ପିଇବା ପାଣିରେ ବି ସ୍କାମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର
ଓଡ଼ିଶାରେ ୧୯ ବର୍ଷ ଧରି ନବୀନଙ୍କ ନେତୃତ୍ୱରେ ଚାଲିଥିବା ସରକାରଙ୍କ ଶାସନ କାଳରେ ସାଧାରଣ ଜନତାଙ୍କୁ ପିଇବା ପାଣି ଯୋଗାଇ ଦେବାର ରହିଥିବା ଅଧିକାରକୁ ପୂରଣ କରାଯାଇ ପାରିନାହିଁ । ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କହୁଛନ୍ତି ସରକାର । ଚଳିତ ବର୍ଷ ଫେବୃଆରୀ ମାସ ଅଧାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଇବା ପାଣିର ସଙ୍କଟ ଦେଖାଦେଇଛି । ସ୍ୱାଧୀନତାର ୭୦ ବର୍ଷ ପରେ ଓଡ଼ିଶାର ଲୋକେ ଏବେ ମାଇଲ୍‌ ମାଇଲ୍‌ ଦୂରରୁ ମୁନ୍ଦରେ ପାଣି ବୋହି ବ୍ୟବହାର ପାଇଁ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଏହି ସଂକଟ ଦୂର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ୨୦୦୯ ମସିହାରୁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । କେନ୍ଦ୍ର ଜଳ ପରିମଳ ମନ୍ତ୍ରଣାଳୟ ପକ୍ଷରୁ ୨୦୦୯ ଏପି୍ରଲ୍‌ ମାସରେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଅନୁମତି ମିଳିଥିଲା । କେନ୍ଦ୍ର ଦେଇଥିବା ଏ ବାବଦ ଅନୁଦାନରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସମୟ ଧାର୍ଯ୍ୟ ହୋଇଥିଲା । ପାଣି ଯୋଗାଇବା ପରିବର୍ତ୍ତେ ଜଳ ଉତ୍ସ ପ୍ରତିଷ୍ଠା ନକରି ଏବାବଦ ଅର୍ଥ ହରିଲୁଟ୍‌ କରିଥିବାର ଅଭିଯୋଗ ଆସିଛି । ସାଧାରଣ ଜନତାଙ୍କ ପାଇଁ ପିଇବା ପାଣି ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାନଯାଇ ଏବାବଦ ଅର୍ଥ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଯେଉଁସବୁ ଜନବସତିଗୁଡ଼ିକରେ ୫୦ ପ୍ରତିଶତରୁ କମ୍‌ ଲୋକ ମୁନ୍ଦପିଛା ଦୈନିକ ୪୦ ଲିଟର କମ୍‌ ପାଣି ପାଉଥିବେ, ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ ଉନ୍ନତ ଗୁଣବତ୍ତା ପାନୀୟ ଜଳ ଯୋଗାଇ ଦିଆଥିଲା । ରାଜ୍ୟ ସରକାର ୫ବର୍ଷ ନିମନ୍ତେ ଏହିସବୁ ଗ୍ରାମର ତାଲିକା ସଂଗ୍ରହ କରି କେନ୍ଦ୍ରକୁ ପଠାଇ ଅନୁମୋଦନ ଆଣିଥିଲେ । ଏପି୍ରଲ୍‌ ୨୦୧୭ ସୁଦ୍ଧା ରାଜ୍ୟରେ ୫,୪୬୫ଟି ଜନବସତିରେ ୫୦ ପ୍ରତିଶତ ଜନସଂଖ୍ୟା, ଯେଉଁମାନେ କି ୪୦ ଲିଟରରୁ କମ୍‌ ପାଣି ପାଆନ୍ତି, ତାହାକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଯୋଜନାରେ ୨୬୧.୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୫ବର୍ଷ ମଧ୍ୟରେ ୩୭.୫୨୯ ନଳକୂପ ଖୋଳିଥିଲେ । ଏଥିମଧ୍ୟରୁ ୧୩୧୦ଟି ନଳକୂପ ସମ୍ପୂର୍ଣ୍ଣ ଅଚଳ ଥିଲା । ଏବାବଦରେ ୩.୭୬ କୋଟି ଟଙ୍କାର ଅପବ୍ୟୟ ହୋଇଥିବା ଅଡିଟ୍‌ ବେଳେ ଜଣାପଡ଼ିଥିଲା । ପାନୀୟ ଜଳ ଯୋଜନା ଠିକଣା ରୂପେ କାର୍ଯ୍ୟକାରୀ ହେଉ ନଥିବାରୁ ଏହା ଉପରେ ସିଏଜି ଯାଞ୍ଚ କରିଥିଲେ । ଯେଉଁଥିରେ ସରକାରଙ୍କ ଅପାରଗତା ଧରାପଡ଼ିଥିଲା ।
ସୂଚନା ଅନୁସାରେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଯେଉଁସବୁ କେନ୍ଦ୍ରୀୟ ମାନଦନ୍ଦ ରହିଥିଲା, ତାହାକୁ ବେଖାତିର କରିଥିବାରୁ ଲୋକଙ୍କ ପାଇଁ ଆସିଥିବା ପିଇବା ପାଣି ବାବଦ ଅର୍ଥ ସଫଳ ଭାବେ ବିନିଯୋଗ ହୋଇପାରି ନଥିଲା । ଲୋକଙ୍କୁ କେନ୍ଦ୍ର ଅର୍ଥରେ ଜଳ ଉତ୍ସ ଖନନ କରି ବିଶୋଧନ ପ୍ରକି୍ରୟାରେ ଲୋକଙ୍କୁ ଯୋଗାଇବାକୁ ନିଦେ୍ର୍ଦଶ ଥିଲା । ପାନୀୟ ଜଳ ବ୍ୟବସ୍ଥାକୁ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରୁ ୨୦୧୭ ମସିହାରେ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିବା ସମୟରେ ଏହିସବୁ ଜାଲିଆତି ଜଣାପଡ଼ିଛି । ଜଳ ପରୀକ୍ଷା ଓ ପରିଚାଳନା ପାଇଁ ଆବଶ୍ୟକ ଥିବା ୩୧୭ଟି ପରୀକ୍ଷାଗାର ପ୍ରତିଷ୍ଠା ହୋଇ ନଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା । ସମ୍ପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥା ନଥାଇ ହାତଗଣତି କର୍ମଚାରୀରେ ଏଭଳି ୭୭ଟି କେନ୍ଦ୍ର ଚାଲୁଥିବା ନଜରକୁ ଆସିଥିଲା । ୮ଟି ଜିଲ୍ଲାର ୨୬ଟି କେନ୍ଦ୍ର ତନଖି ବେଳେ ଆବଶ୍ୟକୀୟ କର୍ମଚାରୀ ଓ ପରୀକ୍ଷାଗାର ଉପକରଣ ନଥିବା ଜଣାପଡ଼ିଥିଲା । ପ୍ରତି କେନ୍ଦ୍ର ପାଇଁ ୮ଜଣ ଲେଖାଏଁ କର୍ମଚାରୀଙ୍କ ଆବଶ୍ୟକ ଥିଲାବେଳେ ଏଠାରେ ଜଣେ ଲେଖାଏଁ କର୍ମଚାରୀ ଥିବା ଦେଖିବାକୁ ମିଳିଥିଲା । ଜଳ ପରୀକ୍ଷା ପାଇଁ ଆବଶ୍ୟକ ଥିôବା ବିଶେଷଜ୍ଞମାନେ କୌଣସି କେନ୍ଦ୍ରରେ ଉପସ୍ଥିତ ନଥିଲେ । କେନ୍ଦ୍ର ସରକାରଙ୍କ ଭୂତଳ ସର୍ବେକ୍ଷଣ ସଂସ୍ଥା (ଏନ୍‌ଏସ୍‌ଏସ୍‌) ପକ୍ଷରୁ ହୋଇଥିବା ଅନୁଧ୍ୟାନ ବେଳେ ୩୦ରୁ ୨୮ ଜିଲ୍ଲାର ଭୂତଳ ଜଳ ଯବକ୍ଷାର ସଂକ୍ରମିତ ରହିଥିଲା । ପ୍ରତି ଲିଟର୍‌ରେ ୪୫ ଏମ୍‌ଜିରୁ ଅଧିକ ଯବକ୍ଷାର ଥିଲା । ଯାହା ବ୍ୟବହାର ଉପଯୋଗୀ ନଥିଲା । ସେହିଭଳି ନଳକୂପ ଖନନ ବେଳେ ଗୋଳିଆ, ରାସାୟନିକ, ଖାରିଆ, ଲୁଣିଆ, ଲୌହ, ଶଙ୍ଖୁଆ, ହଳଦିଆ, ଯବକ୍ଷାର ଓ ସ୍ଥୁଳଯୁକ୍ତ ଜଳ ପରୀକ୍ଷା ଉପରେ କଟକଣା ରହିଥିଲା । ଏହାକୁ ପରୀକ୍ଷା କରିବା ପାଇଁ ଜଳ ବିଶେଷଜ୍ଞ, ଅଣୁଜୀବ ବିଶେଷଜ୍ଞ, ଜୀବାଣୁ ବିଶେଷଜ୍ଞ ଓ ପରୀକ୍ଷାଗାର ସହାୟକ ନିଯୁକ୍ତ ନଥିବାରୁ କୌଣସି ସ୍ଥାନରେ ଜଳ ପରୀକ୍ଷା ହେଉ ନଥିବା ଧରା ପଡ଼ିଥିଲା । କେନ୍ଦ୍ର ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲୋକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଅର୍ଥ ପ୍ରଦାନ କରୁଛନ୍ତି । ଏହିସବୁ ୨୮ଯାକ ଜିଲ୍ଲାରେ ପରୀକ୍ଷା ହୋଇ ନଥିବାରୁ ପ୍ରଦୂଷିତ ଜଳ ପାନ କରି ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପଟେ କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରି ସରକାରୀ ଅଧିକାରୀମାନେ ଅର୍ଥ ହରିଲୁଟ୍‌ କରୁଛନ୍ତି । ଯାଞ୍ଚ ସମୟରେ ନୂଆପଡ଼ା ଜିଲ୍ଲାରେ ୨୭୭୬ ଗ୍ରାମ, ନବରଙ୍ଗପୁରର ଚନ୍ଦାହାନ୍ଦି ଓ କୋଷାଗୁମୁଡ଼ା ବ୍ଲକ୍‌ର ୯୦୫ଟି ଗ୍ରାମରେ ଖନନ ହୋଇଥିବା ନଳକୂପରେ ୩୫ %ରୁ ଅଧିକ ଫ୍ଲୋରାଇଡ୍‌ ରହୁଥିଲେ ମଧ୍ୟ ସେମାନଙ୍କୁ ଏହି ଜହର ଜଳ ପ୍ରଦାନ କରାଯାଉଥିôବା ଅଭିଯୋଗ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*