ପୁଣି ଏକାଠି କାମ କରିବେ ଅକ୍ଷୟ-ପ୍ରିୟଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ବଲିଉଡ୍‌ରେ ନିଜର କମେଡି ଫିଲ୍ମ ଦ୍ୱାରା ଲୋକଙ୍କୁ ଖୁବ୍‌ ହସାଇଥିବା ନିଦେ୍ର୍ଦଶକ ପ୍ରିୟଦର୍ଶନ ଏବେ ପୁଣି ଥରେ ଅଣ୍ଟା ଭିଡିଛନ୍ତି ଦର୍ଶକଙ୍କୁ ହସାଇବା ପାଇଁ । ଏଥିପାଇଁ ସେ ବଲିଉଡରେ ଅକ୍ଷୟକୁମାରଙ୍କୁ ନେଇ ପୁଣିଥରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରିୟଦର୍ଶନ ନିଜେ ଏହି ଖବର ମିଡ଼ିଆକୁ ଜଣାଇଛନ୍ତି । ଅକ୍ଷୟ କୁମାର ଦୀର୍ଘ ୧୦ ବର୍ଷ ପରେ ନିଦେ୍ର୍ଦଶକ ପ୍ରିୟଦର୍ଶନଙ୍କ ସହିତ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ପ୍ରିୟଦର୍ଶନ ଏବଂ ଅକ୍ଷୟ କୁମାରଙ୍କ ଯୋଡ଼ି ‘ହେରା ଫେରୀ’, ‘ଗରମ୍‌ ମସାଲା’, ‘ଭୁଲ୍‌ ଭୁଲୈୟା’ ଏବଂ ‘ଦେ ଦନାଦନ୍‌’ ଭଳି କମେଡି ଫିଲ୍ମ ବଳିଉଡ୍‌କୁ ଭେଟି ଦେଇଛନ୍ତି । ତେବେ ଏହି ନିଦେ୍ର୍ଦଶକ ଏବଂ ଅଭିନେତାଙ୍କ ପରବର୍ତ୍ତୀ ଫିଲ୍ମଟି ଆସନ୍ତା ବର୍ଷରୁ ଆରମ୍ଭ ହେବ । ଏ ସମ୍ପର୍କରେ ପ୍ରିୟଦର୍ଶନ ଭାରତୀୟ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ କହିଛନ୍ତି ଯେ, ଏହା ଏକ ହସ୍ୟାଭିତ୍ତିକ ଫିଲ୍ମ ହେବ । ବର୍ତ୍ତମାନ ସେ ଫିଲ୍ମ ପାଇଁ ସ୍କ୍ରୀପ୍ଟ ଲେଖୁଥିବାବେଳେ ଏହା ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପ୍ରିୟଦର୍ଶନ । ସୂଚନା ଥାଉ ଯେ, ବର୍ତ୍ତମାନ ପ୍ରିୟଦର୍ଶନ ଫିଲ୍ମ ‘ହଙ୍ଗାମା-୨’ରେ ବ୍ୟସ୍ତ ଅଛନ୍ତି । ଏହା ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହଙ୍ଗାମା’ର ସିକ୍ୱେଲ ନୁହେଁ ବୋଲି ସେ କହିଛନ୍ତି । ଏହି ଫିଲ୍ମ ଜରିଆରେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ବଲିଉଡ୍‌ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଶିଳ୍ପାଙ୍କୁ ଶେଷ ଥର ଲାଗି ୨୦୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଢିଚ୍‌କ୍ୟାଉଁ’ରେ ନଜର ଆସିଥିଲେ । ଏହି ଫିଲ୍ମର ଏକ ଗୀତ ‘ତୁ ମେରେ ଟାଇପ୍‌ କା ନହିଁ ହେ’ରେ ଶିଳ୍ପା ଏକ ସ୍ପେଶିଆଲ ଆପିୟରାନ୍ସ କରିଥିଲେ । ସେ ଏହି ଫିଲ୍ମର ପ୍ରଡ଼ୁ୍ୟସର ମଧ୍ୟ ଥିଲେ ।
FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*