁଖ୍ୟ ଭୂମିକାରେ ସାଇନ୍‌ କରାଯିବ ବୋଲି ଜଣାପଡ଼ିଛି । ଏଥିସହିତ ତାଙ୍କ ଅପୋଜିଟ୍‌ ପ୍ରିୟଙ୍କାଙ୍କୁ ସାଇନ୍‌ କରାଯିବ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ପ୍ରିୟଙ୍କା ଓ ରଣବୀରଙ୍କ ଯୋଡ଼ିକୁ ଦର୍ଶକେ ଚତୁର୍ଥ ଥର ଲାଗି ପରଦାରେ ଏକାଠି ଦେଖିବାକୁ ପାଇବେ । ଏହାପୂର୍ବରୁ ଉଭୟେ ‘ବାଜିରାଓ ମସ୍ତାନୀ’, ‘ଗୁନେ୍ଦ’, ‘ଦିଲ୍‌ ଧଡକ୍‌ନେ ଦୋ’ ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଏହାବ୍ୟତୀତ ପ୍ରିୟଙ୍କା ରଣବୀରଙ୍କ ଫିଲ୍ମ ‘ଗଲିୟୋ କି ରାସ୍‌ଲୀଲା ରାମଲୀଲା’ରେ ଏକ ଆଇଟମ୍‌ ନମ୍ବର ପରିବେଷଣ କରିଥିଲେ । ସେହିପରି ସଞ୍ଜୟଙ୍କ ସହ ମଧ୍ୟ ରଣବୀର ଚତୁର୍ଥ ଥର ଲାଗି କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ରଣବୀର ସଞ୍ଜୟଙ୍କ ଫିଲ୍ମ ‘ଗଲିୟୋ କି ରାସ୍‌ଲୀଲା ରାମଲୀଲା’, ‘ବାଜିରାଓ ମସ୍ତାନୀ’ ଏବଂ ‘ପଦ୍ମାବତ୍‌’ରେ କାମ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*