ପିଲାଙ୍କ ସହ ପିଲା ବନିବା ଜରୁରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପିଲାଦିନର କଥା ଅନେକ ସମୟରେ ମନେପଡେ । ମାଆ-ବାପା ହେଲା ପରେ ଯଦି ଆପଣ ପୁଣି ଥରେ ସେହି ପିଲାଦିନକୁ ଫେରିଯାଆନ୍ତି, ଦେଖିବେ ସମୟଟା ବେଶ ହସଖୁସିରେ, ମଉଜମସ୍ତିରେ କଟିଯିବ । ନାଁ ଥିବ ଅଫିସର ମାନସିକ ଚାପ ନାଁ ଦେଖାଦେବ ପାରିବାରିକ ସମସ୍ୟା । ପିଲାଙ୍କ ସହ ଥରେ ପିଲା ବନିଯାଆନ୍ତୁ, ତାଙ୍କ ସହ ଖେଳନ୍ତୁ , ତାଙ୍କ ସହ କାର୍ଟୁନ ଦେଖନ୍ତୁ, ତାଙ୍କ ସହ ବିନା ଚିନ୍ତାରେ ବୁଲନ୍ତୁ । ଏହାର ଫାଇଦା ଖାଲି ଆପଣଙ୍କୁ ନୁହେଁ ବରଂ ପିଲାଙ୍କୁ ମଧ୍ୟ ହେବ । ସେମାନେ ଆପଣଙ୍କୁ ନିଜର ପ୍ରକୃତ ବନ୍ଧୁ ବୋଲି ଭାବିବେ ଏବଂ ନିଜର ସବୁ ଭଲ ମନ୍ଦ, ସୁବିଧା ଅସୁବିଧା ବିନା ଦ୍ୱିଧାରେ ବଖାଣିବେ ।
ଅନେକ ସମୟରେ ୧୦ ରୁ ୧୨ ବର୍ଷର ପିଲା ବାପା-ମାଆଙ୍କ ଭୟରେ ନିଜର ସୁବିଧା ଅସୁବିଧା, ଭୁଲ୍‌ ତ୍ରୁଟିକୁ ଘରେ କହିନଥାନ୍ତି । ସ୍କୁଲର ଅନେକ ଘଟଣା ଲୁଚାଇ ରଖନ୍ତି । ଏପରି ସମୟ ଆସେ ଯେତେବେଳେ ସେମାନେ ପାଠ ପଢିବାକୁ ଡରିଥାନ୍ତି । ଭିତରେ ଭିତରେ ଜନ୍ମ ନେଇଥାଏ ମାନସିକ ଅବସାଦ । ସାଙ୍ଗ-ସାଥୀଙ୍କ ସହ ପ୍ରତିଯୋଗିତାରେ ସେମାନେ ନିଜକୁ ମାନସିକ ସ୍ତରରେ ଦୁର୍ବଳ ବୋଲି ଧରି ନେଇଥାନ୍ତି । ଏହାର କାରଣ ହେଉଛି ସେମାନଙ୍କ ମନରେ ଜନ୍ମ ନେଇସାରିଥିବା ଭୟ । ତେଣୁ ପିଲାଙ୍କୁ,ପିଲାଙ୍କ ସହ ପିଲାଙ୍କ ଭଳି ବ୍ୟବହାର କଲେ ସେମାନେ ମଧ୍ୟ ଭଲ ବନ୍ଧୁଟିଏ ଭାବେ ଆପଣଙ୍କ ଆଗରେ ବଖାଣି ପାରନ୍ତି ନିଜର ଅସୁବିଧା ସବୁ । ବାପାଙ୍କ ମାଡ଼ ଭୟ ଏବଂ ମା’ର ଗାଳିକୁ ଡ଼ରି ନିଜ କଥା ନିଜେ ଭିତରେ ଲୁଚାଇ ପିଲାଟି ବଡ଼ ହେଲା ବେଳକୁ ବଡ଼ ଅସୁବିଧାରେ ପଡିଯାଇଥାଏ । ଗଷେଣାରୁ ଜଣାପଡିଛି ଯେ, ଯେଉଁ ବାପା-ମାଆ ମାନେ ପିଲାଙ୍କ ସହ ପିଲାଙ୍କ ଭଳି ଅଧିକ ସମୟ କାଟିଥାନ୍ତି ସେମାନେ ନିଜେ ଯେ, ଖାଲି ମାନସିକ ଖୁସିରେ ରୁହନ୍ତି ତାହା ନୁହେଁ, ବରଂ ସେମାନଙ୍କ ପିଲାମାନେ ମଧ୍ୟ ଏକ ସୁସ୍ଥ ବାତାବରଣରେ ଆଗକୁ ବଢି ଲକ୍ଷସ୍ଥଳରେ ପହଞ୍ଚିବାରେ ସଫଳ ହୋଇଥାନ୍ତି । ତେଣୁ କର୍ମବ୍ୟସ୍ତ ସମୟରୁ କିଛି ସମୟ ପିଲାଙ୍କୁ ଦେବା ବର୍ତ୍ତମାନ ସମୟରେ ଅତି ଜରୁରୀ ହୋଇପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*