ପିଆଜ ସମସ୍ୟା ଦୂର ପାଇଁ ଆହୁରି ଲାଗିବ ସମୟ: ଯୋଗାଣମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ପିଆଜର ଅଭାବ କେବଳ ଓଡ଼ିଶାରେ ସୃଷ୍ଟି ହୋଇନାହିଁ, ସମଗ୍ର ଦେଶରେ ଏହା ଏକ ଜାତୀୟ ବିପତ୍ତି ଭାବେ ଉଭା ହୋଇଛି । ଭାରତକୁ ପ୍ରତିଦିନ ୧୨ ଲକ୍ଷ ମେଟ୍ରିକ ଟନ୍‌ ପିଆଜର ଆବଶ୍ୟକତା ଥିବା ବେଳେ ବିଦେଶରୁ ଏବେ ମାତ୍ର ଏକ ଲକ୍ଷ ଟନ୍‌ ପିଆଜ ଆମଦାନୀ ହେଉଛି । ନୂଆ ପିଆଜ ଉତ୍ପାଦନ ଏବେ ଆରମ୍ଭ ହୋଇଥିବାରୁ ଡିସେମ୍ବର ଶେଷ ସପ୍ତାହ ବେଳକୁ ଦର ହ୍ରାସ ପାଇବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସୋମବାର ଦିନ ଲୋକସଭା ଭବନରେ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ପିଆଜ ମୂଲ୍ୟ ସଂକ୍ରାନ୍ତୀୟ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ପିଆଜ ଦର ୧୬୦ ଟପିଯାଇଥିବା ବେଳେ ରାଜ୍ୟ ସରକାର ମୈତ୍ରୀ ଦୋକାନରେ କେଜି ପିଛା ୧୦୫ ଟଙ୍କାରେ ପିଆଜ ଯୋଗାଉଛନ୍ତି । ପିଆଜର ଅତ୍ୟଧିକ ମୂଲ୍ୟବୃଦ୍ଧି କେବଳ ଓଡ଼ିଶାରେ ହୋଇନାହିଁ ଏହା ସାରା ଦେଶରେ ଦେଖିବାକୁ ମିଳୁଛି । ଆମ ରାଜ୍ୟରେ ପିଆଜ ଚାଷ ବିଶେଷ ଭାବେ ହେଉନଥିବାରୁ ଏହା ଆମ ପାଇଁ ଅନ୍ୟ ଏକ ସମସ୍ୟା ହୋଇଛି । ରାଜ୍ୟ ଚାଷ ଜମିର ମାତ୍ର ୨୬ ପ୍ରତିଶତ ଅଞ୍ଚଳରେ ପିଆଜ ଚାଷ ହେଉଥିବାରୁ ରାଜ୍ୟର ଆବଶ୍ୟକତା ପୂରଣ ସମ୍ଭବ ନୁହେଁ । ବାହାର ରାଜ୍ୟରୁ ପିଆଜ ଆମଦାନୀ କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ । ବର୍ତ୍ତମାନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ନୂଆ ପିଆଜ ବଜାରକୁ ଆସୁଛି । ପୂର୍ବରୁ ଓଡ଼ିଶାକୁ ପ୍ରତିଦିନ ୫୦ ଟ୍ରକ ପିଆଜ ଆସୁଥିବା ବେଳେ ଏବେ ମାତ୍ର ଗୋଟିଏ ଟ୍ରକ ପିଆଜ ପହଞ୍ଚୁଛି । ଏହା ଯଥେଷ୍ଟ ହେଉନଥିବାରୁ ଦର ବୃଦ୍ଧି ଘଟୁଛି । ଖୁବଶୀଘ୍ର ପିଆଜ ଅଭାବ ଦୂର ହୋଇଯିବ ବୋଲି ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*