ପିଲାଙ୍କୁ ଅନୁଶାସନ କରିବା ବେଳେ ଧ୍ୟାନ ଦିଅନ୍ତୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପିଲାଙ୍କୁ ଲାଳନପାଳନ କରିବା ସହ ଅନୁଶାସନ ମଧ୍ୟ ଜରୁରୀ ହୋଇଥାଏ । ପିଲାଙ୍କୁ ସଠିକ୍‌ ଭୁଲ୍‌ ବିଷୟରେ ଅବଗତ କରାଇବା ଅଭିଭାବକଙ୍କ ମୁଖ୍ୟ କର୍ତ୍ତବ୍ୟ । ତେବେ ପିଲାଙ୍କୁ ଏବିଷୟରେ ବୁଝାଇବା ଲାଗି କିଛି ଅଭିଭାବକଙ୍କ ଉପାୟ ବିଭିନ୍ନ ପ୍ରକାର ହୋଇଥାଏ । କେହି ପିଲାଙ୍କୁ ଗାଳି କରି ବୁଝାଉଥିବା ବେଳେ ଅନ୍ୟ କେହି ପିଲାଙ୍କୁ ସ୍ନେହରେ ବୁଝାଇଥାନ୍ତି । ପିଲାଙ୍କ ଦ୍ୱାରା କୌଣସି ଭୁଲ୍‌ ହୋଇଗଲେ ମଧ୍ୟ ମା’ ବାପା ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥାନ୍ତି । ହେଲେ ପିଲାଙ୍କ ଭୁଲ୍‌କୁ ସୁଧାରିବା ପରିବର୍ତ୍ତେ ଯଦି ତାଙ୍କ ଉପରେ ଗାଳି ଗୁଳଜ କରିବା ଅବା ମାର୍‌ପିଟ କରାଯାଏ, ତେବେ ପିଲାମାନଙ୍କ ମନରେ କୁପ୍ରଭାବ ପଡ଼ିଥାଏ । ପିଲାକୁ କିପରି ଭୁଲ୍‌ ଓ ଠିକ୍‌ ବିଷୟରେ ଅବଗତ କରାଇବେ ତାହା ନିମ୍ନରେ ଦିଆଗଲା ।
ବେଳେ ବେଳେ ଅଭିଭାବକମାନେ ନିଜର ଅଫିସ୍‌ କିମ୍ବା ବ୍ୟକ୍ତିଗତ ସମସ୍ୟାକୁ ନେଇ ପିଲାଙ୍କ ଉପରେ ମାର୍‌ପିଟ୍‌ କରିଥାନ୍ତି । ଏଭଳି କ୍ଷେତ୍ରରେ ବାପା ମା’ଙ୍କୁ ଅନୁଶାସନ ଶିଖାଇବା ବେଳେ ନିଜର ସମସ୍ୟାକୁ ଏବଂ ରାଗକୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ । ଅଧିକାଂଶ ଛୁଆ ବଜାରରେ କିମ୍ବା ବାହାରେ କୌଣସି ଜିନିଷ ଲାଗି ଜିଦ୍‌ କରିଥାନ୍ତି । ଏଭଳି କ୍ଷେତ୍ରରେ ପିଲାଙ୍କୁ ଚକୋଲେଟ୍‌ କିମ୍ବା ଆଇସ୍‌କ୍ରୀମ୍‌ ଦେବାର ଲୋଭ ଦେଖାଇବା ଭୁଲ୍‌ । ଏପରି କରିବା ଦ୍ୱାରା ପିଲାମାନେ ନିଜର ଜିଦ୍‌ ପୂରଣ କରିବା ଲାଗି ଅଡ଼ି ବସିବେ ।
ବେଳେ ବେଳେ ପିଲାଙ୍କୁ ସମସ୍ତଙ୍କ ସାମ୍ନାରେ ଗାଳିଗୁଳଜ କରିବା ବନ୍ଦ କରନ୍ତୁ । ଏହା ଦ୍ୱାରା ସେ ନିଜର ଭୁଲ ବୁଝିବା ପରିବର୍ତ୍ତେ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ଅନୁଭବ କରନ୍ତି । ଏଣୁ ପିଲାଙ୍କୁ ଏକାନ୍ତ ସ୍ଥାନରେ ନିଜର ଭୁଲ ବିଷୟରେ ବୁଝାଇବା ଅବଶ୍ୟକ ।
ପିଲାଙ୍କୁ ତାଙ୍କର ଭୁଲ ବେଳେ ବଡ଼ ପାଟି କରି କହିବା ପରିବର୍ତ୍ତେ ତାଙ୍କୁ ଦନ୍ଦ ଦେବା ନାମରେ ଡରାଇବା ଉଚିତ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*