ପିଆଜ ପରେ ଏବେ ଟମାଟୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ବର୍ଷା କାରଣରୁ ମୂଲ୍ୟ ବୃଦ୍ଧି ହେବା ପୂର୍ବରୁ ପ୍ରଥମେ ସାଧାରଣ ଲୋକଙ୍କ ଆଖିରେ ଲୁହ ଆଣିଥିଲା ପିଆଜ । ଏବେ ଆସିଛି ଟମାଟୋ ପାଳି । ଗତ ୭ଦିନ ମଧ୍ୟରେ ନୂଆଦିଲ୍ଲୀରେ ଟମାଟୋର ମୂଲ୍ୟରେ ୭୦%ର ବୃଦ୍ଧି ଘଟିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ପିଆଜ ମୂଲ୍ୟ ପ୍ରଭାବିତ ହୋଇଥିଲାବେଳେ ଏବେ ଟମାଟୋ ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି ।
ଦେଶର ବିଭିନ୍ନ ରାଜ୍ୟରେ ଟମାଟୋ ୪୦ରୁ ୬୦ଟଙ୍କା ଦରରେ ବିକି୍ର ହେଉଛି । ବ୍ୟବସାୟୀଙ୍କ କହିବାନୁସାରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ବର୍ଷା କାରଣରୁ ବିଲରେ ପାଣି ଜମା ରହୁଥିବାରୁ ଟମାଟୋ ଫସଲ ପ୍ରଭାବିତ ହୋଇଛି । ଟମାଟୋ ଟ୍ରେଡର୍ସ ଆସୋସିଏସନର ମହାସଚିବ ମିଣ୍ଟୋ ଚୌହାନ୍‌ କହିଛନ୍ତି ଯେ, ଟମାଟୋର ମୂଲ୍ୟରେ ସ୍ଥିରତା ଫେରିବାର ସମ୍ଭାବନା ବର୍ତ୍ତମାନ ନାହିଁ । ଏଥିପାଇଁ ଆସନ୍ତା ଦିନରେ ମୂଲ୍ୟରେ ଅଧିକ ବୃଦ୍ଧି ଘଟିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*