ପିଇଓ ସ୍ମିତାରାଣୀଙ୍କ ସନେ୍ଦହଜନକ ମୃତୁ୍ୟ ମାମଲା ଚପାଇବାକୁ ଲାଗିପଡ଼ିଛି ବଡ଼ ମୁନ୍ଦ, ସରପଞ୍ଚଙ୍କ ସ୍ୱାମୀ ସହ ୫ ଅଟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯାଜପୁର

ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟ ମାମଲା ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି । ପ୍ରଥମେ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା କଥା କୁହାଯାଉଥିଲା ବେଳେ ଏବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ବିଷୟ ମଧ୍ୟ ଚର୍ଚ୍ଚା ହେଉଛି ଜିଲାରେ । ଘଟଣାରେ ପ୍ରଥମେ ପୁଲିସ କୋହଳ ମନୋଭାବ ପ୍ରଦର୍ଶନ କରୁଥିଲା ବେଳେ ବିଭିନ୍ନ ଆଡ଼ୁ ବିରୋଧକୁ ଦୃଷ୍ଟିରେ ରଖି ଗୁରୁବାର ଘଟଣାରେ ସଂପୃକ୍ତ ଥିବା ୫ଜଣଙ୍କୁ ଅଟକ ରଖିଛି । ଅଟକ ରହିଥିବା ବ୍ୟକ୍ତିମାନେ ହେଲେ ହରିଦାସପୁର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ର, ପପୁ ଭଦ୍ର, ଅବିନାଶ ଶତପଥି, ବିପିନ ନାୟକ, ବିଜୁନା ନାୟକ ।
ସ୍ମିତାରାଣୀଙ୍କ ମୃତୁ୍ୟ ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଘଟଣାର ସୁରାକ୍‌ ନ ପାଇବା ଏବଂ ଲୋକଦେଖାଣିଆ ଭାବେ ୫-୬ଜଣଙ୍କୁ ଅଟକ ରଖିବା ବିଷୟ ସାଧାରଣରେ ବଡ଼ ସନେ୍ଦହ ସୃଷ୍ଟି କରୁଛି । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଜଣେ ଜଣାଶୁଣା ଏବଂ ଧନିକ ବ୍ୟକ୍ତି ହୋଇଥିଲା ବେଳେ ତାଙ୍କ ରାଜନୈତିକ ସମ୍ପର୍କ ମଧ୍ୟ ବେଶ୍‌ ମଜଭୁତ । ଏହି କାରଣରୁ ଘଟଣାକୁ ଚପାଇଦେବା ପାଇଁ ଯାଜପୁର ଜିଲାର କିଛି ବଡ଼ ମୁନ୍ଦ ଭୁବନେଶ୍ୱରରେ ବସି ଘଟଣାର ଦିଗ ନିର୍ଣ୍ଣୟ କରୁଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ, ଗୁରୁବାର ସକାଳେ ସ୍ମିତାରାଣୀଙ୍କ ବାପାଙ୍କୁ ବୁଝାଇ ସୁଝାଇ ମାମଲାକୁ ରଫାଦଫା କରିବାର ଏକପ୍ରକାର ଚେଷ୍ଟା ହୋଇଥିଲା । ମାତ୍ର ତାଙ୍କ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ବିଷୟ ଗଣମାଧ୍ୟମ ଆଗରେ ଉଲ୍ଲେଖ କରିବା ପରେ ମୋଡ଼ ବଦଳିବା ଆରମ୍ଭ ହୋଇଛି । ସମସ୍ତେ ଅପେକ୍ଷା କରିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟକୁ । ସାଧାରଣ ଲୋକଙ୍କ ମଧ୍ୟରେ ଏଭଳି ଏକ ଘଟଣାକୁ ନେଇ ବଡ଼ ପ୍ରଶ୍ନ ଉଠୁଥିଲା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରହିଛି ସମସ୍ତଙ୍କର ନଜର । ସ୍ମିତାରାଣୀଙ୍କ ସ୍ୱାମୀ ଇଂଜିନିୟର ସୁଶିଲ କୁମାର କହିଛନ୍ତି ଯେ, ସ୍ମିତା ଏଭଳି କାମ ଅର୍ଥାତ୍‌ ଆତ୍ମହତ୍ୟା କେବେବି କରିପାରିବେ ନାହିଁ । ସୂଚନାଯୋଗ୍ୟ ଯେ, ବୁଧବାର ଭତ୍ତା ବାଣ୍ଟିବାକୁ ସ୍ମିତାରାଣୀ ହରିଦାସପୁର ଯାଇଥିଲେ । ଫେରିବା ସମୟରେ ସ୍ମିତା ତାଙ୍କ ବାପାଙ୍କୁ ୪ ବର୍ଷର ଝିଅକୁ ଖାଇବାକୁ ଦେବା ପାଇଁ କହିଥିଲେ ଓ ଘଣ୍ଟେ ପରେ ଘରକୁ ଫେରିବି ବୋଲି ଜଣାଇଥିଲେ । ଏହାପରେ ସେ ଯାଇଥିଲେ ସରପଞ୍ଚ ମଧୁସ୍ମିତାଙ୍କ ଗେଷ୍ଟହାଉସ୍‌କୁ । ତେବେ ଗେଷ୍ଟହାଉସ୍‌ କାହିଁକି ଯାଇଥିଲେ ସେଇଠି ଅଟକିଛି ସବୁଠୁ ବଡ଼ ପ୍ରଶ୍ନ ।
ଜିଲାରେ ହେଉଛି ଚର୍ଚ୍ଚା
ମଧୁସ୍ମିତା ସିନା ସରପଞ୍ଚ ଥିଲେ ହେଲେ ସବୁ କାମର ତଦାରଖ କରୁଥିଲେ ତାଙ୍କ ସ୍ୱାମୀ ରୂପେଶ । ଖଣିଠାରୁ ଆରମ୍ଭ କରି ସ୍କ୍ରାପ୍‌ ବ୍ୟବସାୟ ମାଧ୍ୟମରେ ଅଳ୍ପ କିଛି ବର୍ଷ ମଧ୍ୟରେ କୋଟିପତି ହୋଇଥିବା ରୂପେଶ ଯେଉଁ ଗେଷ୍ଟହାଉସ୍‌ କରିଥିଲେ ସେଠି ଚାଲିଥିଲା ପଞ୍ଚାୟତ କାର୍ଯ୍ୟାଳୟ । ପଞ୍ଚାୟତର ସ୍ଥାୟୀ ଗୃହ ଥିଲାବେଳେ କାହିଁକି ସରପଞ୍ଚଙ୍କ ସ୍ୱାମୀଙ୍କ ବ୍ୟକ୍ତିଗତ ଘରେ ଅଫିସ୍‌ ଚାଲୁଥିଲା ତାହା ଆଉ ଏକ ବଡ଼ ପ୍ରଶ୍ନ ।
ଭତ୍ତା ବାଣ୍ଟି ଫେରିବା ପରେ କାହିଁକି ସ୍ମିତାରାଣୀ ଗେଷ୍ଟହାଉସ୍‌ ଯାଇଥିଲେ ସେ ନେଇ ମଧ୍ୟ ଅନେକ ଚର୍ଚ୍ଚା ଜାରି ରହିଛି । କିଛି କହୁଛନ୍ତି ଯେ, ସ୍ମିତାଙ୍କ ସହ ରୂପେଶଙ୍କ ପୂର୍ବରୁ ସମ୍ପର୍କ ଥିଲା । ସ୍ମିତାଙ୍କର କିଛି ଗୋଟେ ଦୁର୍ବଳତାକୁ ରୂପେଶ ନିଜ ପାଖରେ ରଖି ସ୍ମିତାରାଣୀଙ୍କୁ ବ୍ଲାକ୍‌ମେଲ କରିଆସୁଥିଲେ । ବୋଧହୁଏ ଏହି କାରଣରୁ ସ୍ମିତା ଓ ରୂପେଶ ଅନେକ ସମୟରେ ଏକାଠି ଦେଖିବାକୁ ମିଳନ୍ତି । ଏହି ବିଷୟ ସରପଞ୍ଚ ମଧୁସ୍ମିତା ମଧ୍ୟ ଜାଣିଥିବା କୁହାଯାଉଛି ।
ଜିଲାରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଭତ୍ତା ବାଣ୍ଟି ଫେରିବା ପରେ ସ୍ମିତାରାଣୀ ଏକୁଟିଆ ଗେଷ୍ଟହାଉସ୍‌ ଯାଇଥିଲେ । ପୂର୍ବରୁ ସେଠାରେ ରୂପେଶଙ୍କ ସହ ଆଉ ୫ଜଣ ଥିଲେ । ତେଣୁ ସ୍ମିତାରାଣୀଙ୍କ ସହ ଏହି ୫ଜଣ କିଛି ଅନୈତିକ କାର୍ଯ୍ୟ କରି ହତ୍ୟାର ରୂପ ଦେବାକୁ ତାଙ୍କୁ ଫ୍ୟାନ୍‌ରେ ଝୁଲାଇ ଦେଇଥିଲେ । ଆଉ ମଧ୍ୟ ଏହା କୁହାଯାଉଛି ଯେ, ଅନୈତିକ କାର୍ଯ୍ୟର ଫଟୋକୁ ଭାଇରାଲ୍‌ କରିବାର ଧମକ ସ୍ମିତାରାଣୀଙ୍କୁ ବିବ୍ରତ କରିଥିଲା । ସେଥିପାଇଁ ବୋଧହୁଏ ସେ ଏଭଳି ପଦକ୍ଷେପ ନେଇଥିଲେ । ମାତ୍ର ପାରିପାଶ୍ୱିକ ପରିସ୍ଥିତି ଏହା ସ୍ପଷ୍ଟ କରୁଛି ଯେ ଗେଷ୍ଟ ହାଉସ୍‌ର ଯେଉଁ ଉପର ମହଲାରେ ସ୍ମିତାରାଣୀ ଓଢ଼ଣିରେ ଝୁଲିଥିଲେ ତାହା ଜଣେ କରିପାରି ନଥିବ ।
ସ୍ମିତାରାଣୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହଠାତ୍‌ ଡିଲିଟ୍‌ ହେବା ସନେ୍ଦହକୁ ଆହୁରି ମଜଭୁତ କରୁଛି । କାହିଁକି ଓ କିଏ ଫେସ୍‌ବୁକ୍‌ ଆକାଉଣ୍ଟ ଡିଲିଟ୍‌ କଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି ।
ମୃତୁ୍ୟ ଘଟଣା ପଦାକୁ ଆସିବା ପରେ କାହିଁକି ତୁରନ୍ତ ଉକ୍ତ ବ୍ୟକ୍ତିମାନଙ୍କୁ ପୁଲିସ ହେପାଜତକୁ ନେଇନଥିଲା ତାହା ମଧ୍ୟ ସନେ୍ଦହ ସୃଷ୍ଟି କରେ । ବିଳମ୍ବ କରିବା କାରଣରୁ ମାମଲାକୁ ରଫାଦଫା କରିବାର ଉଦ୍ୟମ ହୋଇଥିବା କୁହାଯାଉଛି । ଜିଲାରେ ଚର୍ଚ୍ଚା ହେଉଛି ଯେ, ଗୁରୁବାର ସକାଳେ ପୁଲିସ ଅଟକ କରିବା ପୂର୍ବରୁ ରୂପେଶ ଏବଂ ତାଙ୍କ ସହଯୋଗୀ ସ୍ମିତାରାଣୀଙ୍କ ବାପାଙ୍କୁ ୨୦ଲକ୍ଷ ଟଙ୍କା ଯାଚିବା ସହ ପରିବାରରୁ ଜଣଙ୍କୁ ଆମେ ଚାକିରି କରାଇଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ସ୍ମିତାରାଣୀଙ୍କ ସ୍ୱାମୀ ପଞ୍ଚାୟତ କର୍ମଚାରୀମାନେ ତାଙ୍କୁ ହତ୍ୟା କରିବା ସନେ୍ଦହ ବିଷୟ ଉଲ୍ଲେଖ ସହ ତାଙ୍କ ଫୋନ୍‌କୁ ଯାଞ୍ଚ କରାଯାଉ ବୋଲି ଅଭିଯୋଗ ଆଣିବା ପରେକ ପୁଲିସ ତଦନ୍ତକୁ ବୁଲାଇବାରେ ବାଧ୍ୟ ହୋଇଥିଲା ।
ତଦନ୍ତ ଦାବି କଲା ସଂଘ
ସ୍ମିତାରାଣୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାରେ ଜିଲାପାଳଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ନିଖିଳ ଓଡ଼ିଶା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ । ଗୁରୁବାର ସଂଘର ସଭାପତି ପରେଶ କୁମାର ସାମଲ, ସମ୍ପାଦକ ସୁବାସ ଚନ୍ଦ୍ର ରାଉତ, ଉମେଶ ମହାପାତ୍ର, ମଦନମୋହନ ନାୟକ, ଧୃବଚରଣ ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଜିଲାପାଳଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।
ସରଜମିନ ତଦନ୍ତ କରିବ ଭାଜପା ପ୍ରତିନିଧି ଦଳ
ସ୍ମିତାରାଣୀଙ୍କ ସନେ୍ଦହଜନକ ମୃତୁ୍ୟକୁ ନେଇ ଶୁକ୍ରବାର ଘଟଣାର ସରଜମିନ ତଦନ୍ତ କରିବ ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳ ଶୁକ୍ରବାର ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ଗସ୍ତ କରିବ ବୋଲି ଭାଜପା ଗଣମାଧ୍ୟମ ବିଭାଗ ମୁଖ୍ୟ ଗୋଲକ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧି ଦଳରେ ପୂର୍ବତନ ଡିଜି ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସୁକେଶୀ ଓରାମ, ରାଜ୍ୟ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, ଅମର ନାୟକ, ଅମୀୟ ମଲ୍ଲିକ, ଗୌତମ ରାୟ, ବବିତା ମଲ୍ଲିକ ପ୍ରମୁଖ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*