ପାର୍ବଣ ଋତୁ ଆଣିଲା ଖୁସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଅକ୍ଟୋବର ମାସରେ ଯାତ୍ରୀବାହନ ବିକି୍ର ଗତବର୍ଷର ଏହି ସମୟ ତୁଳନାରେ ୧୧ ପ୍ରତିଶତର ବୃଦ୍ଧି ଘଟିଛି । ଡିଲର୍ସ ଆସୋସିଏସନ୍‌ ଫାଡା ପକ୍ଷରୁ କୁହାଯାଇଛି ଯେ, ପାର୍ବଣ ଋତୁ କମ୍ପାନୀମାନଙ୍କୁ ବଡ ସହଯୋଗ କରିଛି । ଅକ୍ଟୋବର ମାସରେ ଗାଡି ବିକି୍ର ୨,୪୮,୦୩୬ ୟୁନିଟରେ ପହଞ୍ଚôଛି । ୨୦୧୮ ଅକ୍ଟୋବରରେ ଯାତ୍ରୀବାହନ ବିକି୍ର ସଂଖ୍ୟା ୨,୨୩,୪୯୮ଥିଲା । ଫାଡା ଅନୁସାରେ ଦୁଇ ଚକିଆ ଯାନ ବିକି୍ର ଗତ ମାସରେ ୫ପ୍ରତିଶତ ବୃଦ୍ଧି ପାଇ ୧୩,୩୪,୯୪୧ ରହିଛି । ୨୦୧୮ ଅକ୍ଟୋବର ମାସରେ ଦୁଇ ଚକିଆ ଯାନ ବିକି୍ର ପରିମାଣ ଥିଲା ୧୨,୭୦,୨୬୧ । ତେବେ ବ୍ୟବସାୟିକ ଯାନ ବିକି୍ରରେ ୨୩ପ୍ରତିଶତ ହ୍ରାସ ପାଇ ୬୭,୦୬୦ ରହିଛି । ଗତବର୍ଷର ଏହି ଅବଧୀରେ ବିକି୍ର ୮୭,୬୧୮ ଥିଲା । ୩ ଚକିଆ ଯାନ ବିକି୍ର ୪ପ୍ରତିଶତ ବୃଦ୍ଧି ପାଇ ୫୯,୫୩୭ରେ ପହଞ୍ଚôଛି । ଫାଡ଼ାର ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି ଯେ, ଆମେ ଚାହୁଁଥିଲୁ ବିକି୍ରରେ ସୁଧାର ଆସୁ । ତେବେ ଲୋକଙ୍କ ମାନସିକତା ବଦଳିଲାଣି । ଆଶା ଆଗକୁ ଏହି ଧାରା ଜାରି ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*