ପାଚିକା ଓ ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାଲେପୁର

ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ କାର୍ଯ୍ୟରେ ନିୟୋଜିତ ଥିବା ପାଚିକା ଓ ସହାୟିକାମାନଙ୍କୁ ରାଜ୍ୟ ସରକାର ଦୈନିକ ୪୬ଟଙ୍କା କରି ମାସିକ ୧୪ଶହ ଟଙ୍କା ପ୍ରାପ୍ୟ ପ୍ରଦାନ କରୁଥିବାରୁ ଏହାନେଇ ସାଲେପୁର ବ୍ଲକ୍ର ପାଚିକା ଓ ସହାୟିକା ସଂଘ ପକ୍ଷରୁ ସାଲେପୁର ବ୍ଲକ୍ ସମ୍ମୁଖରେ ୧୦ଦଫା ଦାବି ନେଇ ବିକ୍ଷୋଭ ଓ ସମାବେଶ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ସାଲେପୁର ବିଡ଼ିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶେଖରଙ୍କୁ ପ୍ରଦାନ କରାଯାଇଥିଲା । ସାଲେପୁର ବ୍ଲକ୍ର ଶତାଧିକ ପାଚିକା ଓ ସହାୟିକାମାନେ ରାଜ୍ୟ ସଂଘର ଆବାହକ ଅକ୍ଷୟ କୁମାର ଦାଶଙ୍କ ନେତୃତ୍ୱରେ ସାଲେପୁରସ୍ଥିତ ସାହେଶ୍ୱରୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆସି ବଜାର ପରିକ୍ରମା କରି ସାଲେପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ୧୦ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ସମୟ ପାଇଁ ଧାରଣାରେ ବସିଥିଲେ । ରାଜ୍ୟରେ କୁଶଳୀ ଶ୍ରମିକମାନେ ଦୈନିକ ୫ଶହ ଟଙ୍କାରୁ ଅଧିକ ମଜୁରୀ ପାଉଥିବାବେଳେ ଜଣେ କୁଶଳୀ ରୋଷେୟା ଭାବରେ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନେ ମାସିକ ୧୪ଶହ ଟଙ୍କା ହିସାବରେ ଦୈନିକ ୪୬ଟଙ୍କା ପ୍ରାପ୍ୟ ପାଉଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ବିପଦପୂର୍ଣ୍ଣ ପରିବେଶ ମଧ୍ୟରେ ରୋଷେଇ କରି ଶହ ଶହ ପିଲାଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏମାନଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ନଦେବା, ଏମାନଙ୍କୁ ବୀମାଭୁକ୍ତ ନକରିବା, ଇପିଏଫ୍ ପରିସରଭୁକ୍ତ ନକରିବା, ମାସିକ ଅନୁ୍ୟନ ୧୫ହଜାର ଟଙ୍କା ଦରମା ଦାବି ସହ ୧୦ଦଫା ଦାବି ନେଇ ପାଚିକା ସହାୟିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସାଲେପୁର ବ୍ଲକ୍ ପାଚିକା ସହାୟିକା ସଂଘ ପକ୍ଷରୁ ଶତାଧିକ ପାଚିକା ଓ ସହାୟିକାମାନେ ଉପସ୍ଥିତ ରହି ଏହି ବିକ୍ଷୋଭରେ ଭାଗ ନେଇଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨ୟ ସପ୍ତାହ ସୁଦ୍ଧା ପାଚିକା ସହାୟିକାମାନଙ୍କର ଦାବି ପୂରଣ ନକଲେ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*