ପୁଅ ସହିଦ ହେବା ପରେ ଅନେକ ଶିଶୁଙ୍କୁ ଆପଣାଇଛନ୍ତି ସବିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଗାଜିଆବାଦ

ଶିକ୍ଷା ବିନା ଏକ ବିକଶିତ ସମାଜର ପରିକଳ୍ପନା କରିବା ବୃଥା ଅଟେ । ସମାଜ ଏବଂ ଦେଶରେ ବିକାଶ ଶିକ୍ଷା ଦ୍ୱାରା ହିଁ ସମ୍ଭବ । ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଆଜି ବି ଅନେକ ଗରିବ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଯେଉଁ କାରଣରୁ ସାଧାରଣ ଲୋକେ ନିଜେ ଆଗକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗାଜିଆବାଦର ଇନ୍ଦିରାପୁରମରେ ରହୁଥିବା ସହିଦ ଶିଶିର ତିୱାରିଙ୍କ ମା’ ସବିତା ତିୱାରି । ପୁଅ ସହିଦ ହେବା ପରେ ଅନେକ ବେସାହାରା ପିଲାଙ୍କୁ ଶିକ୍ଷିତ କରିବାର ବୋଝ ଉଠାଇଛନ୍ତି ସେ ।
ଅକ୍ଟୋବର ୬, ୨୦୧୭ରେ ଏମ୍‌ଆଇ ୧୭ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ଶିଶିର । ପୁଅର ବିୟୋଗରେ ଧର୍ଯ୍ୟ ହରାଇ ନଥିଲେ ସବିତା । ବରଂ ସମାଜକୁ ଏକ ନୂଆ ଦିଗରେ ନେବାର ଆରମ୍ଭ କରିଥିଲେ ଉଦ୍ୟମ । ସବିତା କୁହନ୍ତି ଯେ, ପୁଅକୁ ମନେ ରଖିବା ପାଇଁ ବେସାହାରା ପିଲାଙ୍କୁ ନିଜର କରିବାର ଉଦ୍ୟମ କରୁଛି । ସେମାନେ ଯେପରି ପାଠଶାଠ ପଢି ଗରିବିର ଚକ୍ରବୁ୍ୟହରୁ ମୁକୁଳି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ଉଦ୍ୟମ କରୁଛି । ତେଣୁ ସପ୍ତାହକୁ ୫ ଦିନ ୪/୫ ଘଣ୍ଟା ଆର୍ଥିକ ରୂପେ ଦୁର୍ବଳ ଥିବା ୪୦୦ ପିଲାଙ୍କୁ ମାଗଣାରେ ପାଠ ପଢାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*