ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରଶାସନ ଚଳଚଞ୍ଚଳ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ: ବାରିପଦା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ରବିବାର ବାରିପଦା ଗସ୍ତରେ ଆସୁଛନ୍ତି । ହେଲକେପ୍ଟରରେ ସେ ଆସୁଥିବାରୁ ଛଉ ପଡିଆରେ ହେଲିପ୍ୟାଡ ଓ ବ୍ୟାରିକେଡ ନିର୍ମାଣ କରାଯାଇଛି । ପାଣ୍ଡିଆନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପାଣ୍ଡିଆନଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚଳଚଞ୍ଚଳ ହୋଇଛି । ଦ୍ୱିତୀୟ ଶନିବାର ସରକାରୀ ଛୁଟି ଦିବସ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କର ଛୁଟିକୁ ବାତିଲ କରାଯାଇଛି । ପନ୍ଦିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ଯୁଦ୍ଧକାଳୀନ କାର୍ଯ୍ୟ ଚାଲିଛି । ମରାମତି କାର୍ଯ୍ୟ ଓ ପରିମଳ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଡାକ୍ତରଖାନା ପରିସରରେ ଡାକବାଜି ଯନ୍ତ୍ରରେ ସ୍ୱଚ୍ଛତା ରକ୍ଷା କରିବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି । ଡାକ୍ତରଖାନା ପରିସରରେ ପାନଛେପ, ଗୁଟକା, ଅଳିଆ ପକାଇଲେ ଦଣ୍ଡିତ ହେବେ ବୋଲି ଡାକ ବାଜି ଯନ୍ତ୍ରରେ ଲୋକମାନଙ୍କୁ ସତର୍କ କରାଯାଇଛି । ପାଣ୍ଡିଆନଙ୍କ ଭୟରେ ସବୁ କିଛି ଏପରି କରାଯାଉଥିବା ଚର୍ଚ୍ଚାର ବିଷୟ ହୋଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*