ପାଠ ବହିରେ ଅଭିନନ୍ଦନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଜୟପୁର

ଭାରତୀୟ ବାୟୁସେନାର ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନଙ୍କ ଅପୂର୍ବ ବୀରତ୍ୱର କଥା ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି । ତାଙ୍କର ସେହି ବୀରତ୍ୱର ବିବରଣୀ ଏବେ ପାଠ ବହିରେ ସାମିଲ ହେବାକୁ ଯାଉଛି । ପାକିସ୍ତାନର ଏକ ଲଢ଼ୁଆ ବିମାନକୁ ଖସାଇବା ପରେ ପାକିସ୍ତାନରେ ୨ ଦିନ ବନ୍ଦୀ ରହିବା ପରେ ବୀର ଭାବରେ ଫେରିଛନ୍ତି ଅଭିନନ୍ଦନ । ରାଜସ୍ଥାନର ପିଲାମାନେ ସ୍କୁଲରେ ଏବେ ଅଭିନନ୍ଦନଙ୍କ କଥା ପଢ଼ିବେ । ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା ସାମ୍ବାଦିକ ମାନଙ୍କୁ କହିଛନ୍ତି ଆମ ଯବାନମାନଙ୍କ ସାହସ ଓ ବଳିଦାନ ସକାଶେ ଆମେ ସବୁ ସୁରକ୍ଷିତ ରହିଛେ । ଆଗାମୀ ପୀଢ଼ି ସେହି ବଳିଦାନ ବିଷୟ ଓ ତାଙ୍କ ସାହସର କଥା ପଢ଼ିବା ଦରକାର । ସେଇଥିପାଇଁ ଅଭିନନ୍ଦନଙ୍କ ବିଷୟ ପାଠ ବହିରେ ଯୋଡ଼ିବା ପାଇଁ ମୁଁ ନିଦେ୍ର୍ଦଶ ଦେଇଛି ବୋଲି ଶିକ୍ଷାମନ୍ତ୍ରୀ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*