ପିଏମସି ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ଉପଭୋକ୍ତା: ନିର୍ମଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଉପଭୋକ୍ତାମାନେ ଆବଶ୍ୟକ ସମୟରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏମସି ବ୍ୟାଙ୍କରୁ ଉଠାଇ ପାରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଲିଖିତ ବୟାନ ଦେଇ କହିଛନ୍ତି ଯେ, ଯଦି କୌଣସି ଗ୍ରାହକ ମେଡ଼ିକାଲ, ଶିକ୍ଷା, ବିବାହ ଏବଂ ଘର ଚଳାଇବା ପାଇଁ ଜରୁରୀ ଅର୍ଥ ଆବଶ୍ୟକ କରନ୍ତି ତେବେ ସେମାନେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।
ବର୍ତ୍ତମାନ ପିଏମସି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ସାଧାରଣ ପରିସ୍ଥିତିରେ ୫୦ହଜାର ଟଙ୍କା ଉଠାଇ ପାରିବାର ପୂର୍ବରୁ ଘୋଷଣା କରିଛି ଆରବିଆଇ । ଏହି ପଦକ୍ଷେପ ପରେ ବ୍ୟାଙ୍କର ପାଖାପାଖି ୭୮ପ୍ରତିଶତ ଗ୍ରାହକ ଫାଇଦାରେ ଅଛନ୍ତି । କାରଣ ୭୮ପ୍ରତିଶତ ଗ୍ରାହକଙ୍କ ବ୍ୟାଙ୍କରେ ୫୦ହଜାରରୁ କମ୍‌ ଟଙ୍କା ସଞ୍ଚୟ ଅଛି । ସୂଚନା ଯୋଗ୍ୟ ଯେ, ଆରବିଆଇର ଯାଞ୍ଚରୁ ଏହା ଜଣାପଡିଛି ଯେ, ପିଏମସି ବ୍ୟାଙ୍କ ୬୨୨୬କୋଟି ଟଙ୍କା ଏଚଡିଆଇଏଲକୁ ଦେଇଛି । ତେବେ ୪୩୯ କୋଟି ଟଙ୍କାର ଋଣ ସୂଚନା ଆରବିଆଇକୁ ଦିଆଯାଇଥିବା ବେଳେ ବାକି ପରିମାଣକୁ ବ୍ୟାଙ୍କ ପକ୍ଷରୁ ସୂଚାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*