ପୁଣି ଥରେ ଚେତାଇଲେ ନିରୂପମ|ମାଟିରେ ମିଶିଯିବ କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଏବଂ ରାକପା ସହ ମିଶି ସରକାର ଗଠନର ଉଦ୍ୟମରେ ଲାଗିପଡିଛି । ଆଉ ଏହି ପରିସ୍ଥିତିରେ କଂଗ୍ରେସ ନେତା ସଂଜୟ ନିରୂପମ ଦେଇଛନ୍ତି ଏକ ବଡ଼ ବୟାନ । ସେ କହିଛନ୍ତି ବର୍ଷେ ପୂର୍ବରୁ କଂଗ୍ରେସ ଉତ୍ତରପ୍ରଦେଶରେ ବସପା ସହ ଗଠବନ୍ଧନ କରି ବଡ଼ ଭୁଲ୍‌ କରିଥିଲା । ଦଳ ସେତେବେଳେ ଏପରି ମାଡ଼ ଖାଇଲା ଯେ, ବର୍ତ୍ତମାନ ମଧ୍ୟ ଠିକ୍‌ରେ ଉଠିପାରୁନି । ମହାରାଷ୍ଟ୍ରରେ ମଧ୍ୟ ଆମେ ସେହି ଭୁଲ୍‌ କରିବାକୁ ଯାଉଛୁ । ଶିବସେନାରେ ତୃତୀୟ ନମ୍ବରର ଦଳ ବନିବା କଂଗ୍ରେସ ପାଇଁ ମାଟିରେ ପୋତି ହେବା ଭଳି । ଭଲ ହେବ କଂଗ୍ରେସ ଅଧ୍ୟକ୍ଷା କୌଣସି ଚାପରେ ନ ଆସନ୍ତୁ ।
ଗୁରୁବାର କଂଗ୍ରେସର କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା । ତେବେ ବରିଷ୍ଠ ନେତା ସଂଜୟଙ୍କ ଏହି ଚେତାବନୀକୁ ଦଳ ଗ୍ରହଣ କରିନଥିବା ଜଣାପଡିଛି । ଗୁରୁବାର ବୈଠକ ପରେ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି ଯେ, ଆଗାମୀ ପଦକ୍ଷେପ କ’ଣ ନିଆଯିବ ସେ ସମ୍ପର୍କରେ ଖୁବ୍‌ ଶୀଘ୍ର ସମସ୍ତଙ୍କୁ ଅବଗତ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*