ପିକେଙ୍କ ପାଖରେ ପ୍ରତି ଖେଳାଳିଙ୍କ ଲାଗି ଥିଲା ଠିକ୍‌ ଶବ୍ଦ : ଭେଙ୍କଟେଶ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବର୍ତ୍ତମାନ ଭାରତୀୟ ଜାତୀୟ ଫୁଟବଲ ଦଳର ସହକାରୀ କୋଚ୍‌ ଭେଙ୍କଟେଶ୍‌ ରବିବାର ଦିନ ଦୁଇଦିନ ତଳେ ପ୍ରାଣ ହରାଇଥିବା ବିଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ସ୍ମୃତିଚାରଣ କଲାବେଳେ ତାଙ୍କୁ ଭାରତୀୟ ଫୁଟବଲର ପ୍ରଥମ ଆଇକନ୍‌ ବୋଲି କହିଛନ୍ତି । ଶୁକ୍ରବାର ଦିନ ୮୩ ବର୍ଷ ବୟସରେ ପିକେ ଦା’ଙ୍କ ପରଲୋକ ହୋଇଥିଲା । ଭେଙ୍କଟେଶ୍‌ କହିଛନ୍ତି ବାନାର୍ଜୀ ଖେଳ ଜୀବନରେ ତ ବଡ଼ ଓ ପ୍ରଚନ୍ଦ ପ୍ରତିଭାଧାରୀ ଥିଲେ ହେଲେ ପରବର୍ତ୍ତୀ ସମୟରେ ସେ କୋଚ୍‌ ଭାବରେ ଖେଳାଳିମାନଙ୍କୁ ମୋଟିଭେଟ୍‌ କରିବାର ଜବରଦସ୍ତ କ୍ଷମତା ରଖୁଥିଲେ । କିପରି ଟପ୍‌ସ୍ତରରେ ଖେଳାଳି ପ୍ରଦର୍ଶନ କରିପାରିବେ ସେ କୌଶଳ ବଢିବା ଭାବେ ବତାଇ ଦେଇପାରୁଥିଲେ । ଖେଳାଳିଙ୍କ ଉପରୁ କିପରି ଚାପ ହଟାଇ ଦିଆଯାଇପାରେ ତାହାର ଓସ୍ତାଦ ପିକେ ବନାର୍ଜୀ ଥିଲେ ବୋଲି ଭେଙ୍କେଟେସ୍‌ କହିଛନ୍ତି । ନିଜ ସିଧାସଳଖ ଅନୁଭୂତିରୁ ମନେ ପକାଇ ଯେ ମୁଁ ଯେତେ ବେଳେ ଜାତୀୟ ୨୧ ବର୍ଷରୁ କମ୍‌ ଥିଲି ସେତେବେଳେ ଟେକ୍‌ନିକାଲ ନିଦେ୍ର୍ଦଶକ ଥିବା ପିକେ ବାନାର୍ଜୀ ଦଳକୁ ଆଗକୁ ବଢାଇବାର ସମସ୍ତ ବ୍ୟବସ୍ଥା କରିବା ସାଙ୍ଗକୁ ଭବିଷ୍ୟବାଣୀ କରିଥିଲେ ଯେ ଏହି ଦଳ ଆଗକୁ ଯାଇ ଭାରତୀୟ ଜାତୀୟ ଦଳର ମେରୁଦନ୍ଦ ବନିବ । ତାଙ୍କ କଥା ସମ୍ପୂର୍ଣ୍ଣ ସତ ହୋଇଥିଲା । ସେହି ଦଳରେ ଥିବା ଦିପେନ୍ଦୁ ବିଶ୍ୱାସ ରେନେଡି ସିଂ, ମହେଶ ଗୱାଲି ଏବଂ ମୁଁ ପରବର୍ତ୍ତୀ ସମୟରେ ସିନିୟର ଦଳରୁ ବହୁ ଦିନ ପର୍ଯ୍ୟନ୍ତ ଖେଳିବା ସହ ଭାରତୀୟ କ୍ରୀଡ଼ାର ବିକାଶର ଧାରାରେ ସାମିଲ ହୋଇପାରିଲୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*