ପିଏମ୍‌ କେୟାର୍ସ ଟ୍ୱିଟ୍‌ ନେଇ ସୋନିଆଙ୍କ ବିରୋଧରେ ଏଫ୍‌ଆଇଆର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦେଶ ଏବେ କରୋନା ସଂକଟ ଦେଇ ଗତି କରୁଥିଲା ବେଳେ କଂଗ୍ରେସ ଓ ଭାଜପା ମଧ୍ୟରେ ଜାରି ରହିଛି ରାଜନୈତିକ ଲଢେଇ । ଏହି ଲଢେଇର ପରିପ୍ରେକ୍ଷୀରେ କର୍ଣ୍ଣାଟକର ସିମୋଗା ଜିଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରାଯାଇଛି । ଏଥିରେ ଅଭିଯୋଗ ଅଣାଯାଇଛି ଯେ, ସୋନିଆ ଦଳର ସୋସିଆଲ ମିଡିଆରେ ପିଏମ୍‌ କେୟାର୍ସ ଫନ୍ଦକୁ ନେଇ ଭୁଲ ସୂଚନା ପ୍ରସାରଣ କରିଛନ୍ତି ।
ଏଫ୍‌ଆଇଆରରେ ଉଲ୍ଲେଖ କରାଯାଇଛି ଯେ, ମେ’ ୧୧ରେ କଂଗ୍ରେସ ଦଳ ପକ୍ଷରୁ ଏକ ଭୁଲ ଦାବି କରାଯାଇଥିଲା ଏବଂ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିଲା । ଏଥିରେ ପିଏମ୍‌ କେୟାର୍ସ ଫନ୍ଦକୁ ନେଇ ଯେଉଁ ସୂଚନା ଦିଆଯାଇଥିଲା ତାହା ଭୁଲ ଥିଲା । ଏହି ଭୁଲ ସୂଚନା ଆଧାରରେ ସୋନିଆଙ୍କ ବିରୋଧରେ କେଭି. ପ୍ରବୀଣ ନାମକ ଜଣେ ସ୍ଥାନୀୟ ଓକିଲ ଧାରା ୧୫୩, ୫୦୫ ଅନ୍ତର୍ଗତ ମାମଲା ଦାୟର କରିଛନ୍ତି । ସେ କହିଛନ୍ତି ସୋନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ପ୍ରବୀଣ ଅଭିଯୋଗ କରିଛନ୍ତି ଟ୍ୱିଟରରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗ୍ରସ୍ତ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*