ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ାବ୍ଲକ ଚିକିଟାମାଟିଆ ପଞ୍ଚାୟତରେ ରହିଛି ମାଜଣା ସରକାରୀ ପ୍ରାଥମିକ ସ୍କୁଲ । ଏହି ସ୍କୁଲରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ହେଲେ ସୁବିଧା ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଦୁଇଟି ଶ୍ରେଣୀଗୃହ ଥିଲେ ମଧ୍ୟ ଗୋଟିଏ ଗୃହରେ ସବୁ ପିଲା ବସନ୍ତି । ଜଣେ ମାତ୍ର ଶିକ୍ଷକ ସୁଦର୍ଶନ ବେହେରା ହଇରାଣ ହେଉଥିବାରୁ ଅନୁ୍ୟନ ଆଉ ଜଣେ ଶିକ୍ଷକ ଆବଶ୍ୟକ ବୋଲି କହିଛନ୍ତି । ପ୍ରଧାନଶିକ୍ଷକ କେବେ ସ୍କୁଲକୁ ଆସନ୍ତିନାହିଁ ବୋଲି କହିଛନ୍ତି । ମଧ୍ୟାହ୍ନ ଭୋଜନ ରୋଷେଇ କରନ୍ତି ରୋଷେୟାଙ୍କ ସ୍ୱାମୀ ସୁନ୍ଦରା ହେମ୍ବ୍ରମ । ସ୍କୁଲ ସମ୍ମୁଖ ରାସ୍ତାକଡ଼ ଗଛମୂଳେ ରୋଷେୟା ହାନ୍ଦିଆ ବିକ୍ରି କରନ୍ତି ।
ନଳକୂଅର ଚାନ୍ଦିନି ନାହିଁ । ପାଚେରୀ ଅସମ୍ପୂର୍ଣ୍ଣ ପାଇଖାନା ନାହିଁ । ୪ଜଣ ଛାତ୍ରଛାତ୍ରୀ ରାଜେଶ କିସ୍କୁ, ସଲମା ମାରାନ୍ଦି, ସାକ୍ର କିସ୍କୁ ଓ ସୁଖମଣି କିସ୍କୁ ବହି ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସ୍କୁଲର ଏଭଳି ଅବ୍ୟବସ୍ଥା ଦେଖି ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ କେହି ନାମ ଲେଖାଇନଥିବାରୁ ଏହି ଶ୍ରେଣୀର ପିଲାସଂଖ୍ୟା ଶୂନ । ଅନ୍ୟ ୪ଟି ଶ୍ରେଣୀର ପିଲାସଂଖ୍ୟା ୧୬ ହୋଇଥିବାବେଳେ ଚତୁର୍ଥ ଶ୍ରେଣୀରେ ମାତ୍ର ଜଣେ । ସ୍କୁଲଟି ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ଅବହେଳିତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏବେ ସେ ସିଆରସିସି ପଦରେ ରହି କ’ଣ କରୁଛନ୍ତି ତାହା ବିଭାଗୀୟ ଅଧିକାରୀମାନଙ୍କୁ ଜଣା । ରାଜନୀତି ପ୍ରତି ତାଙ୍କର ଆଗ୍ରହ ଅଧିକ । ବିଜଦ ଓ ଭାଜପା ଦୁଇ ନାଆରେ ଗୋଡ଼ ଦେଇ ବିଧାୟକ ଓ ସାଂସଦଙ୍କ ପାଖଲୋକ ବୋଲି ସମ୍ପୃକ୍ତ ଅଞ୍ଚଳରେ ନିଜର ପରିଚୟ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ କରୁଥିବା ବହୁ ଚର୍ଚ୍ଚିତ ହୋଇପଡିଛି । ପ୍ରଶାସନ ଏସବୁ ଜାଣି ମଧ୍ୟ ଚୁପ୍ ରହିବା ଜନଅସନ୍ତୋଷର କାରଣ ହୋଇଛି ।
ଏ ସର୍ମ୍ପକରେ ବ୍ଲକ ଶିକ୍ଷା ଅଧିକାରୀ ସୁଦାମ ଚନ୍ଦ୍ର ଧଳଙ୍କୁ ପଚାରିବାରୁ ରାଜନୀତିରେ ଲିପ୍ତ ଖବର ପାଇ ତାଙ୍କୁ ବୁଝାସୁଝା କରିଛନ୍ତି ବୋଲି କହିବା ସହ ପୁଣି ଆଉ ଥରେ ବୁଝାଇବେ ପରିବର୍ତ୍ତନ ନହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି । ସ୍କୁଲକୁ ଆଉ ଜଣେ ଶିକ୍ଷକ ଦେବା ସହ ଛାତ୍ରଛାତ୍ରୀଙ୍କୁ ଅବିଳମ୍ବେ ବହି ଯୋଗାଇଦେବେ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*