ପୁଣି ଓଡ଼ିଶାରେ ହକି ମହୋତ୍ସବ ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ହକି ବିଶ୍ୱକପ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁଣି ଥରେ ହକିର ମହାପର୍ବ ପୁରୁଷ ହକି ବିଶ୍ୱକପ୍‌ ଆସିଛି ଓଡ଼ିଶା । ୨୦୧୮ ନଭେମ୍ବର-ଡିସେମ୍ବରରେ ସଫଳତାର ସହ ପୁରୁଷ ହକି ବିଶ୍ୱକ୍‌ପ୍‌ ଆୟୋଜିତ ହୋଇଥିଲା କଳିଙ୍ଗ ଷ୍ଟାଡ଼ିୟମରେ । ବୁଧବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଗତ ବିଶ୍ୱକପ୍‌ ଉଦଘାଟନୀ ସମାରୋହର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତସବାଜି ଓ କରତାଳିର ଅପୂର୍ବ ମାହୋଲ ଭିତରେ ଘୋଷଣା କରିଥିଲେ ଯେ, ୨୦୨୩ ମସିହାରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାରେ ହେବ । ଭୁବନେଶ୍ୱର ସହ ହକିର ଗଡ଼ ସୁନ୍ଦରଗଡ଼ରେ ମଧ୍ୟ ଅନୁଷ୍ଠିତ ହେବ କିଛି ମ୍ୟାଚ୍‌ । ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର ଇସ୍ପାତ ସହର ରାଉରକେଲାରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ଚିରାଚରିତ ଷ୍ଟାଇଲରେ ସେ ପଚାରିଥିଲେ ଆପଣମାନେ ଖୁସି ତ? ପୂରା ଷ୍ଟାଡ଼ିୟମ କରତାଳିରେ ପ୍ରଦାନ କରିଥିଲା ସହମତି ଭରା ଉତ୍ତର । ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଅଳ୍ପ କିଛି ମାସ ତଳେ ବେଲଜିୟମ ଏବଂ ମାଲେସିଆ ଆଦିକୁ କାଟି ବିଶ୍ୱକପ୍‌ ଆୟୋଜନର ଭାର ହାସଲ କରିଥିଲା ହକି ଇନ୍ଦିଆ । ୧୯୭୧ ମସିହାରୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ ଭାର ୪ର୍ଥ ଥର ପାଇଁ ଭାରତ ପାଇଛି । ଆଉ ଏହା ଏକ ଐତିହାସିକ ଘଟଣା, ଯେତେବେଳେ ଗୋଟିଏ ସ୍ଥାନରେ ପର ପର ଦୁଇଟି ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ସହଯୋଗ ସହ ୨୦୨୩ ହକି ବିଶ୍ୱକପ୍‌କୁ ଆୟୋଜନ କରିବା ପାଇଁ ଯାଉଛି ହକି ଇନ୍ଦିଆ । ବୁଧବାର ଏହି ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ କରିଥିଲେ । ଗତ ବିଶ୍ୱକପ୍‌ର ସଫଳ କଥାକୁ ନେଇ ପ୍ରସ୍ତୁତ ଏକ କଫି ଟେବୁଲ ବହି ମଧ୍ୟ ଉନ୍ମୋଚିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଥିଲେ । ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ହକିର ଗଡ଼ ସୁନ୍ଦରଗଡ଼ରେ ୧୭ଟି ସିନ୍ଥେଟିକ୍‌ ପିଚ୍‌ ପକାଯିବାର ସରକାର ନିଷ୍ପତ୍ତି ନେଇଥିବା ବିଷୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବିଶ୍ୱ ହକି ସଂଘର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ ।
ହକି ପାରଦର୍ଶିତା କେନ୍ଦ୍ର
କେବଳ ପରବର୍ତ୍ତି ବିଶ୍ୱକପ୍‌ ନୁହେଁ, ତାହାର ଘୋଷଣା ସାଙ୍ଗକୁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଏକ ହକି ପାରଦର୍ଶିତା କେନ୍ଦ୍ର ସ୍ଥାପନା କରାଯିବା ବିଷୟ ଘୋଷଣା କରିଥିଲେ ବିଶ୍ୱ ହକି ସଂଘର ସଭାପତି ନରିନ୍ଦର ବାତ୍ରା । ଭାରତରେ ଏପରି ସମର୍ପିତ ହକି ପାରଦର୍ଶିତା କେନ୍ଦ୍ର ନଥିଲା ବେଳେ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରସ୍ତାବିତ କେନ୍ଦ୍ର ଭାରତୀୟ ହକି ପାଇଁ ଏକ ବଡ଼ ତାଲିମ କେନ୍ଦ୍ରରେ ପରିଣତ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ବୁଧବାରର ଉତ୍ସବରେ ଏକାଧିକ ଅଡ଼ିଓ ଭିଜୁଆଲ ପ୍ରସ୍ତୁତି ଦ୍ୱାରା ଗତ ହକି ବିଶ୍ୱକପ୍‌ର ସ୍ମୃତିଚାରଣ କରାଯାଇଥିଲା । ପୂର୍ବତନ ଭାରତୀୟ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ସଚିବ ବିଶାଲ କୁମାର ଦେବ, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କାର୍ତ୍ତିକେୟନ ପାନ୍ଦିଆନ୍‌, ରାଜ୍ୟ କ୍ରୀଡ଼ା ନିଦେ୍ର୍ଦଶକ ଆର୍‌. ଭିନିଲ କ୍ରିଷ୍ଣା ଏବଂ ହକି ଇନ୍ଦିଆର ସିଇଓ ଏଲିନା ନର୍ମାନ ମଧ୍ୟ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*