ପିଏମ୍‌ସି ବ୍ୟାଙ୍କ ଘୋଟାଲା ସରକାର ଏବଂ ଆରବିଆଇକୁ ହାଇକୋର୍ଟଙ୍କ ନୋଟିସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପିଏମ୍‌ସି ବ୍ୟାଙ୍କ ଘୋଟାଲା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଆର୍‌ବିଆଇକୁ ନୋଟିସ୍‌ ଜାରି କରିଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ସରକାର ଏବଂ ଆର୍‌ବିଆଇକୁ ୨୨ ଜାନୁଆରୀ ୨୦୨୦ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହାଇକୋର୍ଟ ଜାନୁଆରୀ ୨୨ରେ କରିବେ ।
କୋର୍ଟରେ ଏହି ଆବେଦନ ବିଜ୍ଞାନ ମିଶ୍ରାଙ୍କ ପକ୍ଷରୁ କରାଯାଇଥିଲା । ଆବେଦନରେ ପଞ୍ଜାବ ଆନ୍ଦ ମହାରାଷ୍ଟ୍ର ବ୍ୟାଙ୍କରେ ଜମାକାରୀଙ୍କ ପାଇଁ ୧୫ଲକ୍ଷରୁ ଅଧିକ ସୁରକ୍ଷା ଏବଂ ୧୦୦ପ୍ରତିଶତ ବୀମା ସୁରକ୍ଷାର ନିଦେ୍ର୍ଦଶ ଦିଆଯାଉ ବୋଲି ଦାବି କରାଯାଇଥିଲା । ଦର୍ଶାଯାଇଥିଲା ଯେ, ବ୍ୟାଙ୍କର ଖାତାଧାରକାମାନେ ନିଜ ପରିଶ୍ରମର ଅର୍ଥ ହରାଇବାର ଭୟରେ ଅଛନ୍ତି । ଏହି ଚିନ୍ତା କାରଣରୁ ଅନେକ ଗ୍ରାହକ ହୃଦ୍‌ଘାତର ଶିକାର ହୋଇଛନ୍ତି ଏବଂ କିଛି ଗ୍ରାହକଙ୍କ ମୃତୁ୍ୟ ହୋଇଛି । ତେଣୁ ତୁରନ୍ତ ସେମାନଙ୍କ ଅର୍ଥ ସୁରକ୍ଷିତ ବୋଲି ପ୍ରତିଶ୍ରୁତି ଦେବା ନିମନ୍ତେ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*