ପିପିଇ କିଟ୍‌ କିଣାରେ ମୋସିନା କନେକ୍‌ସନ୍‌ ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ବୋଧହୁଏ ରଥଯାତ୍ରା ବିବାଦ ଭିତରେ ଲୋକେ କୋଭିଡ୍‌ ସାମଗ୍ରୀ କିଣା ଦୁର୍ନୀତି ଭୁଲି ଗଲେଣି ବୋଲି ଭାବି ନେଇଥିବେ ନବୀନ ସରକାର । ଓଡ଼ିଆ ଲୋକଙ୍କର ଭୁଲିଯିବା କ୍ଷମତା ଅଧିକ ବୋଲି ନବୀନ ସରକାରଙ୍କ ବିଶ୍ୱାସ ବେଶୀ । ସେଥିପାଇଁ ନବୀନ ସରକାର କିମ୍ବା ମୋ ସରକାରଙ୍କ ପକ୍ଷରୁ କେହି ସାମ୍ନାକୁ ଆସୁ ନାହାନ୍ତି ସଫେଇ ଦେବାକୁ କୋଭିଡ୍‌ ସ୍କାମ ବାବଦରେ । କିନ୍ତୁ ଏହି ସ୍କାମର ଚେର ବହୁ ଗଭୀରକୁ ଯାଇଛି । ସରକାରୀ ବଡ଼ ବାବୁମାନଙ୍କୁ ହନିଟ୍ରାପ୍‌ରେ ପକାଇ ଅର୍ଡର ହାସଲ କରାଯାଇଥିବା ସନେ୍ଦହ ଏବେ ଦାନା ବାନ୍ଧିବା ଆରମ୍ଭ କରିଛି ।
ଏହି ସନେ୍ଦହ ଭିତରେ ଜଣେ ତରୁଣୀଙ୍କ ନାମ ସାମ୍ନାକୁ ଆସିଛି । ସେ ହେଲେ ମୋସିନା ମାଲହୋତ୍ରା । ୟେ ପୁଣି କିଏ? ପିପିଇ କିଣାରେ ୟାଙ୍କ ଭୂମିକା କ’ଣ? ଓଡ଼ିଶା ଔଷଧ ନିଗମ ସହ ଏହି ତରୁଣୀ କିଭଳି ବା ଜଡ଼ିତ ହେଲେ? ଏସବୁ ପ୍ରଶ୍ନ ମୂଳ ସନେ୍ଦହକୁ ବଢ଼େଇ ବଢ଼େଇ ଚାଲିଛି ।
ଓଡ଼ିଶା ଔଷଧ ନିଗମ ଏପ୍ରିଲ ୧୬ ତାରିଖରେ ୟୁପିର ନଏଡ଼ା ସ୍ଥିତ ମେସର୍ସ କରୋଡେକ୍ସ ଇନଫ୍ରାଷ୍ଟ୍ରକଚର ଫ୍ରାଇଭେଟ୍‌ ଲିମିଟେଡ୍‌କୁ ୧ ଲକ୍ଷ ପିପିଇ କିଟ୍‌ ଦେବା ପାଇଁ ଅର୍ଡର ଦେଲେ । ପ୍ରତି କିଟ୍‌ର ମୂଲ୍ୟ ଧାର୍ଯ୍ୟ ହୋଇଥିଲା ୧୦୫୩ ଟଙ୍କା ୮୬ ପଇସା । ଏହି ଅର୍ଡରରେ ୨ଟି ଫୋନ୍‌ ନମ୍ବର ରହିଛି । ଗୋଟିଏ ହେଲା-୦୯୮୩୭୦୪୧୩୧୮ ଓ ଅନ୍ୟଟି ୦୯୫୩୫୩୨୦୭୮ । ପ୍ରଥମ ନମ୍ବର ଟି ଅଙ୍କୁର ସକ୍‌ସେନାଙ୍କର । ଅଙ୍କୁର ହେଉଛନ୍ତି କରୋଡେକ୍ସ କମ୍ପାନୀର ନିଦେ୍ର୍ଦଶକ । ଏହି ଦ୍ୱିତୀୟ ନମ୍ବରଟି ସବୁ ସନେ୍ଦହର ମୂଳ ।
୦୯୫୩୫୩୨୦୭୮ ନମ୍ବରଟି ହେଉଛି ତରୁଣୀ ମୋସିନା ମାଲହୋତ୍ରାଙ୍କର । ଏହି ମୋସିନା କମ୍ପାନୀର କୌଣସି ପଦାଧିକାରୀ ନୁହଁନ୍ତି । ତେବେ ତାଙ୍କ ନମ୍ବରଟି ଅର୍ଡର ସିଟରେ ଦିଆଯିବାର ମାନେ କ’ଣ ହୋଇପାରେ?
ବୋଫର୍ସରେ ଦଲାଲ ନିଯୁକ୍ତି କରି ପିପିଇ କିଣାରେ ମଧ୍ୟ ଦଲାଲ ନିଯୁକ୍ତ ହୋଇଥିବା ସନେ୍ଦହ କ୍ରମଶଃ ଅଧିକ ଘନୀଭୂତ ହେଉଛି । କରୋଡେକ୍ସ କମ୍ପାନୀ ଘରବାଡ଼ି ତିଆରି କରନ୍ତି । ସେମିତି କିଛି ବଡ଼ କମ୍ପାନୀ ନୁହେଁ । ପିପିଇ ତିଆରି ସହ ଏହି ବିଲ୍ଡର୍ସର କୌଣସି ନେଣ କିମ୍ବା ଦେଣ ନାହିଁ । ଠିକ୍‌ ଯେମିତି ତାମିଲନାଡ଼ୁର ଲଫ୍ଟି ଅପ୍ଟିକାଲ୍ସ, ଠିକ୍‌ ସେମିତି ନଏଡ଼ାର କରୋଡେକ୍ସ କମ୍ପାନୀ । ଲଫ୍ଟି ଅପ୍ଟିକାଲ୍ସ ଚଷମା ତିଆରି କରେ । କରୋଡେକ୍ସ କୋଠାବାଡ଼ି ବନାଇ ବିକ୍ରି କରେ । କିନ୍ତୁ ସ୍ୱଚ୍ଛ ନବୀନ ସରକାର ଏଭଳି ବିଚିତ୍ର କମ୍ପାନୀଠୁ କୋଭିଡ୍‌ ଲଢ଼େଇରେ ସବୁଠୁ ବେଶୀ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପିପିଇ କିଣି କରୋନା ଯୋଦ୍ଧାମାନଙ୍କୁ ବିପଦକୁ ଠେଲି ଦେଇଛନ୍ତି କହିଲେ ଭୁଲ୍‌ ହେବ ନାହିଁ ।
ଯେତେବେଳେ ଅନ୍ୟ ରାଜ୍ୟ ୫୦୦ରୁ ୬୦୦ ଟଙ୍କାରେ ପିପିଇ କିଣୁଥିଲେ, ସେତେବେଳେ ଓଡ଼ିଶା ସରକାର କିଣିଛନ୍ତି ଚଢ଼ା ଦରରେ । ମୋସିନା ଏକ ଦଲାଲ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଲେ ଭୁଲ୍‌ ହେବ ନାହିଁ । ଏପ୍ରିଲ ୧୬ ତାରିଖରେ ତାମିଲନାଡ଼ୁର ଲଫ୍ଟି ଅପ୍ଟିକାଲ୍ସକୁ ୧ଲକ୍ଷ ପିପିଇ କିଟ୍‌ ଦେବା ପାଇଁ ଅର୍ଡର ଦେଇଥିଲେ । ମୂଲ୍ୟ ଥିଲା କିଟ୍‌ ପିଛା ୯୦୦ଟଙ୍କା ।

ସେହି ଦିନ କୋଡରେକ୍ସକୁ ଯେଉଁ ଅର୍ଡର ଦିଆଗଲା ସେଥିରେ କିଟ୍‌ ପିଛା ମୂଲ୍ୟ ରହିଲା ୧୦୫୪ ଟଙ୍କା ପ୍ରାୟ । ହଠାତ୍‌ ଗୋଟିଏ ଦିନରେ ଅଧିକ ୧୫୪ ଟଙ୍କା ଦେବାର ରହସ୍ୟ କ’ଣ ହୋଇଥାଇପାରେ?
ମୋସିନା ଅନେକ କମ୍ପାନୀ ପାଇଁ ଦଲାଲି କରିଛନ୍ତି ବୋଲି ଅଭିଯୋଗ ଆସୁଛି । ସେ କୋଡରେକ୍ସ ପାଇଁ ଏତେ ବଡ଼ ଅର୍ଡର ଦାନୀ ଓଡ଼ିଶା ସରକାରଙ୍କଠୁ କରାଇଛନ୍ତି ବୋଲି ମନେ କରାଯାଉଛି ।
ମୋସିନା ସୁନ୍ଦରୀ । ଏହି ଜାଲରେ ପଡ଼ି ନାହାନ୍ତି ତ ଓଡ଼ିଶା ସରକାରଙ୍କ ବଡ଼ ବାବୁମାନେ? ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ସେ ଦିଲ୍ଲୀରେ ଭେଟିଥିବା ଆଲୋଚନା ହେଉଛି । ଏହି ଅଫିସର କିଏ? ଏହି ଅଫିସର ପ୍ରଭାବିତ କରି ଏକ କୋଠାବାଡ଼ି ତିଆରି କମ୍ପାନୀକୁ ଏତେ ବଡ଼ ଅର୍ଡର ଦିଆଯାଇଛି ବୋଲି ମନେ କରିବା ଅପ୍ରାସଙ୍ଗିକ ନୁହେଁ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ପ୍ରଭାବଶାଳୀ ଅଫିସର ଗୋଷ୍ଠୀ କୋଭିଡ୍‌ ସାମଗ୍ରୀ କିଣାରେ ଯେଉଁ ଭୟଙ୍କର ଦୁର୍ନୀତି କରିଛନ୍ତି ତାହାର ବଡ଼ ସାକ୍ଷୀ ହେଲେ ମୋସିନା ମାଲହୋତ୍ରା । ଏହି ତରୁଣୀ ଅନ୍ୟ କମ୍ପାନୀ ପାଇଁ ମଧ୍ୟ ସମାନ ଭୂମିକା ତୁଲାଇଥିବା ଜଣାପଡ଼ିଲାଣି । କେଉଁ ବରିଷ୍ଠ ଆଇଏଏସ୍‌ ଅଫିସର ଦିଲ୍ଲୀରେ ତରୁଣୀଙ୍କୁ ଭେଟିଛନ୍ତି ତାହା ମଧ୍ୟ ଅଛପା ହୋଇ ରହିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*