ପୁଅ ପାଇଁ ଚିନ୍ତା ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଚଳିତ ବର୍ଷ ଶନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡ୍‌ରେ ଡେବୁ୍ୟ କରିଥିଲେ । ଏହାପରେ ସଭିଁଙ୍କର ନଜର ବବି ଦେଓଲଙ୍କ ପୁଅ ଆର୍ଯ୍ୟମାନ୍‌ଙ୍କ ଉପରେ ରହିଛି । କରଣ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି ନେଇଥିଲେ । ତେବେ ବବି ଦେଓଲ ପୁଅ ଆର୍ଯ୍ୟମାନ୍‌ଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବା ନେଇ ପ୍ରଶ୍ନ କରାଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ପୁୁଅକୁ ନେଇ ସେ ଆଦୌ ଚିନ୍ତିତ ନୁହଁନ୍ତି । ଆର୍ଯ୍ୟମାନଙ୍କୁ ନିଜର କ୍ୟାରିୟର ବାଛିବା ଲାଗି ସ୍ୱାଧୀନତା ଦେଇଛନ୍ତି ସେ । ତାଙ୍କ ଉପରେ ସେ ଏପର୍ଯ୍ୟନ୍ତ କୌଣସି ଚାପ ପକାଇ ନାହାନ୍ତି କି ଭବିଷ୍ୟତରେ ମଧ୍ୟ ପକାଇବେ ନାହିଁ ବୋଲି ପାପା ବବି କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଆର୍ଯ୍ୟମାନ୍‌ଙ୍କୁ ଏବେ ମାତ୍ର ୧୮ ବର୍ଷ ହୋଇଛି । କ୍ୟାରିୟରକୁ ନେଇ ସେ ଯାହା ଚାହିଁବେ ତାହା କରିପାରିବେ । ବର୍ତ୍ତମାନ ମ୍ୟାନେଜ୍‌ମେଣ୍ଟ ପାଠ ପଢ଼ୁଛନ୍ତି ଆର୍ଯ୍ୟମାନ୍‌ ।
ଏହା ସମସ୍ତଙ୍କୁ ଜଣା ଯେ, ଦେଓଲ ପରିବାର ବଲିଉଡ ପରିବାରର ଜଣେ ପ୍ରମୁଖ ସଦସ୍ୟ ମଧ୍ୟରେ ଜଣେ । କରଣ ଦେଓଲ ପରିବାରର ତୃତୀୟ ପିଢ଼ି ଭାବେ ଅଭିନୟ ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି । କରଣ ଦେଓଲଙ୍କ ଫିଲ୍ମ ‘ପଲ୍‌ ପଲ୍‌ ଦିଲ କେ ପାସ୍‌’ର ନିଦେ୍ର୍ଦଶନା ଦେଇଥିଲେ ପାପା ସନି ଦେଓଲ । ଫିଲ୍ମଟିକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ତରଫରୁ ଠିକ୍‌ ଠାକ୍‌ ରେସ୍ପନ୍ସ ମଧ୍ୟ ମିଳିଥିଲା ।
ସୂଚନା ଥଉ ଯେ, ପ୍ରକାଶ ଝାଙ୍କ ଦ୍ୱାରା ନିଦେ୍ର୍ଦଶିତ ଆଗାମୀ ୱେବ୍‌ ସିରିଜ୍‌ରେ ବବି ଦେଓଲ ଏବଂ ଚନ୍ଦନ ରୟ ସାନ୍ୟାଲ ଅଭିନୟ କରୁଛନ୍ତି । ତେବେ ଏହି ୱେବ୍‌ ସିରିଜ୍‌ର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ବବି ଦେଓଲ ଏଇ କିଛିଦିନ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ ନଜର ଆସିଥିଲେ । ଏହାପୂର୍ବରୁ ସେ ସଲ୍‌ମାନ ଖାନ୍‌ଙ୍କ ସହିତ ‘ରେସ୍‌-୩’ରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*