ପାଣ୍ଠି ସଂଗ୍ରହ ପାଇଁ ଅଫିସର ଅଦଳବଦଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ନିର୍ବାଚନ ପୂର୍ବରୁ ନବୀନ ସରକାର ଯେମିତି ସଚିବ ଏବଂ ଅନ୍ୟ ପଦାଧିକାରୀ ସ୍ତରରେ ବାରମ୍ବାର ଅଦଳବଦଳ କରୁଛନ୍ତି, ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଥିଲା । ଏହି ସନେ୍ଦହକୁ ଭିତ୍ତିକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ଯାହା ଲେଖିଛନ୍ତି, ତାହାର ସାରମର୍ମ ହେଲା, ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ସରକାର । ଏଥିପାଇଁ ପ୍ରଶାସନିକ ଅଦଳବଦଳ କରାଯାଉଛି । କେବଳ ମନ୍ଦ ଉଦେ୍ଦଶ୍ୟ ଚରିତାର୍ଥ କରିବା ସକାଶେ, ଏହା କରାଯାଉଛି ବୋଲି ଆକ୍ଷେପ କରିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟର ଦୁଇଟି କାରଣ ଅଛି । ପ୍ରଥମତଃ ନିର୍ବାଚନ ତାରିଖ ଯେକୌଣସି ଦିନ ଘୋଷଣା ହୋଇପାରେ । ଦ୍ୱିତୀୟଟି ହେଲା ଆର୍ଥିକ ବର୍ଷ ସରିବାକୁ ଯାଉଛି । ଯଥେଷ୍ଟ ଆଗରୁ ପ୍ରଶାସନିକ ଅଦଳବଦଳ କରାଯାଇଥିଲେ, ସନେ୍ଦହ ସୃଷ୍ଟି ହୋଇ ନଥାନ୍ତା । କିନ୍ତୁ ଆର୍ଥିକ ବର୍ଷ ସରିଆସୁଥିଲା ବେଳେ ଏଭଳି ବଦଳି ପଛରେ ପାଣ୍ଠି ସଂଗ୍ରହ ବଡ଼ କାରଣ ବୋଲି ସନେ୍ଦହ ଦୃଢ଼ୀଭୂତ ହେଉଛି । ଧର୍ମେନ୍ଦ୍ର ଏହି ଖିଅକୁ ହିଁ ଧରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନିକ ଅଦଳବଦଳ ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ବିଷୟ । କିନ୍ତୁ ବର୍ତ୍ତମାନ ଯେଉଁଭଳି ସ୍ଥିତିରେ ଓ ସମୟରେ ଏଭଳି ଅଦଳବଦଳ କରାଯାଉଛି, ତାହା ସରକାରୀ ଦଳ ପାଇଁ ଚାନ୍ଦା ଚିଠା ଯୋଗାଡ଼ର ସୁଚିନ୍ତିତ ପଦକ୍ଷେପ । ଏହାଦ୍ୱାରା ରାଜ୍ୟର ଆର୍ଥିକ ସୁରକ୍ଷା ହେବ ନାହିଁ । ବରଂ ଦଳର ଆର୍ଥିକ ଫାଇଦା ହେବ ବୋଲି ଟିପ୍ପଣୀ କରିଛନ୍ତି ଧର୍ମେନ୍ଦ୍ର ।
କିଛି ଉଦାହରଣ ମଧ୍ୟ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ । ସେ ଲେଖିଛନ୍ତି, କିଛିଦିନ ତଳେ ଶାଶ୍ୱତ ମିଶ୍ରଙ୍କ ବଦଳରେ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦଙ୍କ ହାତରେ ପୂର୍ବରୁ ଅଛି ଏସ୍‌ଆର୍‌ସି ଏବଂ ଓସ୍‌ଡମା । ଶାଶ୍ୱତ ରାଜ୍ୟରେ ଜିଏସ୍‌ଟିକୁ ସଫଳତାର ସହ ଲାଗୁ କରିଥିଲେ । କମର୍ସିଆଲ୍‌ ଟ୍ୟାକ୍ସକୁ ସୁସଂଗଠିତ କରିବାରେ ତାଙ୍କର ଭଲ ଅଭିଜ୍ଞତା ଅଛି । ବର୍ଷ ଶେଷରେ ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ବଦଳି କରିବା ପଛର ଯୁକ୍ତିଟି କ’ଣ? ସେହିପରି କିଷନ୍‌ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ବିଶ୍ୱକପ୍‌ ହକି ଖେଳରେ ବ୍ୟାପକ ଅନିୟମିତତା ଅଭିଯୋଗ ଉଠିଛି । ଏବାବଦ ଖର୍ଚ୍ଚର ହିସାବ ଦେବାକୁ ସରକାର ପଛଉଛନ୍ତି । କିଷନଙ୍କୁ କାଳିଆ ଯୋଜନାର କି୍ରୟାନ୍ୱୟନ ଦାୟିତ୍ୱ ଦିଆଯାଇଛି । ପୁଣି ଅତିରିକ୍ତ ଦାୟିତ୍ୱ ମିଳିଛି ପୂର୍ତ୍ତ ବିଭାଗର । ହକି ଖେଳରେ ଯେଭଳି ଆର୍ଥିକ ଘୋଟାଲା ହୋଇଛି ଏବଂ ଏଥିରୁ ସରକାରୀ ଦଳର ପାଣ୍ଠିକୁ ଅର୍ଥ ଯାଇଥିବା ଅଭିଯୋଗ ଯେଭଳି ଉଠିଛି, ସେହିଭଳି କାଳିଆ ଏବଂ ପୂର୍ତ୍ତରୁ ପାଣ୍ଠି ସଂଗ୍ରହ ପାଇଁ ସରକାର ଯୋଜନା କରିଛନ୍ତି ବୋଲି ସନେ୍ଦହବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ନଳିନୀ ପ୍ରଧାନଙ୍କ ଉଦାହରଣ ଦେଇଛନ୍ତି । ନଳିନୀଙ୍କ ଚାକିରୀକାଳ ବଢ଼ାଇ ପୂର୍ତ୍ତ ସଚିବ ପଦରେ ରଖାଇ ଚାଲିଥିଲେ ସରକାର । ତାଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଉଠିଥିଲା । ବିଭିନ୍ନ ଅସାଧୁ ଠିକାଦାରଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସେ ସରକାରୀ ଦଳ ପାଇଁ ପାଣ୍ଠି ସଂଗ୍ରହରେ ବ୍ୟସ୍ତ ଥିଲେ ବୋଲି ଗଣମାଧ୍ୟମରେ ଅଭିଯୋଗ ଉଠିଥିଲା । ଏବେ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା ଚାଲିଛି । ସେ ମଧ୍ୟ ଦଳୀୟ କାମ ଆରମ୍ଭ କରିସାରିଲେଣି ।
ପୂର୍ତ୍ତ ବିଭାଗରେ ଜଣେ ଇଞ୍ଜିନିୟର ବିଭାଗର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାର ପରମ୍ପରା ଥିଲା । ନଳିନୀଙ୍କ ଇସ୍ତଫା ପରେ ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଦୁଇଦିନ ଭିତରେ ତାଙ୍କଠାରୁ ଇସ୍ତଫା ପତ୍ର ନିଆଯାଇ ଅନ୍ୟତ୍ର ଥଇଥାନ କରାଗଲା ଓ କିଷନ କୁମାରଙ୍କୁ ସଚିବ ଭାବେ ନିଯୁକ୍ତି ଦେଇ ସରକାର ପରମ୍ପରା ଭାଙ୍ଗିଲେ । ଏଥିରୁ ଅତି ସ୍ପଷ୍ଟ ହୋଇଯାଉଛି ଯେ, ବିଜୁ ଜନତା ଦଳ ପାଇଁ ପାଣ୍ଠି ସଂଗ୍ରହ ଏକମାତ୍ର ଉଦେ୍ଦଶ୍ୟ ରଖି ଏଭଳି ଅଦଳବଦଳ କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*