ପିବିଏଲ୍‌ ନିଲାମ: ୭୭ ଲକ୍ଷରେ ବିକ୍ରି ହେଲେ ସିନ୍ଧୁ ଓ ତାଇ ଜୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବିଶ୍ୱ ମହିଳା ଚମ୍ପିଆନ୍‌ ପିଭି ସିନ୍ଧୁ ମଙ୍ଗଳବାର ଦିନ ପୁଣି ଥରେ ହାଇଦ୍ରାବାଦ ଦଳରେ ରହିବା ସ୍ଥିର ହୋଇଛି । ୫ମ ପ୍ରିମିୟର ବ୍ୟାଡମିଣ୍ଟନ ଳିଗ୍‌ ପାଇଁ ଅନୁଷ୍ଠିତ ନିଲାମରେ ହାଇଦ୍ରାବାଦ ଦଳ ୭୭ ଲକ୍ଷ ଟଙ୍କା ବିନିମୟରେ ସିନ୍ଧୁଙ୍କୁ ରଖିବା ଲାଗି ପୁଣି ଥରେ ସକ୍ଷମ ହୋଇଛି । ସେହିପରି ବିଶ୍ୱର ୧ ନଂ ମହିଳା ଖେଳାଳି ଚାଇନିଜ୍‌ ତାଇପେର ତାଇ ଜୁ ମଧ୍ୟ ସିନ୍ଧୁଙ୍କ ଭଳି ୭୭ ଲକ୍ଷରେ ବିକ୍ରି ହୋଇଛନ୍ତି । ତାଙ୍କୁ ନେଇଛି ବେଙ୍ଗାଲୁରୁ ଦଳ । ଏହି ନିଲାମରେ ସିନ୍ଧୁ ଓ ତାଇ ଜୁ ସବୁଠାରୁ ଅଧିକ ଅର୍ଥରେ ବିକ୍ରି ହୋଇଛନ୍ତି । ଅନ୍ୟତମ ଭାରତୀୟ ତାରକା ବି ସାଇପ୍ରଣୀତ ୩୨ ଲକ୍ଷ ଟଙ୍କାରେ ରହିଛନ୍ତି ବେଙ୍ଗାଲୁରୁ ଦଳରେ । ସେହିପରି ଚେନ୍ନାଇ ଦଳ ୧୧ ଲକ୍ଷ ଟଙ୍କା ବିନିମୟରେ ସୁମିତ୍‌ ରେଡ୍ଡୀଙ୍କୁ ଏବଂ ପୁନେ ଦଳ ଚିରାଗଙ୍କୁ ୧୫.୫୦ ଲକ୍ଷରେ ରଖିପାରିଛି । ବିଶ୍ୱର ୯ ନଂ ଖେଳାଳି ଆମେରିକାର ବେୱାନ୍‌ ଅବଧ ଦଳରେ ପୁଣି ଥରେ ରହିଛନ୍ତି ୩୯ ଲକ୍ଷ ଟଙ୍କା ବିନିମୟରେ । ବିଖ୍ୟାତ ବ୍ୟାଡମିଣ୍ଟନ କୋଚ୍‌ ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀଙ୍କୁ ଚେନ୍ନାଇ ଦଳ ନେଇଛି । ଆଗାମୀ ପିବିଏଲରେ ସାଇନା ଏବଂ ଶ୍ରୀକାନ୍ତ ଖେଳିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଏଥରର ନିଲାମରେ ୧୫୪ ଜଣ ଖେଳାଳି ନିଲାମରେ ସାମିଲ ଥିଲେ । ପ୍ରତି ଦଳ ପାଖରେ ଖେଳାଳିଙ୍କୁ କିଣିବା ଲାଗି ୨ କୋଟି ରହିଛି । ତେବେ ସେମାନେ ୭୭ ଲକ୍ଷରୁ ଅଧିକ ଟଙ୍କା ଜଣେ ଖେଳାଳିଙ୍କୁ ଦେଇ ପାରିବେ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*