ପାଦ ଧୋଇଦେଲେ ପ୍ରଧାନମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପ୍ରୟାଗରାଜ

ଭାରତୀୟ ପରମ୍ପରାରେ ଅତିଥି ଓ ବଡ଼ମାନଙ୍କର ତଥା ସମ୍ମାନଜନକ ମଣିଷମାନଙ୍କର ପାଦ ଧୋଇଦେଇ ଆଶୀର୍ବାଦ ନେବାର ଅନେକ ଦିନରୁ ଧାରା ରହିଛି । ଏହା ସହ ନିଜ କୃତଜ୍ଞତା ଜଣାଇବା ପାଇଁ ମଧ୍ୟ ପାଦ ଧୋଇ ଦେବାର ବିଧି ରହିଛି ଅନେକ ଦିନରୁ । ଭାରତୀୟ ପରମ୍ପରାର ସେହି ଆଦର୍ଶ ଧାରା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କୁମ୍ଭମେଳା ପରିସରକୁ ରବିବାର ଆସିଥିଲେ ପ୍ରଧାନମନ୍ତ୍ରୀ । ସେ ଗଙ୍ଗା ଘାଟରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଥିଲେ । ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏଥରର କୁମ୍ଭମେଳା ଆୟୋଜନ ବେଳେ ସ୍ୱଚ୍ଛତାକୁ ନେଇ ସମସ୍ତେ ବଡ଼ ପ୍ରଶଂସା କରିଛନ୍ତି । ଦେଶ ଓ ଦେଶ ବାହାରୁ ଆସିଥିବା ଶ୍ରଦ୍ଧାଳୁ କୁମ୍ଭରେ ସ୍ୱଚ୍ଛତା ଦେଖି ବଡ଼ ତାରିଫ କରିଛନ୍ତି । କୁମ୍ଭକୁ ସଫାସୁତୁରା ରଖିବାରେ ବଡ଼ ଭୂମିକା ସଫେଇ କର୍ମଚାରୀମାନେ ନିଭାଇଛନ୍ତି । ରବିବାର ଦିନ ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ବିଶେଷ ଆୟୋଜନରେ ସାମିଲ ହୋଇଥିଲେ । ୫ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲେ ନିଜେ ପ୍ରଧାନମନ୍ତ୍ରୀ । ପାଦ ଧୋଇବା ପରେ ସମସ୍ତଙ୍କୁ ଅଣ୍ଟାଭାଙ୍ଗି ପ୍ରଣାମ କରୁଥିଲେ ପ୍ରଧାନମନ୍ତ୍ରୀ । ସେମାନଙ୍କ ଭିତରେ ୩ଜଣ ପୁରୁଷ ଓ ୨ଜଣ ମହିଳା ସଫେଇ କର୍ମଚାରୀ ଥିଲେ । ଏହି ୫ଜଣ ଯାକ ଅତ୍ୟନ୍ତ ଭାବୁକ ହୋଇଯାଇଛନ୍ତି । ପରେ ସାମ୍ବାଦିକମାନଙ୍କ ସହ ନିଜ ପ୍ରତିକ୍ରିୟା ଦେଲା ବେଳେ ସେମାନେ କହିଛନ୍ତି ଯାହାଙ୍କୁ ଭେଟିବା ଆମ ପାଇଁ ସ୍ୱପ୍ନର ବିଷୟ ସେ ଆମ ପାଦ ଧୋଇଦେବାକୁ ଆମେ ଏଯାଏ ବିଶ୍ୱାସ କରିପାରୁନାହୁଁ । ଦେଶର ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀଙ୍କ ପାଦ ଧୋଇଦେବା ରବିବାର ସାରା ଦେଶରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀ ଓ ନାଉରିଆମାନଙ୍କୁ ସ୍ୱଚ୍ଛସେବା ସମ୍ମାନ ପୁରସ୍କୃତ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କୁମ୍ଭମେଳା ପରିସରରେ ଗଙ୍ଗାରେ ବୁଡ଼ ପକାଇବା ପରେ ବିଶେଷ ପୂଜାର୍ଚ୍ଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗତ ସାଢ଼େ ୪ ବର୍ଷ ଭିତରେ ପାଇଥିବା ସମସ୍ତ ଉପହାରଗୁଡ଼ିକୁ ନିକଟରେ ନିଲାମ କରାଯାଇ ଏହାର ଅର୍ଥ ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*