ପାଟଣା ଜଳମଗ୍ନ: ୧୩ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟଣା

ଲଗାଣ ବର୍ଷାରେ ବିହାର ରାଜଧାନୀ ଅବସ୍ଥା ବେହାଲ ହୋଇଯାଇଛି । ଶନିବାରୁରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ରବିବାର ଜାରି ରହିବାରେ ପାଟଣା ସହରର ସ୍ଥିତି ଦୁର୍ବିସହ ହୋଇପଡ଼ିଛି । ପୂରା ସହର ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ପାଣିପାଗ ବିଭାଗ କହିଛି ଶୁକ୍ରବାର ରାତିରୁ ଏହା ଭିତରେ ୨୦୦ ମିଲିମିଟର ବର୍ଷା ହୋଇଯିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୀର୍ଘ ୪୮ ଘଣ୍ଟା ଧରି ବର୍ଷାର ପ୍ରକୋପ ସହୁଥିବା ପାଟନାବାସୀ ତ୍ରାହି ତ୍ରାହିର ଡାକରା ଦେଇଛନ୍ତି । ବର୍ଷାଜନିତ ଅଘଟଣରେ ୧୩ ଜଣଙ୍କର ପ୍ରାଣ ଯାଇଥିବା ସରକାରୀ ଭାବେ କୁହାଯାଇଛି । ସହରର ବହୁ ଅଞ୍ଚଳରେ ଥିବା ଘର ଗୁଡ଼ିକ ଭିତରକୁ ବର୍ଷା ପାଣି ପ୍ରବେଶ କରିଯାଇଛି । ପୁଲିସ ଥାନା, ଡାକ୍ତରଖାନା ଏବଂ ସରକାରୀ ଅଫିସ ଗୁଡ଼ିକରେ ପାଣି ଲହଡ଼ି ମାରୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବହୁ ସ୍ଥାନରେ ଗଛ ଖସି ପଡ଼ିବା ଓ ଘର ଭୁଷୁଡ଼ି ଯିବା କାରଣରୁ ହୋଇଛି କ୍ଷୟକ୍ଷତି । ପାଟଣା ସାଙ୍ଗକୁ ଭାଗଲପୁର, ଦାନାପୁର ପ୍ରଭୃତି ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ପ୍ରଶାମନ ଦଳ ନିୟୋଜିତ ହୋଇଛନ୍ତି । ପାଟଣା ସହରର ରାଜେନ୍ଦ୍ର ନଗର ଏବଂ ଅନ୍ୟାନ୍ୟ ତଳୁଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଡଙ୍ଗା ଯୋଗେ ପଠାଯାଇଛି । ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାରୁ ପୂର୍ବ କେନ୍ଦ୍ର ରେଳବାଇରେ ସଂଖ୍ୟାଧିକ ଟ୍ରେନର ଚଳାଚଳ ବାତିଲ କରି ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*